Home ଜିଲ୍ଲା ପରିକ୍ରମା ‘ମୋ ଗାଁରେ ମୋ ତହସିଲ’ କ୍ୟାମ୍ପ, ଜମି ସମ୍ବନ୍ଧୀୟ ସମସ୍ୟାର ସମାଧାନ ପାଇଁ ଜନସାଧାରଣଙ୍କ ଭିଡ଼

‘ମୋ ଗାଁରେ ମୋ ତହସିଲ’ କ୍ୟାମ୍ପ, ଜମି ସମ୍ବନ୍ଧୀୟ ସମସ୍ୟାର ସମାଧାନ ପାଇଁ ଜନସାଧାରଣଙ୍କ ଭିଡ଼

12

ଭଦ୍ରକ, ୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ତହସିଲ ପକ୍ଷରୁ ନଦୀଗାଁ ରାଜସ୍ୱ ବିଭାଗ ଅଧୀନରେ ଜନସାଧାରଣଙ୍କ ସୁବିଧା ପାଇଁ ଆୟୋଜିତ ହୋଇଥିବା ‘ମୋ ଗାଁରେ ମୋ ତହସିଲ’ କ୍ୟାମ୍ପ କୋର୍ଟରେ ବୁଧବାର ସ୍ଥାନୀୟ ଭଟସାହି ସ୍ଥିତ ବିଦ୍ୟାଳୟ ରେ ଅଂଚଳବାସୀଙ୍କ ବହୁ ସମସ୍ୟାର ସମାଧାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଲୋକ ନିଜର ଜମି ଜନିତ ସମସ୍ୟା ନେଇ ପହଂଚିଥିଲେ। ପ୍ରାୟ ୧୬୦ ଜଣ ଲୋକ ନିଜର ଅଭିଯୋଗ ନେଇ କ୍ୟାମ୍ପରେ ପହଂଚି ଥିବାବେଳେ ସେମାନଙ୍କ ମଧ୍ୟରୁ ୩୦ ଜଣଙ୍କୁ ଖତିଆନ ପ୍ରଦାନ କରାଯାଇଛି। କ୍ୟାମ୍ପରେ ବିଶେଷ ଭାବେ ଜମି ଖାତା ସଂଶୋଧନ ଏବଂ ବେବନ୍ଦୋବସ୍ତ ସମ୍ବନ୍ଧୀୟ ଅଭିଯୋଗଗୁଡ଼ିକ ଗ୍ରହଣ କରାଯାଇଥିଲା।ଏହି ଅବସରରେ ଅତିରିକ୍ତ ତହସିଲଦାର ସାଇ ସିଲୋନା ଓ ପଲି ଭାରତ ମହାଳିକ, ସୁପର ଭାଇଜର ଧର୍ମ ପଦ ସାହୁ ଏବଂ ଆର.ଆଇ.ବିକ୍ରମ ଦାସ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ସମସ୍ୟା ଶୁଣିଥିଲେ। ଉଲ୍ଲେଖଯୋଗ୍ୟ ଯେ, ‘ମୋ ଗାଁରେ ମୋ ତହସିଲ’ ମାଧ୍ୟମରେ ଜମିର ମାନଚିତ୍ର ସଂଶୋଧନ, ଜମି ଚିହ୍ନଟ ପଞ୍ଜୀକରଣ, ବିବାଦୀୟ ଜମିର ସମାଧାନ, ଆପତି ବିହୀନ ଖତିଆନ ପ୍ରଦାନ ଏବଂ ରାଜସ୍ୱ ସମ୍ବନ୍ଧୀୟ ସମସ୍ତ ସମସ୍ୟାର ସମାଧାନ ପାଇଁ ଲୋକଙ୍କୁ ସୁବିଧା ଯୋଗାଇ ଦିଆଯାଉଛି। ଏଭଳି ପ୍ରୟାସ ଦ୍ୱାରା ତହସିଲ ଅଫିସ ନ ଦୌଡ଼ି ଲୋକେ ନିଜ ନିକଟସ୍ଥ ଅଂଚଳରେ ସମସ୍ୟାର ସମାଧାନ ପାଇ ପାରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.