Home ଜିଲ୍ଲା ପରିକ୍ରମା ଶିକ୍ଷାବିତ ତ୍ରିଲୋଚନ ପ୍ରଧାନଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ

ଶିକ୍ଷାବିତ ତ୍ରିଲୋଚନ ପ୍ରଧାନଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ

4

ଭଦ୍ରକ, ୧୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଚାନ୍ଦବାଲି ବ୍ଲକ ତଥା ଧାମରା ଅଂଚଳର ବରିଷ୍ଠ ଶିକ୍ଷାବିତ ତ୍ରିଲୋଚନ ପ୍ରଧାନଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକ ଜାଗୁଳା ଠାରେ ଅନୁଷ୍ଠିତ ହୋଇ ଯାଇଛି। ଏହି ଉପଲକ୍ଷେ ଭଦ୍ରକ ଜିଲ୍ଲା ବିଜେପି ଉପସଭାପତି ତଥା ତ୍ୟାଗଭୂମିର ସଂପାଦକ ଏବଂ ସୁସାହିତ୍ୟିକ ଅଜୟ ନାୟକ ଧାମରା ରେ ପଂହଚିବା ପରେ ଜାଗୁଳା ଗ୍ରାମ ପଂଚାୟତ ହାଇସ୍କୁଲ ପ୍ରାଙ୍ଗଣରେ ଥିବା ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ସ୍ୱର୍ଗତ ପ୍ରଧାନଙ୍କ ବାସଭବନରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା। ସ୍ୱର୍ଗତ ତ୍ରିଲୋଚନ ପ୍ରଧାନ ଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକରେ ସେ ଏକାଧାରାରେ କେବଳ ଜଣେ ସମାଜସେବୀ ପାଇଁ ନୁହେଁ ବରଂ ଜଣେ ବରିଷ୍ଠ ଶିକ୍ଷାବିତ ଏବଂ ସାଧାରଣ ଜନତା ତଥା ଅଂଚଳବାସୀଙ୍କ ପାଇଁ ସବୁ ସମୟରେ କିଛି କରିବାର ସ୍ୱପ୍ନ ଦେଖିବା ସହ ସେହି ସ୍ୱପ୍ନକୁ ବାସ୍ତବ ରୂପ ଦେଉଥିଲେ ବୋଲି ଉପସ୍ତିତ ବକ୍ତା ମାନେ ନିଜର ବକ୍ତବ୍ୟ ରଖିଥିଲେ। ବରିଷ୍ଟ ସମାଜସେବୀ ନରହରି ମଲିକ ହୋଇଥିବା ସ୍ମୃତି ଚାରଣ ସଭାରେ ସଭାପତିତ୍ୱ କରିଥିବା ବେଳେ ଦେବେନ୍ଦ୍ର ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ।ଚାନ୍ଦବାଲି ବିଡିଓ ସଞ୍ଜିବ ମହାପାତ୍ର, ଜିଲ୍ଲା ବିଜେପି ସାଧାରଣ ସଂପାଦକ କମଳାକାନ୍ତ ସୂତାର, ଚାନ୍ଦବାଲି ବାର ଆସୋସିଏସନର ସଭାପତି ଉପେନ୍ଦ୍ର ରାଉଳ,ସମାଜସେବୀ ଅମୁଲ୍ୟ ରାଉତ, ଜୟକୃଷ୍ନ ଜେନା, ଧାମରା ପଂଚାୟତ ର ସମିତିସଭ୍ୟ ପ୍ରିୟରଞନ ଜେନା, ପିତାମ୍ବର ଦାସ ସୁବାଶ ଦାସ,ପ୍ରମୁଖ ମଂଚାସୀନ ହୋଇ ତ୍ରିଲୋଚନ ପ୍ରଧାନଙ୍କ ସ୍ମୃତିଚାରଣ କରିବା ସହ ଅଂଚଳର ଉନ୍ନତିରେ ତ୍ରିଲୋଚନ ପ୍ରଧାନଙ୍କ ଭୂମିକା ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଶେଷରେ ସ୍ୱର୍ଗତ ତ୍ରିଲୋଚନ ପ୍ରଧାନ ଙ୍କ ପୁତ୍ର ଟୁଲୁ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଆଜି ହୋଇଥିବା ସ୍ମୃତିଚାରଣ ସଭା ଏବଂ ଚତୁର୍ଥ ଶ୍ରାଦ୍ଧ ବାର୍ଷିକରେ ଅନ୍ୟ ମାନଙ୍କ ପିତାମ୍ବର ଦାସ,ଅତୁଲ ଜାନା, ଅବଦୁଲ ଆହେଦ ଖାନ, ରମେଶ ବାରିକ ,ନରହରି ମଲିକ,ଗଣେଶ ସେଠୀ,ପର୍ଶୁରାମ ସେଠୀ, ଦୀପକ ବେହେରା, ବସନ୍ତ ଖିଲାର, ରାଜକୁମାର କାଣ୍ଡାର, ମଂଟୁ ମଲିକ, ଚନ୍ଦନ ଜେନା, ସୁନାକର ଜେନା, ରତିକାନ୍ତ ଜେନା, ନିତ୍ୟାନନ୍ଦ ନାୟକ, ସନାତନ ବାରିକ, ସୁଧାଂଶୁ ବାରିକ ପ୍ରମୁଖ ଉପସ୍ଥିତ ରହିବା ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିବା ସହ ଦିଂବଗତ ତ୍ରିଲୋଚନ ପ୍ରଧାନଙ୍କ ସ୍ମୃତିଚାରଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.