Home ଜିଲ୍ଲା ପରିକ୍ରମା ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀ ଶିବିର, ଆସିଲା ୮୫ ଅଭିଯୋଗ

ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀ ଶିବିର, ଆସିଲା ୮୫ ଅଭିଯୋଗ

3

ଭଦ୍ରକ, ୧୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ବନ୍ତ ବ୍ଲକ ତୋଡଗାଁ ଗ୍ରାମ ପଂଚାୟତ କାର୍ଯ୍ୟାଳୟରେ ଭଦ୍ରକ ଜିଲାପାଳ ଦିଲୀପ ରାଉତରାଏ ଯୋଗ ଦେଇ ୮୫ ଅଭିଯୋଗର ଶୁଣାଣୀ କରିଥିଲେ । ସେଥିମଧ୍ୟରେ ବ୍ୟକ୍ତିଗତ ସମସ୍ୟା ସମ୍ପର୍କୀତ ୫୧, ଗ୍ରାମୀଣ ସମସ୍ୟା ସମ୍ପର୍କୀତ ୨୯, ରେଡକ୍ରସ ସହାୟତା ସମ୍ପର୍କୀତ ୫ ଅଭିଯୋଗ ଥିଲା । ଶୁଣାଣୀ ସମୟରେ ୨୩ ଅଭିଯୋଗର ସ୍ଥଳୀୟ ସମାଧାନ କରାଯାଇଥିଲା । ଜିଲା ରେଡକ୍ରସ ପାଣ୍ଠିରୁ ୫ ଜଣ ଅଭିଯୋଗକାରୀଙ୍କ ପାଇଁ ୧୫ ହଜାର ଟଙ୍କା ମଞ୍ଜୁର କରାଯାଇଥିଲା । ଏହି ଶିବିରରେ ଜିଲା ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ରାଉତ, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର କୁମାର ସାମଲ, ଉପ ଜିଲାପାଳ ସୌରଭ ଚକ୍ରବର୍ତୀ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରମୋଦ କୁମାର ପ୍ରହରାଜ, ବିଡିଓ ସୀତାକାନ୍ତ ରାଉତ, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ତହସିଲଦାର ସାରା ହେମ୍ବ୍ରମ, ଅତିରିକ୍ତ ତହସିଲଦାର ପ୍ରସନ୍ନ କୁମାର ମହାନ୍ତି, ଜିଲା ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ, ଡିଏସଏସଓ ଖଗେଶ୍ୱର ସେଠୀ, ସିଡିଭିଓ ଡାକ୍ତର ହୃଷିକେଶ ବେହେରା, ଜିଲା ଶ୍ରମ ଅଧିକାରୀ ପ୍ରେମ ମଞ୍ଜରୀ ନାୟକ, ଡିଆରସିଏସ ଦୁଃଖିଆ ଟୁଡୁ, ସିଏସଓ ମନ ମୋହନ ପଟ୍ଟନାୟକ, ସାଳନ୍ଦି ଜଳ ସେଚନର କନିଷ୍ଠ ଯନ୍ତ୍ରୀ ପ୍ରିୟ ରଞ୍ଜନ ସାହୁ, ବ୍ଲକ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଶ୍ରଦ୍ଧା ସୁମନ ନାଥ, ସିଡିପିଓ ଆଲାଦି ମାରାଣ୍ଡି, ଜିପିଡିଓ ସୂଚୀସ୍ମିତା ବାରିକ, ବିଏସଏସଓ ପ୍ରକାଶ ସାହୁ, ଏଏଫଓ ଗୀତାଞ୍ଜଳୀ ବେହେରା, ବନ୍ତ ଜଳ ସେଚନ ବିଭାଗର କନିଷ୍ଠ ଯନ୍ତ୍ରୀ ଦୀପ୍ତି ରଞ୍ଜନ ରାଉତ, ବିପିସି ସୁବ୍ରତ ପଣ୍ଡାଙ୍କ ସମେତ ଜିଲା ଓ ବ୍ଲକ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଅଭିଯୋଗ ପଞ୍ଜୀକରଣ ଦାୟୀତ୍ୱରେ ଲଳିତ ହେମ୍ବ୍ରମ, ଶ୍ରୀକାନ୍ତ ଭୂୟାଁ, ବ୍ରଜ କିଶୋର ଦାସ ଥିବା ବେଳେ ସରପଂଚ ମାନସ କୁମାର ପହି, ପିଇଓ ପ୍ରଦୀପ କୁମାର ବିଶ୍ୱାଳ, ଜିଆରଏସ ଅରଜିତ ସ୍ୱାଇଁ, ଅନନ୍ତ କିଶୋର ପଣ୍ଡା, ମିତ୍ରଭାନୁ ସ୍ୱାଇଁ, ରତ୍ନାକର ଜେନାଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.