Home ଜିଲ୍ଲା ପରିକ୍ରମା ପାଇଥିବା ଟଙ୍କା ଭର୍ତି ବ୍ୟାଗ୍‌କୁ ଫେରାଇଲେ ଶମ୍ଭୁନାଥ

ପାଇଥିବା ଟଙ୍କା ଭର୍ତି ବ୍ୟାଗ୍‌କୁ ଫେରାଇଲେ ଶମ୍ଭୁନାଥ

18

ଭଦ୍ରକ, ୧୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଚରମ୍ପା ଅଂଚଳର ଜଣେ ଯୁବକ ନିଜର ନିର୍ମାଣ ହେଉଥିବା ଘର ନିକଟରୁ ଏକ ବ୍ୟାଗରେ ଥିବା ୧୨ ହଜାର ପାଇ ସଂପୃକ୍ତ ବ୍ୟକ୍ତିଙ୍କୁ ଫେରାଇଛନ୍ତି। ଏ ସଂପର୍କରେ ସହରାଂଚଳ ଥାନାଧିକାରୀ ପ୍ରଭାଂଶୁ ମିଶ୍ର ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ଆଜି ଚରମ୍ପା ଅଂଚଳର ଅମୂଲ୍ୟ ସାହୁଙ୍କ ପୁତ୍ର ଶମ୍ଭୁନାଥଙ୍କର ଘର ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ସେ ସେଠାରୁ ଏକ ବ୍ୟାଗ୍ ପାଇଥିଲେ। ଉକ୍ତ ବ୍ୟାଗ୍ ଭିତରେ ୨୦ ଟଙ୍କିଆ ଓ ୧୦୦ ଟଙ୍କିଆ ଏକ ବଣ୍ଡଲ (୧୨ ହଜାର ଟଙ୍କା) ସହ କିଛି କାଗଜପତ୍ର ରହିଥିଲା। ସେ ଉକ୍ତ କାଗଜପତ୍ରରୁ ସଂପୃକ୍ତ ବ୍ୟକ୍ତି ଯାହାଙ୍କ ନାମ ବିଜୟ କୁମାର ଭୂୟାଁଙ୍କୁ ମୋବାଇଲ୍‌ରେ ଯୋଗାଯୋଗ କରିଥିଲେ। ଏହାପରେ ସେ ଉକ୍ତ ଟଙ୍କା ବ୍ୟାଗ୍‌କୁ ସହରାଂଚଳ ଥାନାକୁ ନେଇ ବିଜୟଙ୍କୁ ଥାନାଧିକାରୀଙ୍କ ଉପସ୍ଥିତିରେ ଫେରାଇଥିଲେ। ଏ ସଂପର୍କରେ ବିଜୟ ଥାନାରେ କହିଥିବା ସୂଚନା ଅନୁସାରେ ତାଙ୍କ ଘର ଯାଜପୁର ରୋଡ୍ ହୋଇଥିବାବେଳେ ସେ ଟ୍ରେନ୍‌ରେ ଧାନମଣ୍ଡଳରୁ ଯାଜପୁର ଆସୁଥିଲେ। ତାଙ୍କୁ ନିଦ ଲାଗିଯାଇଥିବାରୁ ସେ ଶୋଇପଡିଥିଲେ। ମାତ୍ର ତାଙ୍କ ନିଦ ଭାଙ୍ଗିବା ପରେ ସେ ଭଦ୍ରକ ରେଳଷ୍ଟେସନରେ ପହଂଚି ତାଙ୍କର ବ୍ୟାଗ୍‌ଟିକୁ ନପାଇ ମନଦୁଃଖରେ ଘରକୁ ଫେରିଯାଇଥିଲେ। ତେବେ ଆଜି ଶମ୍ଭୁନାଥଙ୍କ ଭଳି ଯୁବକଙ୍କ ଠାରୁ ଟଙ୍କା ଭର୍ତି ବ୍ୟାଗ୍‌ଟିକୁ ପାଇ ସେ ତାଙ୍କୁ ସାଧୁବାଦ ଜଣାଇବା ସହ ସମାଜରେ ଏବେବି ମାନବିକତା ବଂଚିଛି ବୋଲି ଗଣମାଧ୍ୟମକୁ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.