Home ଜିଲ୍ଲା ପରିକ୍ରମା ଗାଳ୍ପିକ ଅଧିବକ୍ତା ରୁଦ୍ରକାନ୍ତ ରାଉତରାୟଙ୍କ ଗଳ୍ପ ସଂକଳନ “ଅନ୍ତଃହୀନ ଜ୍ୟୋସ୍ନା’ ଲୋକାର୍ପିତ

ଗାଳ୍ପିକ ଅଧିବକ୍ତା ରୁଦ୍ରକାନ୍ତ ରାଉତରାୟଙ୍କ ଗଳ୍ପ ସଂକଳନ “ଅନ୍ତଃହୀନ ଜ୍ୟୋସ୍ନା’ ଲୋକାର୍ପିତ

1

ଭଦ୍ରକ, ୨୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ସଂସ୍କୃତି ଭବନରେ ଗାଳ୍ପିକ ଅଧିବକ୍ତା ରୁଦ୍ରକାନ୍ତ ରାଉତରାୟଙ୍କ ଗଳ୍ପ ସଂକଳନ “ଅନ୍ତଃହୀନ ଜ୍ୟୋସ୍ନା” ଲୋକାର୍ପିତ ହୋଇଯାଇଛି। ବିଶିଷ୍ଟ କବୟିତ୍ରି ସଂଯୁକ୍ତା ବଳ ନାୟକଙ୍କ ସଂଯୋନାରେ ଅନୁଷ୍ଠିତ ଉତ୍ସବରେ ସଭାପତିତ୍ୱ କରିଥିଲେ ସାହିତ୍ୟିକ ସମାଜସେବୀ ଅଜୟ ନାୟକ, ବରଣ୍ୟ ଅତିଥି ଭାବରେ ପ୍ରାଧ୍ୟାପକ ପବିତ୍ର ପାଣିଗ୍ରାହୀ, ଅଧ୍ୟାପକ ଡଃ ବିଶ୍ୱରଞ୍ଜନ ଦାସ ଯୋଗ ଦେଇଥିଲେ। ପୁସ୍ତକଟିକୁ ସମୀକ୍ଷା କରିଥିଲେ ଅଧ୍ୟାପକ ଡଃ ଅଭୟ କୁମାର ଦାସ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଟ ଅଧିବକ୍ତା ପର୍ଶୁରାମ ଦ୍ୱିବେଦୀ, ଓକିଲ ସଂଘର ସଂପାଦକ ପୂର୍ଣ୍ଣଚନ୍ଦ୍ର ମହାନ୍ତି, ଅଧିବକ୍ତା ଗଦାଧର ବଳ, ବିଷ୍ଣୁବ୍ରତ ବିଶ୍ୱାଳ, କୃପାସିନ୍ଧୁ ନାୟକ, ମହେଶ୍ୱର ନାୟକ, ଗୟାଧର ସାମଲ ପ୍ରମୁଖ ନିଜ ନିଜର ମତ ରଖିଥିଲେ। ଏହି ଲୋକାର୍ପଣ ଉତ୍ସବକୁ ଅଧିବକ୍ତା ସନାତନ ଦୀକ୍ଷିତ, ବେଣୁଧର ଦାସ, ମୋହରିର ସଂଘ ସମ୍ପାଦକ ରାମଚନ୍ଦ୍ର ନାୟକ, ଅମୁଲ୍ୟ ଚନ୍ଦ୍ର ରାଉରକେଲା, ଆଦିତ୍ୟ କୁମାର ନାୟକ, ଦେବାଶିଷ ନାୟକ, ସନରଣ ଦୀକ୍ଷିତ, ସଞ୍ଜୟ ମାଝୀ, ନାଟ୍ୟଶ୍ରୀ ନିର୍ମଳ ରାଉତ, ବିଜୟ କୁମାର ରାଉତରାୟ, ସୌମ୍ୟକାନ୍ତ ରାଉତରାୟ ପ୍ରମୁଖ ଅନେକ ସାହିତ୍ୟିକ ପ୍ରମୁଖ ଉପସ୍ଥିତ ରହି ସାଫଲ୍ୟ ମଣ୍ଡିତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.