Home ଜିଲ୍ଲା ପରିକ୍ରମା ଓମ୍‌କାର ସାଂସ୍କୃତିକ ଉତ୍ସବ ପକ୍ଷରୁ ପ୍ରତିଭା ଅନ୍ୱେଷଣ

ଓମ୍‌କାର ସାଂସ୍କୃତିକ ଉତ୍ସବ ପକ୍ଷରୁ ପ୍ରତିଭା ଅନ୍ୱେଷଣ

30
????????????

ଭଦ୍ରକ, ୩୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଓମ୍‌କାର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ଠାରେ ଶନିବାର ପୂର୍ବାହ୍ନ ୧୦ରୁ ଆରମ୍ଭ ହୋଇଥିବା ଦିବସବ୍ୟାପୀ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠାନର ପ୍ରତିଷ୍ଠାତା କ୍ୟାପଟେନ୍ ଓମ୍‌କାରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। କବୟତ୍ରୀ ସଂଯୁକ୍ତା ବଳ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଚିତ୍ରାଙ୍କନ, ତବଲା, ଓଡିଶୀ, ମଡର୍ଣ୍ଣ ଓ ସଂଗୀତ ପ୍ରତିଯୋଗିତା କନିଷ୍ଠ ଓ ବରିଷ୍ଠ ବର୍ଗର ପ୍ରତିଭାମାନଙ୍କୁ ନେଇ ୨ଟି ବର୍ଗରେ ଆୟୋଜିତ ହୋଇଥିଲା। ଏଥିରେ ବିଚାରକ ଭାବେ ସଂଗୀତ ନିର୍ଦ୍ଦେଶକ ରୁଦ୍ରମାଧବ ବାରିକ, ଗାୟତ୍ରୀ ପ୍ରଧାନ, ତେଜସ୍ୱିନୀ କର, ମନୋଜ କୁମାର ପଣ୍ଡା, ଜିତେନ୍ଦ୍ର ବେହେରା, ଆଶୁତୋଷ ମହାନ୍ତି ପ୍ରମୁଖ ଯୋଗଦେଇ ପ୍ରତିଭା ଚୟନ କରିଥିଲେ। ଯୋଗଦେଇଥିବା ପ୍ରତିଯୋଗୀଙ୍କ ମଧ୍ୟରୁ ଉଭୟ ବରିଷ୍ଠ ଓ କନିଷ୍ଠ ବିଭାଗରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇଁ ବିଚାରକମାନେ ପ୍ରତିଭା ଚୟନ କରିଥିଲେ। ସଂଧ୍ୟାରେ କ୍ୟାପଟେନ ଓମ୍‌କାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣୀ ସଭାକୁ କବି ତଥା ପ୍ରେମ ପୃଥିବୀ ପତ୍ରିକାର ସଂପାଦକ କୈଳାସ ଚନ୍ଦ୍ର ପଣ୍ଡା ଉଦ୍‌ଘାଟନ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରଫେସର ଅଟଳ ବିହାରୀ ନାୟକ, ମୁଖ୍ୟବକ୍ତା ଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ଭୀମ ଚରଣ ପରିଡ଼ା, ସୂଚନା ଅଧିକାର କର୍ମୀ ବିକାଶ ଧଳ, ଦଳିତ ନେତା ରାଜେନ୍ଦ୍ର ଯେନା, କଣ୍ଠଶିଳ୍ପୀ ଶଶିକଳା ମିଶ୍ର ଯୋଗଦେଇ ଅନୁଷ୍ଠାନର ଏପରି ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ପରେ ଅତିଥିମାନେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ। ଏହି ଅବସରରେ ପ୍ରକୃତି ବନ୍ଧୁ ବୈକୁଣ୍ଠ ବିଶ୍ୱାଳ, ଶିକ୍ଷାବିତ ଅକ୍ଷୟ କୁମାର ମହାନ୍ତି, ନାଟ୍ୟକାର ପ୍ରିୟବ୍ରତ ଭାରତୀ, ଶିକ୍ଷାବିତ୍ ନରେନ୍ଦ୍ର କୁମାର ସାହୁ, କବି ଋତୁରାଜ ଅକ୍ଷୟ, ବିପ୍ଳବ ହୋତା, କୃତୀ ଛାତ୍ରୀ ଋତୁପର୍ଣ୍ଣା ବେହୁରିଆଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆଇନଜୀବୀ କୃତିଦ୍ୱୀପା କର, ସାମ୍ବାଦିକ ଜୟ ଜଗନ୍ନାଥ ମଲ୍ଲିକ, ଦିଲ୍ଲୀପ କୁମାର ଜେନା, ଦେବଦତ ବାରିକ ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.