Home ଜିଲ୍ଲା ପରିକ୍ରମା ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର ଦଶମ ବର୍ଷ ପୂର୍ତି ଉତ୍ସବ

ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର ଦଶମ ବର୍ଷ ପୂର୍ତି ଉତ୍ସବ

3

ଭଦ୍ରକ, ୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର ଦଶମ ବାର୍ଷିକ ପୂର୍ତି ଉତ୍ସବ ମଞ୍ଜୁରୀରୋଡ଼ ସ୍ଥିତ ଆୟୁଷମାନ ଆରୋଗ୍ୟ ମନ୍ଦିର ଠାରେ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି।ଡାକ୍ତର ଦେବାଶିଷ ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ବିଜେପି ଜିଲା ଉପସଭାନେତ୍ରୀ ତପସ୍ୱିନୀ ମହାପାତ୍ର ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରି ମାତୃତ୍ୱ ଲାଭ ସମୟରେ ଉତମ ଚିନ୍ତନ,ଆବଶ୍ୟକ ପରାମର୍ଶ ଓ ଚିକିତ୍ସା ଦ୍ୱାରା ଉତମ ଶିଶୁ ଜନ୍ମ ହେବା ପାଇଁ ମା’ ମାନଙ୍କ କର୍ତବ୍ୟ ସମ୍ପାଦନ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି କଲ୍ୟାଣକାରୀ ଯୋଜନାରେ ମହିଳା ମାନେ ଉପକୃତ ହେଉଛନ୍ତି ବୋଲି କହିଥିଲେ । ସ୍ଥାନୀୟ ଅଂଚଳର ଅନେକ ଗର୍ଭବତୀ ମହିଳାମାନେ ଯୋଗ ଦେଇଥିଲେ । ଏଥିରେ ସ୍ୱାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ପ୍ରଣତି ପହି,ସ୍ୱାସ୍ଥ୍ୟ କର୍ମଚାରୀ ଯଶୋବନ୍ତ ପହିଙ୍କ ସମେତ ଗୋଷ୍ଠୀ ସ୍ୱାସ୍ଥ୍ୟ କର୍ମଚାରୀ, ସ୍ୱାସ୍ଥ୍ୟ କର୍ମୀ ଓ ଆଶା କର୍ମୀମାନେ ଅଂଶ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.