Home ଜିଲ୍ଲା ପରିକ୍ରମା ମହରମପୁରରେ ନୂଆ ତହସିଲଦାରଙ୍କ କ୍ୟାମ୍ପକୋର୍ଟ,ୱାରସ ସଂଶୋଧନ ପାଇଁ ୫୦ ଆବେଦନ

ମହରମପୁରରେ ନୂଆ ତହସିଲଦାରଙ୍କ କ୍ୟାମ୍ପକୋର୍ଟ,ୱାରସ ସଂଶୋଧନ ପାଇଁ ୫୦ ଆବେଦନ

6

ଭଦ୍ରକ, ୨୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାର ଲୋକ ମାନଙ୍କର ସୁବିଧା ପାଇଁ ଆମ ଗାଁ ଆମ ତହସିଲ ଯୋଜନା ପ୍ରଣୟନ କରିଛନ୍ତି। ଗାଁର ଲୋକଟିଏ ନିଜର ଜମି ଜମା ସଂକ୍ରାନ୍ତୀୟ କାମ ପାଇଁ ତହସିଲ କାର୍ଯ୍ୟାଳୟକୁ ଦୌଡୁଥିଲା। ଫଳରେ ତାର ସମୟ ନଷ୍ଟ ହେବାସହିତ ସେ ଖର୍ଚ୍ଚାନ୍ତ ହେଉଥିଲା।ଆମ ଗାଁ ଆମ ତହସିଲ ଯୋଜନା ମାଧ୍ୟମରେ ଲୋକମାନେ ଘରେ ରହି ନିଜନିଜର କାର୍ଯ୍ୟ କରିପାରିବେ ।ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲା ତିହିଡି଼ ତହସିଲ ଭାଟପଡ଼ା ସଦର ଆରଆଇ ସର୍କଲ ଅଧୀନ ମହରମପୁର ପଂଚାୟତ କାର୍ଯ୍ୟାଳୟରେ ରବିବାର ନୂଆ ତହସିଲଦାର ସୁବାଶିଷ ସାହୁ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଏକ କ୍ୟାମ୍ପ କୋର୍ଟ କରିଥିଲେ । ଏହି କ୍ୟାମ୍ପ କୋର୍ଟରେ ୱାରସ ସଂଶୋଧନ ପାଇଁ ମୋଟ ୫୦ଟି ଆବେଦନ କରାଯାଇଥବା ଜଣାଯାଇଛି । ପୂର୍ବରୁ ଲୋକମାନଙ୍କୁ କଲମ-୨(ୱାରସ ସଂଶୋଧନ) ପାଇଁ ତହସିଲ କାର୍ଯ୍ୟାଳୟକୁ ଯିବାକୁ ପଡୁଥିଲା କ୍ଷ ମୃତ ବ୍ୟକ୍ତିଙ୍କ ନାଁ କାଟି ନୂତନ ରେକର୍ଡଧାରୀଙ୍କ ନାଁରେ ଖାତା ହେବାକୁ ଆବେଦନ କରିବାକୁ ପଡୁଥିଲା କ୍ଷ ତହସିଲ କାର୍ଯ୍ୟାଳୟରେ ନାମଜାରୀ ମକଦ୍ଦମା କରାଯାଇ ନୋଟିସ ଦିଆଯାଇ ଫଏସଲା କରାଯିବା ସହିତ ରେକର୍ଡ ସଂଶୋଧନ କରାଯାଉଥିଲା।ଏହା ସମୟସାପେକ୍ଷ ହୋଇଥିବାରୁ ଆବେଦନକାରୀଙ୍କୁ ଏଥିପାଇଁ ବିଭିନ୍ନ ସମୟରେ ତହସିଲ କାର୍ଯ୍ୟାଳୟକୁ ଯିବାକୁ ପଡୁଥିଲା । ଏବେ ଗାଁରେ ତହସିଲ ପହଞ୍ଚିଥିବାରୁ ଲୋକମାନେ ଏଥିରୁ ଉପକୃତ ହୋଇପାରୁଛନ୍ତି। ତହସିଲଦାର ଶ୍ରୀ ସାହୁଙ୍କ ସମେତ ଅତିରିକ୍ତ ତହସିଲଦାର ସତୀଶ କୁମାର ରାଉତ, ସୁପରଭାଇଜର ଚନ୍ଦନ କୁମାର ମହାନ୍ତି, ରାଜସ୍ୱ ନିରୀକ୍ଷକ ସୌମ୍ୟରଞ୍ଜନ ସାମନ୍ତ ପ୍ରମୁଖ କ୍ୟାମ୍ପ କୋର୍ଟରେ ଉପସ୍ଥିତଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.