Home ଜିଲ୍ଲା ପରିକ୍ରମା + ୨ ବିଜ୍ଞାନ ପରୀକ୍ଷାରେ କୃତି ଛାତ୍ରୀ ରିତୁପର୍ଣ୍ଣାଙ୍କୁ ସମ୍ବର୍ଦ୍ଧନା

+ ୨ ବିଜ୍ଞାନ ପରୀକ୍ଷାରେ କୃତି ଛାତ୍ରୀ ରିତୁପର୍ଣ୍ଣାଙ୍କୁ ସମ୍ବର୍ଦ୍ଧନା

5

ଭଦ୍ରକ, ୨୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ବର୍ଷର +୨ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ରୀ ତଥା ଧାମନଗର ଏନଏସି ଅନ୍ତର୍ଗତ ୧୦ ନଂ ୱାର୍ଡର ତପନ କୁମାର ରାଉତ ଓ ମମତା ରାଉତଙ୍କ କନ୍ୟା ରିତୁପୁର୍ଣ୍ଣା ରାଉତ ମୋଟ ୬୦୦ ନମ୍ବରରୁ ୫୬୪ ରଖି ଭଦ୍ରକ ଜିଲ୍ଲା ତଥା ବିଜ୍ଞପିତ ଅଂଚଳ ପରିଷଦ ପାଇଁ ଗୌରବ ଆଣିଛନ୍ତି। ରିତୁପର୍ଣ୍ଣଙ୍କ ଏହି ସଫଳତା ପାଇଁ ପରିବାର, ବନ୍ଧୁବର୍ଗ ଓ ସ୍ଥାନୀୟ ଅଂଚଳରେ ଖୁସିର ଲହରୀ ଖେଳି ଯାଇଛି। +୨ ବିଜ୍ଞାନ ପରୀକ୍ଷାରେ ଶତକଡ଼ା ୯୪ ନମ୍ବର ରଖି ଥିବା ଏହି ମେଧା ଛାତ୍ରୀଙ୍କ ବାସଭବନରେ ପହଂଚି ଧାମନଗର ଓକିଲ ସଂଘର ସଭାପତି ଅଶୋକ କୁମାର ଦାସ, ପ୍ରେସ କ୍ଳବର ସାଧାରଣ ସମ୍ପାଦକ ସରୋଜ କୁମାର ସେଠୀ ଉତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସହ ମଙ୍ଗଳମୟ ଉତର ଜୀବନ କାମନା କରିଥିଲେ। ଏହି ମେଧା ସମ୍ମାନ କାର୍ଯ୍ୟକ୍ରମରେ ଏନଏସି ୧୦ ନଂ ୱାର୍ଡର ବରିଷ୍ଠ ବିଜେପି ଯୁବ ନେତା ସୁଶାନ୍ତ ରାଉତ ଉପସ୍ଥିତ ଥିଲେ। କୃଷି ବୈଜ୍ଞାନିକ ହେବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ନିଜ ଭବିଷ୍ୟତ ଶିକ୍ଷା ସମ୍ପର୍କରେ କୁହନ୍ତି ବିଜ୍ଞାନ ଟପ୍ପର ରିତୁପର୍ଣ୍ଣା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.