Home ଜିଲ୍ଲା ପରିକ୍ରମା ଆରଡି ପୀଠର ନବନିର୍ମିତ ୧୩କୋଟି ଟଙ୍କାର ବସଷ୍ଟାଣ୍ଡ ଉଦଘାଟନ ହେବାର ୫ମାସ ବିତିଲା , ବସ...

ଆରଡି ପୀଠର ନବନିର୍ମିତ ୧୩କୋଟି ଟଙ୍କାର ବସଷ୍ଟାଣ୍ଡ ଉଦଘାଟନ ହେବାର ୫ମାସ ବିତିଲା , ବସ ଗଡିବ କେବେ!, ରାସ୍ତା କଡ଼ରେ ପାର୍କିଂ କରୁଛି ବସ୍‌

4

ଭଦ୍ରକ, ୧୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳ ଆଖଣ୍ଡଳମଣି ପୀଠରେ ସ୍ଥାୟୀ ବସଷ୍ଟାଣ୍ଡ ନଥିବାରୁ ପୂର୍ବ ସରାକାରଙ୍କ ପକ୍ଷରୁ ୧୩କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇ ଏକ ବଡ଼ ବସଷ୍ଟାଣ୍ଡ ନିର୍ମାଣ କରାଯାଇଛି। ଏହି ବସଷ୍ଟାଣ୍ଡକୁ ଗତ ଜାନୁଆରୀମାସ ୧୨ଣାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭାସି ମାଧ୍ୟମରେ ଉଦଘାଟନ କରିଥିଲେ। ଉଦଘାଟନ ଉତ୍‌ଇସ୍ୱରେ ସ୍ଥାନୀୟ ବିଧାୟକଙ୍କ ସହ ସାଂସଦ, ଜିଲାପାଳଙ୍କ ସହ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ଇତି ମଧ୍ୟରେ ୫ମାସ ବିତିଯାଇଥିଲେ ମଧ୍ୟ ବସ ଖଣ୍ଡେତ ଗଡ଼ିବା ଦୂରର କଥା ଆଗନ୍ତୁକ ଯାତ୍ରୀମାନେ ବିଶ୍ରାମ ନେବାରୁ ବଂଚିତ ରହୁଛନ୍ତି। ଫଳରେ ଦୟନୀୟ ଅବସ୍ଥାରେ ବସ ଗୁଡ଼ିକ ମୁଖ୍ୟ ରାସ୍ତା ପାର୍ଶ୍ୱରେ ରହିବା ସହ ବସଷ୍ଟାପ ଓ ଯାତ୍ରୀ ଖରାବର୍ଷାରେ ରହୁଛନ୍ତି। ଦୈନନ୍ଦିନ ପୀଠରୁ ରାଜ୍ୟର ଅଧିକାଂଶ ଜିଲ୍ଲା ସମେତ ପଡ଼ୋଶୀ ପଶ୍ଚିମବଙ୍ଗ କଲିକତାକୁ ୨୦/୨୨ଗୋଟି ବସ ଯାତାୟତ କରିଥାଏ। ଏହି ବସରେ ଆସୁଥିବା ଯାତ୍ରୀମାନଙ୍କର ସୁବିଧା ନିମନ୍ତେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ନବନିର୍ମିତ ବସଷ୍ଟାଣ୍ଡରେ ସମସ୍ତ ସୁବ୍ୟବସ୍ଥା କରାଯାଇଛି। ଏପରିକି ରାତ୍ର ରହଣି ସହିତ ପର୍ଯ୍ୟଟନ ଋତୁରେ ଆସୁଥିବା ଛୋଟ ବଡ଼ ବସ ରହଣି ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଛି। ଏଥିସହ ବସଷ୍ଟାଫଙ୍କ ସହ ଆଗନ୍ତୁକ ଯାତ୍ରୀ ବିଶ୍ରାମ ଓ ରହଣି ପାଇଁ ବ୍ୟବସ୍ଥା ରହିଛି। ବିଶେଷକରି ୨ମହଲା ବିଶିଷ୍ଟ ୮ଗୋଟି କୋଠରୀ ସହ ବସିବା ପାଇଁ ୨ଗୋଟି ହଲ୍ ରହିଛି। ତାହା ସହ ଯାତ୍ରୀମାନଙ୍କ ପାଇଁ ଶୈଚାଳୟ ଓ ପାନୀୟ ଜଳ ବ୍ୟବସ୍ଥା ସହ ଅନ୍ୟାନ୍ୟ ସୁବିଧା ରହିଛି। ଏପରିକି ପୀଠକୁ ଆସୁଥିବା ବସ୍ ମଧ୍ୟରୁ ରାତିରେ ୧୫/୧୬ଗୋଟି ବସ୍ ରହଣି କରିଥାଏ। ଭଦ୍ରକରୁ ଆରଡ଼ିକୁ ପ୍ରାୟ ୨୫ଗୋଟି ବସ୍ ଚାଲୁଛି। ତାହା ସହ ଭୁବନେଶ୍ୱରରୁ ଯାଜପୁର ମାର୍ଗରେ ୬ଟି, ଧାମନଗର ମାର୍ଗରେ ୫ଟି ବସ୍‌।କୋଲକାତା, ପୁରୀ, ରାଉରକେଲା, ଘଟଗାଁକୁ ୪ଟି ଚାଲୁଛି। ଆଗନ୍ତୁକ ଯାତ୍ରୀ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ନୂତନ ବସଷ୍ଟାଣ୍ଡକୁ କାର୍ଯ୍ୟକ୍ଷମ କରିବା ପାଇଁ ସାଧାରଣରେ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.