ଭଦ୍ରକ, ୧୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗରପଡ଼ା ପୁରଷଣ୍ଢ ସ୍ଥିତ ହନିମାନ ପଡ଼ିଆ ଠାରେ ଆହୋଜିତ ହେବାକୁ ଥିବା ୪ର୍ଥ ବାର୍ଷିକ ମା ଦକ୍ଷିଣଚଣ୍ଡୀ ରଜ ମହୋତ୍ସବ ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ହନୁମାନ ପଢିଆଠାରେ ଅନୁଷ୍ଠିତ ହୋଇଯାଇଛି। କମିଟିର ସଭାପତି ପ୍ରଦ୍ୟୁମ୍ନ ପୁହାଣ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ସମସ୍ତ ସଦସ୍ୟ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପୂର୍ବ ବର୍ଷ ପରି ଚଳିତ ବର୍ଷ ଜୁନ ମାସ ୧୪,୧୫,୧୬ ତାରିଖ ତିନିଦିନ ଧରି ଏହି ମହୋତ୍ସବ ମହୋତ୍ସବ ମହା ଆଡ଼ମ୍ବରରେ ପାଳନ କରାଯିବା ନେଇ ଆଲୋଚନା କରାଯାଇଥିଲା।ଚଳିତ ବର୍ଷ ଏହି ପଡ଼ିଆରେ ବିଭିନ୍ନ ବୈଦ୍ୟୁତିକ ଆକର୍ଷଣୀୟ ଦୋଳି ସାଙ୍ଗକୁ ମୀନାବଜାର ଓ ବିିଭିନ୍ନ କିସମର ଖାଦ୍ୟ ଷ୍ଟଲ ମାନ ଦର୍ଶକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ। ଚଳିତ ବର୍ଷ ବିଶେଷ ଆକର୍ଷଣ ଭାବେ ନିକଟସ୍ଥ ପୁସ୍କରଣୀରେ ବୋଟିଂ ବ୍ୟବସ୍ଥା କରାଯିବା ପାଇଁ ନିସ୍ପତି ନିଆଯାଇଥିଲା। ପ୍ରତି ଦିନ କୁନି କୁନି ପିଲାଙ୍କୁ ନେଇ ଉକ୍ତ ମଂଚରେ ନୃତ୍ୟ ସଂଗୀତ ଆଦି ବିଭିନ୍ନ ପ୍ରତିଯୋଗିତ ମୂଳକ କାର୍ଯ୍ୟକ୍ରମ ସହ ମହିଳା ମାନଙ୍କ ପାଇଁ ଝୋଟି ଚିତ୍ର, ସଂଗୀତ,ନୃତ୍ୟ ଆଦି କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବ। ପ୍ରତି ସଂଧ୍ୟାରେ ବିଭିନ୍ନ ରାଜନୈତିକ ଦଳର ନେତୃତ୍ୱ ଓ ଓଡ଼ିଆ ଚଳଚିତ୍ର ଓ ଟେଲିଭିଜନ ଦୁନିଆର କଳାକା ମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପ୍ରତି ସଂଧ୍ୟାରେ ବିଭିନ୍ନ ରାଜନୈତିକ ଦଳର ନେତୃତ୍ୱ ଓ ଓଡ଼ିଆ ଚଳଚିତ୍ର ଓ ଟେଲିଭିଜନ ଦୁନିଆର କଳାକାର ମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଦର୍ଶକ ମାନଙ୍କ ମନୋରଞ୍ଜନ ସହ ମେଲୋଡ଼ି ଓ ଓଡ଼ିଶାର ନାମୀଦାମୀ କଳାକାର ମାନଙ୍କୁ ନେଇ ଡ଼୍ୟାନ୍ସ ପରିବେଷଣ କରାଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଥିଲା କମିଟିର ସମ୍ପାଦକ ନିର୍ମଳ ମହାକୁଡ଼, କୋଷାଧ୍ୟକ୍ଷ ଲିଙ୍କୁନ ପୁହାଣ, ମାଧବାନନ୍ଦ ଦାସ, କୁନା ଦାସ, ଧନ ଖୁଂଟିଆ, ଦିବ୍ୟ ଆକାଶ ପୁହାଣ, ତପନ ପୃଷ୍ଟି, ବବୁଲ ସାହୁ, ଉମାକାନ୍ତ ରାଉତ, ଉମାକାନ୍ତ ଦାସ, ଜଗନ ଜେନା, ପ୍ରକାଶ ମହାକୁଡ଼, ଦିପୁ ଖୁଂଟିଆ, ବିକାଶ ମହାକୁଡ଼, ବୁବୁ ଜେନାଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ। ୩ ଦିନ ବ୍ୟାପୀ ପାଳିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ସୂଚାର ରୂପେ ପରିଚାଳନା କରିବା ପାଇଁ ସମସ୍ତ ସଦସ୍ୟଙ୍କୁ ଦାୟତ୍ୱ ବଂଟନ କରାଯାଇଥିଲା। ଏହି ମହୋତ୍ସବରେ ପ୍ରତି ବର୍ଷ ପରି ଚଳିତ ବର୍ଷ ଆଗରପଡ଼ାରେ ପ୍ରତିଷ୍ଠିତ କ୍ରାକ କମ୍ପୁଟର ଏଜୁକେସନକୁ ପ୍ରାୟୋଜିକ ଭାବରେ ଗ୍ରହଣ କରାଯାଇଥିଲା।








