Home ଜିଲ୍ଲା ପରିକ୍ରମା ରାଣୀତାଲରେ ଫାଣ୍ଡି ପ୍ରତିଷ୍ଠା ପାଇଁ ଆରକ୍ଷୀ ଅଧିକ୍ଷକଙ୍କୁ ଦାବୀପତ୍ର

ରାଣୀତାଲରେ ଫାଣ୍ଡି ପ୍ରତିଷ୍ଠା ପାଇଁ ଆରକ୍ଷୀ ଅଧିକ୍ଷକଙ୍କୁ ଦାବୀପତ୍ର

9

ଭଦ୍ରକ, ୧୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ଅନ୍ତର୍ଗତ ରାଣୀତାଲ ହେଉଛି ଏକ ସମ୍ବେଦନଶୀଳ ଅଂଚଳ। ଭଦ୍ରକ ଓ ବାଲେଶ୍ୱର ଜିଲ୍ଳାର ଅନେକ ପଂଚାୟତର ମିଳନସ୍ଥଳ ହୋଇଥିବା ରାଣୀତାଲ ବଜାରରେ ପୋଲିସ ଫାଣ୍ଡି ପ୍ରତିଷ୍ଠା ପାଇଁ ବାରମ୍ବାର ଦାବୀ ହେଉଥିବା ବେଳେ ପୁଣି ଆଜି ଭଦ୍ରକ ଆରକ୍ଷୀ ଅଧିକ୍ଷକ ମନୋଜ ରାଉତଙ୍କୁ ରାଣୀତାଲ ବିକାଶ ମଂଚ ତରଫରୁ ଫାଣ୍ଡି ପ୍ରତିଷ୍ଠା ପାଇଁ ଦାବିପତ୍ର ଦିଆଯାଇଛି। ସୂଚନାଯୋଗ୍ୟ ଭଦ୍ରକ ଜିଲ୍ଳାର ପ୍ରାୟ ପାଂଚଟି ପଂଚାୟତ ଓ ବାଲେଶ୍ୱର ଜିଲ୍ଳାର ୧୫ଟି ପଂଚାୟତର ମିଳନସ୍ଥଳ ହେଉଛି ରାଣୀତାଲବଜାର। ରାଣୀତାଲରୁ ଅଡା, କୁପାରୀ, ଆଗରପଡା ହେଉ କି ବାଲିଖଣ୍ଡ, ବ୍ରାହ୍ମଣ ଗାଁ ବାସୁଦେବପୁର ସବୁ ଆଡ଼କୁ ଏହି ଛକରୁ ଯିବାକୁ ଯୋଗାଯୋଗ ରାସ୍ତା ଭଲଅଛି । ତା ଛଡା ଭାରତୀୟ ଖାଦ୍ୟ ନିଗମ ଠାରୁ ରାଣୀତାଲ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରାଣୀତାଲରେ ଅବସ୍ଥିତ। ଏହି ଛକରୁ ସବୁ ଆଡ଼କୁ ଯିବାକୁ ସୁବିଧା ଥିବାରୁ ଅସାମାଜିକ ଲୋକ ମାନଙ୍କ ପାଇଁ ଆଡସ୍ଥଳ ପାଲଟିଛି। ବିଭିନ୍ନ ପ୍ରକାର ନିଶା କାରବାର ହେଉ କି ଚୋରୀ ଡକାୟତି କରି ଏହି ଛକରୁ ଖସିବାକୁ ଅନେକ ରାସ୍ତାର ନଜିର ଅଛି। ତା ଛଡା ସବୁଠାରୁ ବଡ଼ କଥା ହେଲା ଭଦ୍ରକ ଗ୍ରାମଚଳ ଥାନା ବାଇପାସରୁ ନଳାଙ୍ଗ ଯିବା ପରେ ରାଣୀତାଲ ଅଂଚଳ ପାଲଟିଛି ଅସାମାଜିକ ଲୋକଙ୍କ ଆଖଡ଼ାଶାଳା। ଗତ ଦୁଇ ବର୍ଷ ମଧ୍ୟରେ ରାଣୀତାଲ ତଥା ଏହାର ଆଖପାଖ ଅଂଚଳର ଅନେକ ଦୋକାନ ଓ ଘର ଚୋରୀ ହୋଇଥିବା ବେଳେ ପୋଲିସ ସାଜିଛି ନୀରବ ଦ୍ରଷ୍ଟା। କବି ଗୀତାରାଣୀ ମହାନ୍ତିଙ୍କ ଘରୁ କାର ଚୋରୀ ଠାରୁ ପ୍ରଦୀପ ସାହୁଙ୍କୁ ମା ତାରିଣୀ ଜୁଏଲାର୍ସ ଚୋରୀର ଖୁଲାସା ଏ ପର୍ଯ୍ୟନ୍ତ ପୋଲିସ କରିପାରି ନାହିଁ। ଏହାକୁ ଆଖିରେ ରଖି ରାଣୀତାଲ ବିକାଶ ମଞ୍ଚର ସଭାପତି, ଶିକ୍ଷାବିତ ଭାଗିରଥି ନାୟକଙ୍କ ତତ୍ୱାବଧାନରେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ,ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ରଙ୍କୁ ଦରଖାସ୍ତ ଦେଇଥିଲେ ବି କିଛି ସୁଫଳମିଳି ପାରିନାହିଁ। ତେଣୁ ଆଇନ ଶୃଙ୍ଗଳା ବିଗୁଡୁଥିବାରୁ ଆଜି ପୁଣି ଶ୍ରୀ ନାୟକଙ୍କ ତତ୍ୱାବଧାନରେ ରାହାଞ୍ଜର ପୂର୍ବତନ ସରପଂଚ ରବୀନ୍ଦ୍ର ସାହୁ, ସମାଜସେବୀ ଗଣେଶ ଦାଶ, ଅଞ୍ଜନ କୁମାର ଲେଙ୍କା, ସଂଗ୍ରାମ କର ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଦାବୀ ଦୋହରାଇଥିବା ଜଣା ପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.