Home ଜିଲ୍ଲା ପରିକ୍ରମା ଅନ୍ତର୍ଜାତୀୟ ନର୍ସିଙ୍ଗ ଦିବସ ଓ ଶୁଭମ ନର୍ସିଂ ସ୍କୁଲ ଓ କଲେଜର ବାର୍ଷିକ ଉତ୍ସବ

ଅନ୍ତର୍ଜାତୀୟ ନର୍ସିଙ୍ଗ ଦିବସ ଓ ଶୁଭମ ନର୍ସିଂ ସ୍କୁଲ ଓ କଲେଜର ବାର୍ଷିକ ଉତ୍ସବ

4

ଭଦ୍ରକ, ୧୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନର୍ସମାନେ ସ୍ୱାସ୍ୟ ସେବାର ମେରୁଦଣ୍ଡ ଏବଂ ସେମାନଙ୍କର ନିଃସ୍ୱାର୍ଥପର ସେବାକୁ ସାରା ବିଶ୍ୱ ଆଜି ସ୍ୱୀକୃତି ଦେଇଛି ବୋଲି ଆନ୍ତର୍ଜାତୀକ ନର୍ସ ଦିବସ ଓ ଶୁଭମ୍ ସ୍କୁଲ ଏବଂ କଲେଜ ଅଫ ନର୍ସିଂର ବାର୍ଷିକ ଉତ୍ସବ ଅବସରରେ ଯୋଗଦେଇ ଅତିଥିମାନେ ମତ ପ୍ରକାଶ କରିଛନ୍ତି । ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଡା. ପ୍ରଦୀପ କୁମାର ନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ଉଦ୍‌ଘାଟକ ଓ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଡ. ଦିଲ୍ଲୀପ ରାଉତରାଏ ଯୋଗଦେଇ ନର୍ସମାନେ କରୁଣାପୂର୍ଣ୍ଣ ସେବା ଏବଂ ଯତ୍ନ ମାଧ୍ୟମରେ ରୋଗୀମାନଙ୍କୁ ସାନ୍ତ୍ୱନା ପ୍ରଦାନ କରିବା ସହ ଦୟା, ସହାନୁଭୂତି, ହସ ଏବଂ ଆଶ୍ୱାସନା ଦାୟକ ଶବ୍ଦ ସହିତ ରୋଗୀମାନଙ୍କର ସେବା କରିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ‘ନିର୍ଭୟ’ର ସଂପାଦକ ନବୀନ ଦାସ ଯୋଗଦେଇ ଆଜିର ଦିନରେ ଏହି ଅନୁଷ୍ଠାନର ଛାତ୍ରୀମାନେ ସେବାକୁ ନିଜ ଜୀବନର ବ୍ରତ ଭାବେ ଗ୍ରହଣ କଲେ ଆଗାମୀ ପିଢିଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ପ୍ରମୋଦ କୁମାର ପ୍ରହରାଜ ଓ ବରେଣ୍ୟ ଅତିଥି ଭାବେ ଅନୁଷ୍ଠାନର ଉପଦେଷ୍ଟା ଓ ସମାଜସେବୀ ଶେଖର ମହାପାତ୍ର ଯୋଗଦେଇଥିଲେ । ସମାଜସେବୀ ସୁଧାକର ରାଉତ ମଂଚ ଆମନ୍ତ୍ରଣ କରିଥିବା ବେଳେ ‘ସାଳନ୍ଦୀ ସମାଚାର’ର ସଂପାଦକ ରୂପକ ବିହାରୀ ରାୟ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷା ଭାସ୍ୱତି ଓଝା ସଂପାଦକୀୟ ବିବରଣୀ ପାଠ କରିଥିବା ବେଳେ ଜୟଶ୍ରୀ ବିଶ୍ୱାଳ ଧନ୍ୟବାଦ ଦେଇଥିଲେ । ଲୋପିତା ଲୋପାମୁଦ୍ରା, ଅଲିସା ସୃଷ୍ଟି, ଜ୍ୟୋତିରେଖା ରଥ, ଦିପ୍ତୀ ମାହାତ, ଶରତ ଚନ୍ଦ୍ର ବାରିକ ପ୍ରମୁଖ ଉତ୍ସବ ସଂଯୋଜନା କରିଥିବା ବେଳେ, ସୁଶୀଲ କୁମାର ଦାସ, ଏଜି ବ୍ୟାସଦେବ, ମଧୁସ୍ମିତା ସେନାପତି, ନୀଳିମା ପଣ୍ଡା, ରୋଜା ପ୍ରିୟଦର୍ଶନୀ ସାହୁ, ଅର୍ଚ୍ଚିତା ଗୋସ୍ୱାମୀ, ଶାଶ୍ୱତୀ ବାରିକ, କାଜଲ ନାୟକ, ଶୁଭଶ୍ରୀ ମହାପାତ୍ର, ବିଶ୍ୱରୂପା ସିଂ, ଅଙ୍କିତା ବେହେରା, ପ୍ରତିକ୍ଷା ସ୍ୱାଇଁ, ରାଜଲକ୍ଷ୍ମୀ ଦଳାଇ, ସସ୍ମିତା ସାହୁ ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.