Home ଜିଲ୍ଲା ପରିକ୍ରମା ଗୋଦାବରିଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଭିତିପ୍ରସ୍ତର

ଗୋଦାବରିଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଭିତିପ୍ରସ୍ତର

15

ଭଦ୍ରକ, ୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ବ୍ଲକ ମଙ୍ଗୁଳି ସରକାରୀ ସଂଯୁକ୍ତ ଉ.ପ୍ରା ବିଦ୍ୟାଳୟରେ ଆଜି ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପାଇଁ ଭିତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଭର୍ଚ୍ଚୁଆଲ ମାଧ୍ୟମରେ ଭିତିପ୍ରସ୍ତର କରିଥିଲେ। ଏ ନେଇ ସ୍କୃଲ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ, ଜିଲ୍ଲା ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ, ସ୍ଥାନୀୟ ସରପଂଚ ସତ୍ୟାଭାମା ଧଳ, ସମିତିସଭ୍ୟା ନିରୁପମା ରାଉତ,ଇତିଶ୍ରୀ ମିଶ୍ର,ଇପ୍ସିତା ଜେନା, ବିଦ୍ୟାଳୟ ସଭାପତି ହରେକୃଷ୍ଣ ପରିଡ଼ା ପ୍ରମୁଖ ରାଜ୍ୟ ସରକାର ପ୍ରାଥମିକ ଶିକ୍ଷା ପାଇଁ ଏକ ନୂଆ ଅଧ୍ୟାୟ ଯୋଡ଼ି ଥିବା କଥା କହିଥିଲେ। ସ୍ମାର୍ଟ କ୍ଲାସ, ଇ-ଲାଇବ୍ରେରୀ ,ଖେଲପଡ଼ିଆ ସମେତ ଅନେକ ସୁବିଧା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଉପଲ୍ଲବ୍ଧ ହେବ ବୋଲି ଅତିଥି ମାନର କହିଥିଲେ। ଏହି ବ୍ଲକରେ ୩ଗୋଟି ପ୍ରାଥମିକ ବିଦ୍ୟାଳୟକୁ ଏଥିରେ ଅର୍ନ୍ତଭୁକ୍ତ କରାଯାଇଛି। କାର୍ଯ୍ୟକ୍ରମକୁ ସୋମନାଥ ବିଶ୍ୱାଳ, ଅବିନାଶ ମଲ୍ଲିକ, ଚିନ୍ମୟ କୁମାର ସାହୁ, ତରଣୀସେନ୍ ବେହେରା, ଅନୁଶୟା ଜେନା, ବିଦ୍ୟୁତ ପ୍ରଭା ମଲ୍ଲିକ ପ୍ରମୁଖ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.