Home ଜିଲ୍ଲା ପରିକ୍ରମା ଅଗ୍ନି ବିପନ୍ନ ପରିବାରକୁ ସହାୟତା

ଅଗ୍ନି ବିପନ୍ନ ପରିବାରକୁ ସହାୟତା

4

ଭଦ୍ରକ, ୨୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଗଣିଜାଙ୍ଗ ପଚାଂୟତ ବେଲଦା ଗ୍ରାମରେ ଆଜି ମଧ୍ୟାହ୍ନରେ ଆନନ୍ଦ ଜେନାଙ୍କ ଘରେ ଭୟାବହ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଗୃହ ସମେତ ଘରେ ଥିବା ସମସ୍ତ ଆସବାବ ପତ୍ର ଜଳି ପୋଡି ପାଉଁସ ହୋଇଯାଇଛି । ବିଦ୍ୟୁତ୍ ସର୍ଟ ସର୍କିଟ୍ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ଜଳି ଯିବା ସହ ଗ୍ରୁପ୍ ଋଣ ଟଙ୍କା ପୋଡିଯାଇଛି । ଖବରପାଇ ଭଦ୍ରକ ଓ ଆଗରପଡାରୁ ଦମକଳ ଯାଇ ଗ୍ରାମବାସୀଙ୍କ ସହାୟତାରେ ନିଆଁକୁ ଆୟତ କରିଥିଲା । ଆନନ୍ଦ ଜଣେ ଦିନ ମଜୁରିଆ ଭାବେ ପାଛିଆ ବୁଣୀ ପରିବାର ପ୍ରତିପୋଷଣ କରିଆସୁଥିବା ବେଳେ ଏବେ ସେ ଖୋଲା ଆକାଶ ତଳେ ଖରା ବର୍ଷାରେ ପଡି ରହିଛନ୍ତି । ଖବରପାଇ ଭଣ୍ଡାରିପୋଖରୀ ବିଧାନସଭା ବିଜେପି ନେତା ଡ. ସୁଧାଂଶୁ ଶେଖର ନାୟକ ବିପନ୍ନ ପରିବାରକୁ ଭେଟି ସମବେଦନା ଜଣାଇଥିବା ବେଳେ ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ । ଏଥିସହ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବା ନେଇ ତହସିଲ କର୍ତୁପକ୍ଷଙ୍କ ସହ କଥା ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.