Home ଜିଲ୍ଲା ପରିକ୍ରମା ବିଜେପି ମହିଳା ବିରୋଧି- କଂଗ୍ରେସ, ଭଦ୍ରକରେ ଜିଲ୍ଲା କଂଗ୍ରେସର ମଶାଲ ଶୋଭାଯାତ୍ରା

ବିଜେପି ମହିଳା ବିରୋଧି- କଂଗ୍ରେସ, ଭଦ୍ରକରେ ଜିଲ୍ଲା କଂଗ୍ରେସର ମଶାଲ ଶୋଭାଯାତ୍ରା

2

ଭଦ୍ରକ, ୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସଂସଦରେ ୨୦୨୩ ମସିହା ସେପ୍ଟେମ୍ବର ମାସ ୨୦ ତାରିଖରେ ମହିଳା ସଂରକ୍ଷଣ ବିଲ ପାରିତ ହୋଇ ରାଷ୍ଟ୍ରପତିଙ୍କ ସ୍ୱୀକୃତି ପାଇଥିଲା। କିନ୍ତୁ ଦୀର୍ଘ ୩୦ ମାସ ବିତିଯାଇଥିଲେ ବି ଏବେର ବିଜେପି ସରକାର ଏହାକୁ ଆଇନରେ ପରିଣତ ନକରି ଓଲଟା ନିଜ ସଂକିର୍ଣ୍ଣ ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ଅନ୍ୟ ଏକ ବିଲ ସହ ଏହାକୁ ଯୋଡ଼ି ପୁନର୍ବାର ସଂସଦରେ ଉପସ୍ଥାପନ କରିବା ଯୁକ୍ତିିଯୁକ୍ତ ନୁହେଁ। ଯାହାକୁ ସମସ୍ତ ବିରୋଧି ଦଳ ସଦସ୍ୟ ବିରୋଧ କରିଥିଲେ। ଫଳରେ ବିଲ ପାରିତ ହୋଇ ପାରିନଥିଲା। ଏପରି ବିଲ ଆଣି ଦେଶବାସୀଙ୍କୁ ବିଜେପି ଭ୍ରମିତ କରୁଛି ବୋଲି ୩୩ ପ୍ରତିଶତ ମହିଳା ସଂରକ୍ଷଣ ଲାଗୁ କରିବା ଦାବିରେ ଅନୁଷ୍ଠିତ ମଶାଲ ଶୋଭାଯାତ୍ରାରେ ବରିଷ୍ଠ କଂଗ୍ରେସ ନେତୃତ୍ୱ ଅଭିଯୋଗ କରିଛନ୍ତି। ପ୍ରଦେଶ କଂଗ୍ରେସ ସଭାପତି ଭକ୍ତଚରଣ ଦାସଙ୍କ ଆହ୍ୱାନରେ ଭଦ୍ରକ ଜିଲ୍ଲା କଂଗ୍ରେସ ସଭାପତି ନଳିନୀକାନ୍ତ ମହାନ୍ତିଙ୍କ ତତ୍ୱାବଧାନରେ ଜିଲ୍ଲା ମହିଳା କଂଗ୍ରେସର ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ଶର୍ମିଷ୍ଠା ପଣ୍ଡା। ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରୁ ଏକ ବିଶାଳ ଶୋଭାଯାତ୍ରା ଶ୍ରୀମତୀ ପଣ୍ଡାଙ୍କ ନେତୃତ୍ୱରେ ବାହାରି ସହର ପରିକ୍ରମା କରି ଅପର୍ତିବିନ୍ଧା ଛକ ଠାରେ ପହଂଚି ଥିଲା। ସେଠାରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିବାବେଳେ ପ୍ରଦେଶ କଂଗ୍ରେସ ମହିଳା ମିଡିଆ ସେଲ ଅଧ୍ୟକ୍ଷା ଜୟସ୍ମିତା ମହାନ୍ତି ପ୍ରଭାରୀ ଭାବେ ଯୋଗଦେଇ ବିଜେପି ସମଗ୍ର ଦେଶବାସୀଙ୍କୁ ଭ୍ରମିତ କରୁଛି ବୋଲି କହିଥିଲେ। ମହିଳା ସଶକ୍ତୀକରଣ ଓ ରାଜନୈତିକ ଭାଗିଦାରୀ ଉପରେ ସବୁବେଳେ କଂଗ୍ରେସ ଗୁରୁତ୍ୱ ଦେଇ ଆସିଛି ବୋଲି ଜୋର ଦେଇ କହିବା ସହ ମହିଳାଙ୍କ ମର୍ଯ୍ୟାଦା ପ୍ରତି ସାମାନ୍ୟ ସମ୍ମାନ କିମ୍ବା ଦରଦ ନଥିବା ବିଜେପି ତୁଛାଟାରେ ନାଟକ କରୁଛି ବୋଲି ଶ୍ରୀମତୀ ମହାନ୍ତି କଟାକ୍ଷ କରିଥିଲେ। ଉକ୍ତ ସଭାରେ ଜିଲ୍ଲା କଂଗ୍ରେସ ସଭାପତି ନଳିନୀକାନ୍ତ ମହାନ୍ତି ଯୋଗଦେଇ ଯଦି ମହିଳା ବିଲ ପ୍ରତି ବିଜେପି ସରକାରଙ୍କ ଏତେ ଦରଦ ଥିଲା, ତେବେ ଏହି ବିଲ୍ ସହ ସୀମା ପୁନଃ ନିର୍ଦ୍ଧାରଣ ବିଲକୁ ଯୋଡ଼ିବାର କ’ଣ ଆବଶ୍ୟକତା ଥିଲା ବୋଲି ସେ ପ୍ରଶ୍ନ କରିଥିଲେ। ସଂସଦରେ ୫୪୩ ଆସନ ମଧ୍ୟରୁ ୩୩ ପ୍ରତିଶତ ଅର୍ଥାତ୍ ୧୮୧ ମହିଳାଙ୍କୁ ପ୍ରତିନିଧିତ୍ୱ କରିବାରୁ କିଏ ବଂଚିତ କରିଛି ବୋଲି ପ୍ରଶ୍ନ କରିଥିଲେ। ତେଣୁ ଏହି ପ୍ରସଙ୍ଗରେ କଂଗ୍ରେସ ବିଜେପିର ମୁଖା ଖୋଲିବ ଓ ଏହି ବିଲ ସମ୍ପର୍କରେ ବିଜେପିର ଆଭିମୁଖ୍ୟକୁ ସବୁବେଳେ ବିରୋଧ କରିବ ବୋଲି ଶ୍ର୍ରୀ ମହାନ୍ତି ଚେତାଇ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ଅମିତାବାଳା ଆଚାର୍ଯ୍ୟ, ବରିଷ୍ଠ ନେତ୍ରୀ ସବିତା ଚାନ୍ଦ, ସ୍ୱସ୍ତିକା ପଣ୍ଡା, ପାରିଷଦ ରୁକସାନା ଖାତୁନ, ଜ୍ୟୋସ୍ନାରାଣୀ ଜେନା, ହସିନା ଖାତୁନ, ଧରିତ୍ରୀ ଜେନା, ପ୍ରକ୍ତନ ବିଧାୟକ ପଂଚାନନ ମଣ୍ଡଳ, ପୂର୍ବତନ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦେବରୂପ ମହାନ୍ତି, ଦେବେନ୍ଦ୍ର ମହାନ୍ତି, ପିତବାସ ଧଳ, ଜିଲ୍ଲା ଉପ ସଭାପତି ପ୍ରଦ୍ୟୁମ୍ନ ଦାସ, ରଜନୀକାନ୍ତ ଚାନ୍ଦ, ଦେବବ୍ରତ ମହାନ୍ତି, ଅଭିଷେକ ରାଉତ, ଚାନ୍ଦବାଲି ବ୍ଲକ ସଭାପତି ଶୁଭାଶିଶ ମଲ୍ଲିକ, ଜିଲ୍ଲା କୋଷାଧ୍ୟକ୍ଷ ବିଜୟ ବାରିକ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ବଳରାମ ବେହେରା, ରାଜକିଶୋର ପଣ୍ଡା, ରଂଜନ ଜେନା, ମନୋଜ ମଲ୍ଲିକ, ମହେଶ ମିଶ୍ର, ବିଦ୍ୟାଧର ଜେନା, ଆଲୋକ ସ୍ୱାଇଁ, ସେକ୍ ସାହିଲ କାଦ୍ରୀ, ଏନାମୁଲ ହକ୍‌, ଇଲ୍ଲିୟାସ ଅଲ୍ଲୀ ଖାନ ପ୍ରମୁଖ ଉପସ୍ଥିତ ରହି ବିଜେପି ସରକାରଙ୍କ ମହିଳା ସଂରକ୍ଷଣ ବିଲର ଆଭିମୁଖ୍ରକୁ ନେଇ ତୀବ୍ର ବିରୋଧ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.