Home ଜିଲ୍ଲା ପରିକ୍ରମା କେନ୍ଦ୍ରୀୟ ଭତା ବନ୍ଦ: ଧାମନଗର ବ୍ଲକର ୯ ହଜାରରୁ ଊର୍ଦ୍ଧ୍ୱ ହିତାଧିକାରୀ ହନ୍ତସନ୍ତ

କେନ୍ଦ୍ରୀୟ ଭତା ବନ୍ଦ: ଧାମନଗର ବ୍ଲକର ୯ ହଜାରରୁ ଊର୍ଦ୍ଧ୍ୱ ହିତାଧିକାରୀ ହନ୍ତସନ୍ତ

14

ଭଦ୍ରକ, ୨୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟରେ ସାମାଜିକ ସୁରକ୍ଷା ଅଧୀନରେ ବିଭିନ୍ନ ପ୍ରକାରର ଭତା ପ୍ରଦାନ କରାଯାଉଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳୁଥିବା ଭତା ବନ୍ଦ ଯୋଗୁଁ ଧାମନଗର ବ୍ଲକରେ ପ୍ରବଳ ଜନ ଅସନ୍ତୋଷ ପ୍ରକାଶ ପାଇଛି। ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅଧୀନରେ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ଓ ଆଧାର ଏନାବୁଲଡ ପେମେଂଟ ସିଷ୍ଟମ ମାଧ୍ୟମରେ ମିଳୁଥିବା ଏହି ଭତା ଟଙ୍କା ଗତ ଦୁଇ ମାସ ହେଲା ହିତାଧିକାରୀଙ୍କ ବ୍ୟାଙ୍କ କିମ୍ବା ପୋଷ୍ଟାଲ ଆକାଉଂଟକୁ ଆସୁନାହିଁ। ଫଳରେ ଭତା ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଥିବା ବୃଦ୍ଧବୃଦ୍ଧା, ବିଧବା ଓ ଭିନ୍ନକ୍ଷମମାନେ ଚରମ ହଇରାଣ ହେଉଛନ୍ତୀ। । ବିଶେଷ କରି ଚଳିତ ମାସରେ ବାହାଘର, ବ୍ରତଘର ଏବଂ ଓଡ଼ିଆଙ୍କ ବଡ଼ ପର୍ବ ‘ସାବିତ୍ରୀ ବ୍ରତ’ ଥିବାରୁ, ଅସହାୟ ବୃଦ୍ଧବୃଦ୍ଧା ମାନେ ଝିଅ ଘରକୁ ସାବିତ୍ରୀ ଭାର ବେଭାର ଦେବା ପାଇଁ ଅନ୍ୟ ସାଧନ ନପାଇ ଗଭୀର ମାନସିକ ଚିନ୍ତାରେ ଗତି କରୁଛନ୍ତି।ଧାମନଗର ବ୍ଲକରେ ମୋଟ ଦୁଇ ପ୍ରକାରର ଭତା ବ୍ୟବସ୍ଥା ଚାଲିଛି। ରାଜ୍ୟ ସରକାରଙ୍କ ମଧୁବାବୁ ପେନସନ ଯୋଜନାରେ ଏଠାରେ ୧୭,୧୭୯ ଜଣ ହିତାଧିକାରୀ ଅଛନ୍ତି। ସେମାନଙ୍କୁ ପ୍ରତି ମାସ ୧୫ ତାରିଖ ‘ଜନସେବା ଦିବସ’ରେ ପଂଚାୟତ କାର୍ଯ୍ୟାଳୟରେ ନିର୍ବାହୀ ଅଧିକାରୀ ଓ ୱାର୍ଡ ମେମ୍ବରଙ୍କ ଉପସ୍ଥିତିରେ ନିୟମିତ ନଗଦ ଟଙ୍କା ବଂଟନ କରାଯାଉଛି। କେବେ କେବେ ଏଥିରେ ୫-୭ ଦିନ ବିଳମ୍ବ ହେଲେ ମଧ୍ୟ ସେମାନେ ଟଙ୍କା ପାଉଛନ୍ତି। ଅପରପକ୍ଷେ, କେନ୍ଦ୍ର ସରକାରଙ୍କ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମର ୯,୨୮୬ ଜଣ ହିତାଧିକାରୀ ରହିଛନ୍ତି, ସେଥି ମଧ୍ୟରୁ୧୪୪୦ ଜଣ ହିତାଧିକାରୀ ୩୫୦୦ ଟଙ୍କା ପାଉଛନ୍ତି। ଯେଉଁମାନେ ସମ୍ପୂର୍ଣ୍ଣ ଭାବେ ବ୍ୟାଙ୍କ ଖାତା ଉପରେ ନିର୍ଭରଶୀଳ ଏବଂ ଏବେ ସେମାନେ ହିଁ ଦୁର୍ଦ୍ଦଶା ଭୋଗୁଛନ୍ତି।ତେବେ ଏପରି ଘଟଣା ନେଇ ବିଡ଼ିଓ ବନ ବିହାରୀ ଦିନ୍ଧା କହିଛନ୍ତି ଯେ କେନ୍ଦ୍ରୀୟ ଭତା ମିଳିବାରେ ବିଳମ୍ୱ ହେଉଛି ତେବେ ଏହା ଭିତରେ ମିଳିଯିବ ବୋଲି କହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.