ଭଦ୍ରକ, ୧୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆରଡି ନିକଟସ୍ଥ ଭୂଇଁପୁର ଗାଁର ଶୁକ୍ରବାର ଭୋର ସମୟରେ ଅଶୋକ ବିଶ୍ୱାଳଙ୍କ ଗୁହାଳ ଘରେ କୈଣସି କାରଣରୁ ଅଗ୍ନିକାଣ୍ଡ ଘଟି ୨ଟି ଗୋରୁଙ୍କର ଜିବନ୍ତ ଦଗ୍ଧ ହୋଇଛି। ଗୁହାଳ ଘରେ ନିଆଁ ଦେଖି ଗାଁ ଲୋକ ନିଆଁକୂ ଆୟତ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ନିଆଁର ପ୍ରକୋପ ଏପରି ଥିଲା ଆୟତ କରିବା ସମ୍ଭବ ହୋଇନଥିଲା। ଖବର ପାଇ ଅଗ୍ନିଶମ ଗାଡି ପହଂଚିଥିଲେ ମଧ୍ୟ ନିଆଁ ଆରେ ସବୁକିଛି ଜଳି ପୋଡି ପାଉଁଶ ହୋଇଯିବା ସହ ଗୁହାଳେ ଥିବା ୨ଗୋରୁଙ୍କର ଜିବନ୍ତ ଦଗ୍ଧ ହୋଇଥିଲା।








