ଭଦ୍ରକ, ୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାଷା ଓ ସଂସ୍କୃତି ଜାତିକୁ ସମୃଦ୍ଧି କରେ।ସାହିତ୍ୟ ସମାଜକୁ ପଥ ପ୍ରଦର୍ଶନ କରୁଥିବାରୁ ସାହିତ୍ୟିକ ମାନଙ୍କର ସମାଜ ଗଠନରେ ଭୂମିକା ଗୁରୁତ୍ୱପୂର୍ଣ ବୋଲି ଭଣ୍ଡାରିପୋଖରୀ ସାହିତ୍ୟ ସଂସଦର ଦ୍ୱିତୀୟ ଦିବସର ପ୍ରଥମ ଅଧିବେଶନରେ ଅତିଥି ଓ ବକ୍ତା ମାନେ ମତବ୍ୟକ୍ତ କରିଛନ୍ତି।ସଂସଦର ସଭାପତି ଡ଼ଃ ସୁରେନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତା ଓ କାର୍ଯ୍ୟକାରୀ ସଭାପତି ପ୍ରକାଶ ମହାପାତ୍ରଙ୍କ ସଂଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଉଚ୍ଚ ଶିକ୍ଷା , ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉଦଘାଟନ କରି ଭାଷା ଓ ସଂସ୍କୃତିର ମହତ୍ୱ ସମ୍ପର୍କରେ ଉଲ୍ଲେଖ କରିଥିଲେ।ବିଶିଷ୍ଟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ,ମୁଖ୍ୟବକ୍ତା ଭାବେ ‘ସୁବାର୍ତା’ର ସମ୍ପାଦକ ପ୍ରଦ୍ୟୁମ୍ନ ଶତପଥୀ, କବି ବିଜୟ ମହାପାତ୍ର, ବ୍ରଜ କିଶୋର ନାୟକ, ଅବନୀ ପ୍ରଧାନ, ସଞ୍ଜିତ ବଳ, ସୁଧାଂଶୁ ଶେଖର ନାୟକ, ବଦ୍ରିନାରାୟଣ ଧଳ ପ୍ରମୁଖ ଉଦବୋଧନ ଦେଇଥିଲେ।ଏହି ଅବସରରେ ପବନ ନାୟକଙ୍କ ଚିତିରି ମିତିରି ଭିତିରି କଥା, ଝୁରଣବାଳା ଖୁଂଟିଆଙ୍କ କୁଞ୍ଜ କଳିକା, ମନୋରଞ୍ଜନ ନାୟକଙ୍କ ବଡ଼ ମଣିଷ ହେବା, କେଶବ ସେଠୀଙ୍କ ମନମର୍ମର, ରାଖାଲ ସ୍ୱାଇଁଙ୍କ କୁମ୍ଭୀର ପିଠିରେ ପଦ୍ମ, ପୁସ୍ତକ ଉନ୍ମୋଚିତ ହୋଇଥିଲା।ଏହି ଅବସରରେ ପୁରୁଷୋତମ ଧଳ ଓ ପ୍ରୀତିପଦ୍ମା ଦାସଙ୍କ ସଂଯୋଜନାରେ କବିତା ପାଠୋତ୍ସ୍ୱରେ କବିମାନେ ସ୍ୱରଚିତ କବିତା ପାଠ କରିଥିଲେ।ଅତିଥି ମାନେ ଅନେକ ସାହିତ୍ୟ ଓ ସଂସ୍କୃତି ପାଇଁ ଉତ୍ସର୍ଗୀକୃତ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ପୁସ୍ତକ ପ୍ରଦର୍ଶନୀ, ଚିତ୍ରକଳା ପ୍ରଦର୍ଶନୀ, ପୁରୁଣା ସାମଗ୍ରୀର ପ୍ରଦର୍ଶନ କରାଯାଇଥିଲା। ଉଦଯାପନ ଅଧିବେଶନ ସଂସଦର ଉପ ସଭାପତି ଶରତ ଚନ୍ଦ୍ର ମହାପାତ୍ର ଅଧ୍ୟକ୍ଷତା କରିଥିଲେ।ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ମୁଖ୍ୟ ବକ୍ତା ଭାବେ ଇଂ ଅଭୟ ସୁତାର, ଡ଼ଃ କ୍ଷୀରୋଦ ସାମଲ,ପ୍ରାଧ୍ୟାପକ ସୁରଞ୍ଜନ ପଣ୍ଡା,ରତିକାନ୍ତ ବେହେରା, ପୁରୁଷୋତମ ଧଳ,ଅଧ୍ୟାପକ ଭରତ ଚନ୍ଦ୍ର କରଣ ବକ୍ତବ୍ୟ ପ୍ରଦାନ କରିଥିଲେ।ସଂସଦର ଉପସଭାପତି ଅଧ୍ୟାପକ ଅନାଦି ଚରଣ ସାହୁ, ପବନ କୁମାର ନାୟକ, ନିର୍ମଳ ସେନାପତି ଅତିଥି ପରିଚୟ, ସ୍ୱାଗତ ଭାଷଣ ଓ ଧନ୍ୟବାଦ ପ୍ରଦାନ କରିଥିଲେ।ସନ୍ଧ୍ୟାରେ ଭଣ୍ଡାରିପୋଖରୀ କଲଚୁରାଲ ଏକାଡେମୀ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ସଂସଦର କର୍ମକର୍ତା ମାନେ ଏହି ଦୁଇଦିନିଆ ଉତ୍ସବକୁ ପରିଚାଳନା କରିଥିଲେ।
Home ଜିଲ୍ଲା ପରିକ୍ରମା ଭାଷା ଓ ସଂସ୍କୃତି ଜାତିକୁ ସମୃଦ୍ଧ କରେ : ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଭଣ୍ଡାରିପୋଖରୀ...








