Home ଜିଲ୍ଲା ପରିକ୍ରମା ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା କାରାଗାରରେ ସଚେତନତା କାର୍ଯ୍ୟକ୍ରମ

ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା କାରାଗାରରେ ସଚେତନତା କାର୍ଯ୍ୟକ୍ରମ

4

ଭଦ୍ରକ, ୨୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ରାଜ୍ୟ ଆଇନ୍ ସେବା ପ୍ରାଧିକରଣ, କଟକଙ୍କ ପ୍ରଦତ କାର୍ଯ୍ୟକ୍ରମ ଅନୁସାରେ ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଅଧ୍ୟକ୍ଷ ଲଲାଟେନ୍ଦୁ ଜେନାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ଭଦ୍ରକଙ୍କ ଦ୍ୱାରା ଜିଲ୍ଲା କାରାଗାରରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩ ର ବିଭିନ୍ନ ବ୍ୟବସ୍ଥା ଯେପରିକି ଏଫ.ଆଇ.ଆର., ଜାମିନ, ସମନ ଏବଂ ୱାରେଣ୍ଟ, ଆଇନଗତ ପ୍ରତିନିଧିତ୍ୱର ଅଧିକାର, ଅପିଲ, ଆବେଦନର ବାର୍ଗେନିଂ ଇତ୍ୟାଦି ଉପରେ ଆଇନଗତ ସାକ୍ଷରତା କାର୍ଯ୍ୟକ୍ରମ ଏବଂ ଶଶି ଅ ଶାହି ଚିକନା ବିବେକାନନ୍ଦ ଜୁମାନି-ଭର୍ସସ୍ -ମହାରାଷ୍ଟ୍ର ରାଜ୍ୟ (ଏସଏଲପି (ଫୌଜଦାରୀ) ନଂ. ୧୨୬୯୦/୨୦୨୫) ବିଷୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ପୁଣ୍ୟଶ୍ଲୋକ ରଥ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ଏଏଲ୍‌ଡିଏସ୍ ସହାୟକ, ଡ. ତାପସ କୁମାର ମହାନ୍ତି ଏବଂ ଜିଲ୍ଲା କାରାଗାର, ଭଦ୍ରକ , ଅଧୀକ୍ଷକ, ବିକାଶ ସେଠୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କାରାଗାରର କଏଦୀମାନଙ୍କୁ ସଚେତନତା କରାଇ ଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣର କର୍ମୀଗଣ ଏହି ସଚେତନତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.