ଭଦ୍ରକ, ୧୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ କାଡା ଡିଭିଜନ ସମେତ ଏହା ଅଧୀନରେ ଥିବା ଆନନ୍ଦପୁର ଓ କେନ୍ଦୁଝର ସବଡିଭିଜନର ଯନ୍ତ୍ରୀ ବିଜୟ ମହାନ୍ତିଙ୍କ ସମସ୍ତ କାର୍ଯ୍ୟାଳୟ, ଭଦ୍ରକ, ଭୁବନେଶ୍ୱର ଏବଂ ବାଲେଶ୍ୱର ବସ୍ତା ଥାନା ସ୍ଥିତ ନିଜସ୍ୱ ବାସଭବନ, ଭୁବନେଶ୍ୱର ମାଳିପଡା ସଂର୍ପକୀୟଙ୍କ ଘର ଉପରେ ଆଜି ଭିଜିଲାନ୍ସ ପକ୍ଷରୁ ଆୟର ଉତ୍ସ ଠାରୁ ଅଧିକ ସମ୍ପତି ରଖିବା ଅଭିଯୋଗରେ ଚଢାଉ ହୋଇଛି। ଏହି ଚଢାଉରେ ତାଙ୍କର ଦୁଇଟି ଦୋମହଲା କୋଠା, ୭ଟି ମୂଲ୍ୟବାନ ପ୍ଲଟ୍, ନଗଦ ୧.୭୩ ଲକ୍ଷ ୧୮୦ ଟଙ୍କା, ୩୭୫ ଗ୍ରାମ ସୁନା ସମେତ କୋଟି କୋଟି ଟଙ୍କାର ସମ୍ପତି ଠାବ କରାଯାଇଛି। ଶ୍ରୀ ମହାନ୍ତି ଗତ ୨୦୧୧ ଜାନୁଆରୀ ୨୦୧୪ ତାରିଖରେ ଜୁନିୟର ଇଂଜିନିୟର (ଚୁକ୍ତିଭିତିକ) ଭାବେ ସରକାରୀ ଚାକିରୀରେ ପ୍ରବେଶ କରି ଭଦ୍ରକ କାଡା ଡିଭିଜନ୍ରେ ପ୍ରାରମ୍ଭିକ ଭାବେ ୧୩ ହଜାର ୫୦୦ ଟଙ୍କା ପାଉଥିଲେ। ଏଠାରେ ସେ ୨୦୧୫ ପର୍ଯ୍ୟନ୍ତ କାର୍ଯ୍ୟ କରି ଢେଙ୍କାନାଳକୁ ବଦଳି ହୋଇଥିଲେ। ୨୦୧୯ ମସିହାରେ ତାଙ୍କୁ ପୁଣି ଥରେ ଭଦ୍ରକର କାଡା ଡିଭିଜନକୁ ବଦଳି କରାଯାଇଥିଲା। ଭଦ୍ରକର କାଡା ଡିଭିଜନରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ୨୦୨୧ ରେ ନିୟମିତ କରାଯାଇଥିଲା। ୨୦୧୯ ରୁ ଆଜିପର୍ଯ୍ୟନ୍ତ ସେ ଭଦ୍ରକର କାଡା ଡିଭିଜନରେ କାର୍ଯ୍ୟ କରିଆସୁଛନ୍ତି। ଏହି ଚଢାଉରେ ଭଦ୍ରକର ସାମରାଏପୁରସ୍ଥିତ ୧୪୭୯/୮୪୦୭ ପ୍ଲଟ୍ ଉପରେ ପ୍ରାୟ ୩୫୦୦ ବର୍ଗଫୁଟ୍ କ୍ଷେତ୍ରଫଳ ସହିତ ଏକ ୩ ମହଲା କୋଠା, ବାଲେଶ୍ୱର ବସ୍ତା ନରସିଂହଡିହା ସ୍ଥିତ ନିଜସ୍ୱ ଗ୍ରାମରେ ୨୬୦୦ ବର୍ଗଫୁଟ କ୍ଷେତ୍ରଫଳର ଏକ ଦୋମହଲା କୋଠା, ଭୁବନେଶ୍ୱର ଉପକଣ୍ଠରେ ଗୋଟିଏ, ବସ୍ତା ସହରରେ ୩ଟି ଏବଂ ଅର୍ମଦା ରାସଗୋବିନ୍ଦପୁରରେ ଗୋଟିଏ ସମେତ ୭ଟି ମୂଲ୍ୟବାନ ପ୍ଲଟ୍, ଭଦ୍ରକ ସାମରାଏପୁରରେ ୧୪୯୪/୨୩୬୨/୩୫୭୫ ଖାତା ନଂ ୮୨୧/୬୧୧୮ ଡି ଡିସିମିଲ୍ର ଗୋଟିଏ, ୧୪୭୯/୮୪୦୭ ଖାତା ନଂ ୮୨୧/୨୪ କ୍ଷେତ୍ରଫଳ ବିଶିଷ୍ଟ ୧ ଡି. ୩୨୫ ବର୍ଗକଡି, ଭୁବନେଶ୍ୱର ବାଲିଅନ୍ତାରେ ପ୍ଲଟ୍ ନଂ ୫୪୦, ଖାତା ନଂ ୫୧ ସହିତ ୬୪ ଡିସମିଲ୍ର ଗୋଟିଏ ପ୍ଲଟ୍, ବସ୍ତା ବାଉଁଶମୁଖାରେ ପ୍ଲଟ୍ ନଂ ୭୫, ଖାତା ନଂ ୧୫୨ ରେ ଗୋଟିଏ, ମାଛଡାରେ ୯୮୮/୧୧୫୩, ଖାତା ନଂ ୩୪୪/୨୦୫ ରେ ଗୋଟିଏ, ଅର୍ମଦା ରାସଗୋବିନ୍ଦପୁରରେ ପ୍ଲଟ୍ ନଂ ୧୩୬୮/୩୪୯୪, ଖାତା ନଂ ୬୪୬/୬୬୨ ରେ ଗୋଟିଏ ଲେଖାଏ ପ୍ଲଟ୍ ରହିଛି। ଉପରୋକ୍ତ କୋଠା ଓ ପ୍ଲଟ୍ର ମାପ ଏବଂ ମୂଲ୍ୟାୟନ ଭିଜିଲାନ୍ସର ଟେକ୍ନିକାଲ ୱିଂ ଦ୍ୱାରା କରାଯାଉଛି। ବ୍ୟାଙ୍କରେ ୧୯ ଲକ୍ଷ ୪୬ ହଜାର ୩୭୧ ଜମା ଟଙ୍କା, ୩ଟି ଦୁଇଚକିଆ ଯାନ, ପ୍ରାୟ ୮ ଲକ୍ଷ ଟଙ୍କା ମୂଲ୍ୟର ଘରୋଇ ସାମଗ୍ରୀ ଜବତ ହୋଇଛି। ବାଲେଶ୍ୱର ଭିଜିଲାନ୍ସ ବିଭାଗର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରଂଟ ବଳରେ ଓଡ଼ିଶା ଭିଜିଲାନ୍ସର ୪ ଟି ଟିମ୍ରେ ଥିବା ୪ ଜଣ ଡିଏସ୍ପି, ୪ ଜଣ ଇନ୍ସିପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଏହି ତଲାସି କାର୍ଯ୍ୟ ହୋଇଛି।
Home ଜିଲ୍ଲା ପରିକ୍ରମା ଭଦ୍ରକ କାଡା ଡିଭିଜନର ଯନ୍ତ୍ରୀ ବିଜୟ ମହାନ୍ତିଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢାଉ, କୋଟି...








