ଭଦ୍ରକ, ୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ୍ ବିଜୁ ଜନତା ଦଳ ପକ୍ଷରୁ ଆଜି “ନାରୀ ଅଧିକାର ଅଭିଯାନ” ସମାବେଶ ଦୈସିଂ ଗ୍ରାମ ପଂଚାୟତ ଠାରେ ଅନୁଷ୍ଠିତ ହୋଇଯାଇଛି। ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ପୂର୍ବତନ ଭଦ୍ରକ ବିଧାୟକ ତଥା ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ, ବିଜୁ ଜନତା ଦଳର ଭଦ୍ରକ ଜିଲ୍ଲା ସଭାପତି ତଥା ବିଧାୟକ ଚାନ୍ଦବାଲି ବ୍ୟୋମକେଶ ରାୟ, ବିଜେଡି ରାଜ୍ୟ ଯୁଗ୍ମ ସମ୍ପାଦକ ତଥା ଭଦ୍ରକ ବ୍ଲକ୍ ଉପାଧ୍ୟକ୍ଷ ମୁକୁନ୍ଦ ଦେବ ସାମଲ,ବିଜେଡ଼ି ଜିଲ୍ଲା ମହିଳା ସଭାପତି ବିଦ୍ୟୁତ୍ ଲତା ନାୟକ,ଜିଲ୍ଲା କାର୍ଯ୍ୟକାରିଣୀ ସଭାପତି ଦେବ ରୂପୀ ମହାନ୍ତିଙ୍କ ସମେତ ବିଜେଡ଼ି ଜିଲ୍ଲା ଯୁବ ସଭାପତି ରାକେଶ କୁମାର ପଣ୍ଡା, ବିଜେଡ଼ି ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ପ୍ରୀନ୍ସ ରାକେଶ ନାୟକଙ୍କ ସମେତ ଭଦ୍ରକ ବ୍ଲକ୍ ର ୩୬ ଗୋଟି ଗ୍ରାମ ପଂଚାୟତ ର ନେତୃମଣ୍ଡଳୀ ତୃଣମୂଳ ସ୍ତରର କର୍ମକର୍ତା ଶଙ୍ଖ ସଙ୍ଗଠନ ର ସୈନିକ ଉପସ୍ଥିତ ଥିଲେ। ଏବଂ ଆଗାମୀ ଦିନରେ ବିଜୁ ଜନତା ଦଳ ସାଧାରଣ ଜନତାଙ୍କ ସମସ୍ୟା ହକ୍ ପାଇଁ ଲଢ଼େଇ ଜୋରଦାର କରିବା ସହିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ରେ ଦଳ ବିରୋଧୀ ବେହିମାନ ମାନଙ୍କୁ ସାଧାରଣ ଜନତା ଉଚିତ୍ ଜବାବ୍ ଦେବ ଆଜି ର ଏ ମହିଳା ସମାବେଶ ମାଆ ଭଉଣୀଙ୍କ ଉପସ୍ଥିତି ପ୍ରମାଣିତ କରୁଛି ବୋଲି ମତପ୍ରକାଶ କରିଛନ୍ତି ଭଣ୍ଡାରିପୋଖରୀ ବିଧାୟକ ଶ୍ରୀ ମଲ୍ଲିକ।







