Home ଜିଲ୍ଲା ପରିକ୍ରମା ବାଙ୍ଗାଲୋରରେ ଯୁବକଙ୍କୁ ହତ୍ୟା, ଶବ ଆଣିବା ପାଇଁ ଜିଲାପାଳଙ୍କୁ ଭେଟିଲେ ବାପା

ବାଙ୍ଗାଲୋରରେ ଯୁବକଙ୍କୁ ହତ୍ୟା, ଶବ ଆଣିବା ପାଇଁ ଜିଲାପାଳଙ୍କୁ ଭେଟିଲେ ବାପା

15

ଭଦ୍ରକ, ୧୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଙ୍ଗାଲୋରରେ ଦୁଇବର୍ଷ ଧରି ପାଇପ୍ ମିସ୍ତ୍ରୀ ଭାବେ କାମ କରୁଥିବା ନାୟକାଣୀଡିହି ଥାନା ଅଂଚଳର ଖେଡୁଆଳପୁର ଗ୍ରାମର ଜଣେ ଯୁବକ ଆକ୍ରମଣର ଶୀକାର ହୋଇ ଆଜି ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ବାପା ଗ୍ରାମବାସୀଙ୍କ ସହ ପୁଅର ଶବକୁ ନିଜ ଗାଁକୁ ଫେରାଇ ଆଣିବା ପାଇଁ ଅର୍ଥ ଅଭାବରୁ ଆଜି ଜିଲାପାଳଙ୍କୁ ଭେଟିଛନ୍ତି। ମେସିଙ୍ଗ ଟଙ୍କା ନ ଦେବାରୁ ଯୁବକ ଙ୍କୁ ପିଟି ପିଟି ମାରିଦେଲେ ତାଙ୍କ ସାଙ୍ଗ ମାନେ। ଏପରି ଏକ ଅଭାବନୀୟ ତଥା ଦୁଖଦଃ ଘଟଣା ଘଟିଛି ସୁଦୂର ବାଙ୍ଗାଲୋର ହ୍ୱାଇଟ ଫିଲଡ ଅଂଚଳରେ। ଭଦ୍ରକ ଜିଲ୍ଲା ବାସୁଦେବପୁର ନାୟକାଣୀଡିହି ଥାନା ଅଧୀନସ୍ଥ ଖେଡୁଆଳପୁର ଗ୍ରାମର ନାରାୟଣ ମଲ୍ଲିକଙ୍କ ପୁଅ ନିରାକାର (୨୪) ସୁଦୂର ବାଙ୍ଗାଲୋରରେ ଜଣେ ପ୍ରବାସୀ ଶ୍ରମିକ ଭାବେ ଏକ ଘରୋଇ କମ୍ପାନୀରେ ପାଇପ୍ ମିସ୍ତ୍ରୀ ଭାବେ କାମ କରୁଥିଲେ। ସେ ବାହାରେ ଖାଦ୍ୟ ଖାଇ କେବଳ କମ୍ପାନୀ ପକ୍ଷରୁ ଯୋଗାଇ ଦିଆଯାଇଥିବା ରୁମରେ ରହୁଥିଲେ। ତେବେ ନ ଖାଇଲେ ମଧ୍ୟ ମାସିକ ଖାଦ୍ୟ ବାବଦକୁ ଟଙ୍କା ଦେବାକୁ ନିରାକାରଙ୍କୁ ତାଙ୍କ ସାଙ୍ଗମାନେ ବାଧ୍ୟ କରୁଥିଲେ। ଏଥିରେ ସେ ପ୍ରତିବାଦ କରିବାରୁ ତାଙ୍କୁ ସେମାନେ ବାଡେଇ ବାଡେଇ ଜୀବନରୁ ମାରି ଦେଇଥିଲେ। ଆଜି ଏହି ଖବର ପିତା ନାରାୟଣ ପାଇବା ପରେ ତାଙ୍କ ପରିବାର ଭାଙ୍ଗି ପଡିଛନ୍ତି। ଏପରିକି ପୁଅର ଶବ କୁ କିପରି ସେଠାରୁ ଆଣି ତାଙ୍କ ନିଜ ଗ୍ରାମରେ ସତ୍କାର କରାଯିବ ଏବଂ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ସେଥିନେଇ ସେ ଭଦ୍ରକ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଛନ୍ତି। ଏଥିପାଇଁ ସେ ରାଜଘରପୋଖରୀ ପଂଚାୟତର ସରପଂଚ ଙ୍କ ସହିତ ଆସି ଜିଲ୍ଲାପାଳଙ୍କୁ ଭେଟି ନିଜର ଗୁହାରି ଜଣାଇବା ସହିତ ଏ ଦିଗରେ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.