Home ଜିଲ୍ଲା ପରିକ୍ରମା ବନ୍ତ ପୋଲିସ ଜବତ କଲା ଦେଶୀମଦ ଓ ବାଇକ

ବନ୍ତ ପୋଲିସ ଜବତ କଲା ଦେଶୀମଦ ଓ ବାଇକ

8

ଭଦ୍ରକ, ୧୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ଥାନା ଅଧିନ ଡ଼ିଗିଆଡ଼ି ଠାରେ ଚୋରା ଦେଶୀମଦ କାରବାରରେ ସଂପ୍ତୃକ୍ତ ଜଣେ ଯୁବକକୁ ପୋଲିସ ଧରିବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛି। ଯୁବକଙ୍କ ଠାରୁ ୬୦ ଲିଟରରୁ ଉର୍ଦ୍ଧ୍ୱ ଦେଶୀମଦ ଜବତ ହୋଇଥିବା ବେଳେ ବ୍ୟବହୃତ ବାଇକକୁ ପୋଲିସ ଅଟକ ରଖିଛି। ପଧାନପଡ଼ା ଗ୍ରାମର ପୁରସ୍ତମ ଜେନାଙ୍କ ପୁଅ ଲିପନ ଜେନା ଓ ସୁରେନ୍ଦ୍ର ଜେନା ନନ୍ଦୀପଦା ଧାନା ଅଂଚଳରୁ ମଦଧରି ଗୁରୁବାର ବିଳମ୍ବିତ ରାତ୍ରରେ ଘରକୁ ଫେରୁଥିଲେ। ବନ୍ତ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ସିନେମାହଲ ଛକ ଠାରେ ଯୁବକ ଦ୍ୱୟଙ୍କୁ ସନ୍ଦେହରେ ଅଟକାଇଥିଲେ। ସେମାନଙ୍କ ନିକଟରୁ ପଲିଥିନରେ ଥିବା ଦେଶୀମଦ ଜବତ କରାଯାଇଛି। ଉକ୍ତ ଘଟଣାରେ ସହଯୋଗୀ ସୁରେନ୍ଦ୍ର ଜେନା ପୋଲିସକୁ ଚକ୍‌ମା ଦେଖାଇ ଖସି ପଲାଇଥିଲା। ଥାନା କର୍ମଚାରି ମନମୋହନ ବାରିକ, କମଳାକାନ୍ତ ନାୟକ, ସଂଗ୍ରାମ ଖିଲାର, ରଞ୍ଜନ ନାୟକ ପ୍ରମୁଖ ଚୋରା ମଦବେପାରିକୁ ଧରିବାରେ ସହଯୋଗ କରିଥିଲେ। ନନ୍ଦୀପଦା ଥାନା ଅଞ୍ଚଳରୁ ଏହି ଦେଶୀମଦ ଆସିଥିବା ବେଳେ ପଧାନପଡ଼ା ଗ୍ରାମରରେ ବିକ୍ରି ହେବାର ଥିବାବେଳେ ଯୁବକଦ୍ୱୟ ଦୀର୍ଘବର୍ଷ ଧରି ଏହି ବେପାର କରୁଥିବା ପୋଲିସ ସୂତ୍ରରୁ ପ୍ରକାଶ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.