Home ଜିଲ୍ଲା ପରିକ୍ରମା ମନ୍ତ୍ରୀଙ୍କ ଶିଳାନ୍ୟାସର ୧୦ ମାସ ପରେ ବି ଅଧପନ୍ତରିଆ ନଦୀବନ୍ଧ ସୁରକ୍ଷା ପାଚେରି, ବନ୍ୟା ଆଶଙ୍କାରେ...

ମନ୍ତ୍ରୀଙ୍କ ଶିଳାନ୍ୟାସର ୧୦ ମାସ ପରେ ବି ଅଧପନ୍ତରିଆ ନଦୀବନ୍ଧ ସୁରକ୍ଷା ପାଚେରି, ବନ୍ୟା ଆଶଙ୍କାରେ ଗୋଖାସାହି ବାସିନ୍ଦା

11

ଭଦ୍ରକ, ୧୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବର୍ଷା ଋତୁ ପାଖେଇ ଆସୁଥିବା ବେଳେ ଧାମନଗର ବ୍ଲକ ଦଳାଙ୍ଗ ପଂଚାୟତବାସୀଙ୍କ ମନରେ ଘାରିଛି ବନ୍ୟା ଆତଙ୍କ। ଗୋଖାସାହି ଦକ୍ଷିଣ ପାର୍ଶ୍ୱ ଦେଇ ବହି ଯାଇଥିବା ଗେଙ୍ଗୁଟି ନଦୀର ସୁରକ୍ଷା ପାଚେରି ନିର୍ମାଣ କାର୍ଯ୍ୟ ଅତି ମନ୍ଥର ଗତିରେ ଚାଲିଥିବାରୁ ସ୍ଥାନୀୟ ଅଂଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ପ୍ରତିବର୍ଷ ବନ୍ୟା ସମୟରେ ଗେଙ୍ଗୁଟି ନଦୀର ପ୍ରଖର ସ୍ରୋତରେ ଏଠାରେ ନଦୀବନ୍ଧ ଧସିଥାଏ, ଯାହାଫଳରେ ଗୋଖାସାହି ସମେତ ପାଖା ପାଖି ଅଂଚଳ ଜଳମଗ୍ନ ହେବାର ଭୟ ରହିଥାଏ। ଏହାର ସ୍ଥାୟୀ ପ୍ରତିକାର ପାଇଁ ସରକାରଙ୍କ ପକ୍ଷରୁ ପ୍ରାୟ ୭୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ସୁରକ୍ଷା ପାଚେରି ନିର୍ମାଣ ପାଇଁ ଅନୁମୋଦନ ମିଳିଥିଲା। ଗତ ୨୦୨୫ ନଭେମ୍ବର ୨୨ ତାରିଖରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଙ୍କ ଦ୍ୱାରା ଏହି ପ୍ରକଳ୍ପର ଶିଳାନ୍ୟାସ ଅତି ଉତ୍ସାହର ସହ କରାଯାଇଥିଲା।କିନ୍ତୁ ଶିଳାନ୍ୟାସ ର ୩ ମାସ ପୂର୍ବରୁ ଏଗ୍ରିମେଂଟ ଅନୁଯାଇ କାର୍ଯ୍ୟ ବି ଆରମ୍ଭ ହୋଇ ଥିଲା ।ଉକ୍ତ କାର୍ଯ୍ୟ ବି ଶିଳାନ୍ୟାସ କୁ ପାଖାପାଖି ୧୦ ମାସ ବିତିଯାଇଥିଲେ ମଧ୍ୟ କାର୍ଯ୍ୟ ଏବେ ବି ଅଧପନ୍ତରିଆ ଅବସ୍ଥାରେ ପଡ଼ି ରହିଛି। ସରକାରୀ ଅନୁଦାନ ସତ୍ୱେ ଠିକାଦାର କାର୍ଯ୍ୟ ର ଅବହେଳା ଯୋଗୁଁ କାମ ଶେଷ ହେବାର ନାଁ ଧରୁନି। ଯେତିକି କାମ ହୋଇ ଛି ତାହାବି ଅତି ନିମ୍ନ ମାନର , ଏପରିକି ସେଠାରେ ପାଚେରି ରେ ୮ ଏମ୍ ରଡ ବି ଦିଆ ଯାଉଛି, ଯାହାକି ବନ୍ୟାର ସ୍ରୋତରେ ଭୁଶୁଡ଼ି ଯାଇପାରେ। ଅନ୍ୟପଟେ କିଛି ଦିନ ପରେ ମୌସୁମୀ ବର୍ଷା ଆରମ୍ଭ ହେବାକୁ ଯାଉଥିବା ବେଳେ ନଦୀବନ୍ଧର ଏହି ଦୁର୍ବଳ ସ୍ଥିତି ସ୍ଥାନୀୟ ଲୋକଙ୍କ ନିଦ ହଜାଇ ଦେଇଛି।ଯଦି ବର୍ଷା ପୂର୍ବରୁ ଏହି ପାଚେରି କାମ ସମ୍ପୂର୍ଣ୍ଣ ନହୁଏ, ତେବେ ୭୦ ଲକ୍ଷ ଟଙ୍କାର ଅନୁଦାନ ପାଣିରେ ପଡ଼ିବା ସହ ଶତାଧିକ ପରିବାର ପୁଣି ଥରେ ବନ୍ୟା ଘେରକୁ ଚାଲିଯିବେ” ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସ୍ଥାନୀୟ ବୁଦ୍ଧିଜୀବୀ ଓ ବାସିନ୍ଦା ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ତୁରନ୍ତ ପ୍ରଶାସନିକ ହସ୍ତକ୍ଷେପ ଏବଂ କାର୍ଯ୍ୟର ତ୍ୱରାନ୍ୱିତ ପାଇଁ ଦାବି କରିଛନ୍ତି। ଅପର ପକ୍ଷେ ଧାମନଗର ଜଳସେଚନ ବିଭାଗ ର ଅଧିକାରୀ ସମ୍ବୁନାଥ ମଲିକ କହିଛନ୍ତି। ଯେ ଉକ୍ତ ଠିକାଦାର ବାରମ୍ୱାର କାର୍ଯ୍ୟର ବିଳମ୍ୱ କରୁଛନ୍ତି ତାଙ୍କର ଏଗ୍ରିମେଂଟ ଆଉ ମାସେ ଅଛି ତେବେ ତୁରନ୍ତ କାର୍ଯ ଶେଷ କରିବାକୁ ନିର୍ଦ୍ଦେଶ ଦିଆ ଯାଇଛି ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.