Home ଜିଲ୍ଲା ପରିକ୍ରମା ବ୍ରିଜ୍ ଉପରେ ରହିଛି ଜୋତା ଏବଂ ମୋବାଇଲ,ନଦୀକୁ ଜଣେ ଯୁବକ ଡେଇଁପଡ଼ିଥିବା ସୂଚନା

ବ୍ରିଜ୍ ଉପରେ ରହିଛି ଜୋତା ଏବଂ ମୋବାଇଲ,ନଦୀକୁ ଜଣେ ଯୁବକ ଡେଇଁପଡ଼ିଥିବା ସୂଚନା

6

ଭଦ୍ରକ, ୧୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବ୍ରିଜ୍ ଉପରେ ରହିଛି ଜୋତା ଏବଂ ମୋବାଇଲ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବୈତରଣୀ ନଦୀ ଗେମନ ବ୍ରିଜ ଉପରୁ ମିଳିଛି ଯୁବକଙ୍କ ଜୋତା ଏବଂ ମୋବାଇଲ । ନଦୀକୁ ଜଣେ ଯୁବକ ଡେଇଁପଡ଼ିଥିବା ସୂଚନା। ଖବର ଅନୁଯାୟୀ, ରାଜକନିକା ଥାନା ବରାଆଡ଼ିଆ ଗାଁର ଜୟରଥ ମଲ୍ଲିକ ନାମକ ଜଣେ ଯୁବକ ନଦୀକୁ ଡେଇଁପଡ଼ିଥିବା ସୂଚନା । ଏହାପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ଖୋଜାଖୋଜି ଆରମ୍ଭ କରିଛି । ଚାନ୍ଦବାଲି ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନଦୀରେ ଖୋଜାଖୋଜି କରୁଛି। ରାତିରୁ ଘରୁ ଆସିଥିବା ବେଳେ ଘରକୁ ପହଂଚି ନଥିଲେ। ଏହାକୁ ସନ୍ଦେହ କରି ନଦୀର ଗେମନ ବ୍ରିଜ ଉପରେ ଜୋତା ଏବଂ ମୋବାଇଲ୍ ଥୋଇ ଦେଇ ନଦୀକୁ ଡେଇଁ ଥିବା ସନ୍ଦେହ କରାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.