Home ଜିଲ୍ଲା ପରିକ୍ରମା ବ୍ଲକସ୍ତରୀୟ ଯୋଗ ଶିକ୍ଷକ ବୈଠକ ଓ ଶିବିର

ବ୍ଲକସ୍ତରୀୟ ଯୋଗ ଶିକ୍ଷକ ବୈଠକ ଓ ଶିବିର

4

ଭଦ୍ରକ, ୩୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ବନ୍ତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବ୍ଲକ ସ୍ତରୀୟ ଯୋଗ ଶିକ୍ଷକ ବୈଠକ ଓ ଶିବିର ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଭଦ୍ରକ ଜିଲ୍ଲା ଭାରତ ସ୍ୱାଭିମାନ ସଂଯୋଜକ ଧରଣୀଧର କର ସଭା ସଂଯୋଜନା କରିଥିଲେ । ଅତିଥି ଭାବେ ଭଦ୍ରକ ପତଞ୍ଜଳୀ ଯୋଗ ସମିତିର ପ୍ରଭାରୀ ଗିରିଶ କୁମାର ପାଢୀ, ବରିଷ୍ଠ ଯୋଗ ଶିକ୍ଷକ ଯଶୋବନ୍ତ ବେହେରା, ଶିକ୍ଷୟିତ୍ରୀ ଗୀତାରାଣି ସା, ଜିଲ୍ଲା ସୋସିଆଲ୍ ମିଡିଆ ପ୍ରଭାରୀ ଶ୍ରୀବତ୍ସ କର ମଂଚାସୀନ ଥିଲେ । ଅତିଥି ମାନେ ଯୋଗର ଉପକାରିତା ସମ୍ପର୍କରେ ଅଲୋଚନା କରିବା ସହିତ ଆଗାମୀ ଦିନରେ ଯୋଗ କାର୍ଯ୍ୟକୁ ଘରେ ଘରେ ପହଚାଂଇବା ପାଇଁ ଶିକ୍ଷକ ମାନଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲା ସଂଯୋଜକ ଶ୍ରୀ କର ବନ୍ତ ବ୍ଲକରେ ଯୋଗ ଶିକ୍ଷାକୁ ବ୍ୟାପକ ଭାବରେ ପ୍ରସାର କରିବା ପାଇଁ ଶିକ୍ଷକ ମାନଙ୍କୁ ଦାୟିତ୍ୱ ବଟଂନ କରିଥିଲେ । ଭାରତ ସ୍ୱାଭିମାନ ବ୍ଲକ ସଂଯୋଜକ ପର୍ଶୁରାମ ପୁହାଣ, ଯୋଗସମିତି ସଭାପତି କାଳନ୍ଦୀ ପାତ୍ର, ଯୁବ ସଭାପତି ସନ୍ତୋଷ ପଣ୍ଡା, ସୋସିଆଲ ମିଡିଆ ତଥା କୋଷାଧ୍ୟକ୍ଷ ମଳୟ ରାଉଳ, କୃଷକ ସଭାପତି ଗଦାଧର ଦାସ, ମହିଳା ସଂଯୋଜିକା ଗିତାରାଣୀ ସା ଏବଂ ଆଶାରାଣୀ ମୁଦୁଲି, ସହ ସଂଯୋଜିକା ସୌଭାଗିନୀ ପାତ୍ର, ଯୁବ ଉପ-ସଭାପତି ପ୍ରଭାସ ରାଉତ, ଉପଦେଷ୍ଟା ଭାବେ ଯଶୋବନ୍ତ ବେହେରା, ଆରତୀ ପାଣିଗ୍ରାହୀ, ରବିନ୍ଦ୍ର ସେଠୀ, ସଞ୍ଜୟ ପାଣିଗ୍ରାହୀ, ଅନାମ ଜେନା ପ୍ରମୁଖଙ୍କୁ ଚୟନ କରାଯାଇଥିଲା । ଯୋଗ ଶିକ୍ଷୟିତ୍ରୀ ସ୍ମିତା ଆଇଚ, ପୂର୍ଣ୍ଣିମା ଜେନା, ଉମେଶ ସେଠୀ, ସୌଭାଗ୍ୟ ନାୟକ, ସୁଜିତ କୁମାର ସେଠୀ, ପ୍ରଦୀପ୍ତ କୁମାର ଧଳ, ସୋନାଲୀ ପାଢୀ, ସୁଧାକର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ବରିଷ୍ଠ ଯୋଗ ଶିକ୍ଷକ ଯଶୋବନ୍ତ ବେହେରାଙ୍କୁ ସମିତି ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.