Home ଜିଲ୍ଲା ପରିକ୍ରମା ପାରିଶ୍ରମିକ ନପାଇ, ଥାନା ରେ ଯାତ୍ରା କଳାକାର

ପାରିଶ୍ରମିକ ନପାଇ, ଥାନା ରେ ଯାତ୍ରା କଳାକାର

21

ଭଦ୍ରକ, ୧୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୀର୍ଘ ଦିନ ଯାତ୍ରା ପାର୍ଟି ରେ କାମ କରି ମଧ୍ୟ ମିଳିଲା ନାହିଁ ଦରମା , ପରିଚାଳକ ଟଙ୍କା ନ ଦେଇ ପଳାଇଲେ , ଶେଷ ରେ ଥାନା ରେ ଏତଲା ଦେଲେ କଳାକାର ଓ ଅନ୍ୟ କର୍ମଚାରୀ । ଭଦ୍ରକ ଗ୍ରାମାଞ୍ଚଳ ଥାନା ରେ ଏତଲା ଦେଇଛନ୍ତି ତାରିଣୀ ଗଣନାଟ୍ୟ ର କଳାକାର ଓ କର୍ମଚାରୀ । ଦୀର୍ଘ ଦିନ ଧରି ତାରିଣୀ ଗଣନାଟ୍ୟ ରେ କାର୍ଯ୍ୟ କରୁଥିଲେ ମଧ୍ୟ ଦରମା ପାଇ ନଥିବା ଅଭିଯୋଗ ଆଣିଛନ୍ତି। ଏପରିକି, ସେମାନଂକୁ ଏଥିପାଇଁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ମଧ୍ୟ ଦିଆଯାଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ତେବେ ଘଟଣା କୁ ନେଇ ପ୍ରଯୋଜକ ଓ ପରିଚାଳକ ଙ୍କୁ ବହୁ ଅଭିଯୋଗ ପରେ ଆପୋଷ ସମାଧାନ ପାଇଁ ସମୟ ଦିଆଯାଇଥିଲା ବୋଲି କହିଛନ୍ତି କଳାକାର । କିନ୍ତୁ ଦିଆଯାଇଥିବା ସମୟ ରେ ମଧ୍ୟ ପରିଚାଳକ ଆସିନଥିଲେ । ଶେଷ ରେ କଳାକାର ଓ କର୍ମଚାରୀ ମାନେ ଭଦ୍ରକ ଗ୍ରାମାଞ୍ଚଳ ଥାନା ରେ ଲିଖିତ ଏତଲା ଦେଇଛନ୍ତି । କିନ୍ତୁ ଘଟଣାକୁ କୁ ନେଇ ତାରିଣୀ ଗଣନାଟ୍ୟ ର ପ୍ରଯୋଜକ ଓ ପରିଚାଳକ ଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.