ଭଦ୍ରକ, ୨୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ସାଂସ୍କୃତିକ ପରମ୍ପରା ରେ କାଳୀପୂଜା ଏକ ବିଶିଷ୍ଟ ଅଙ୍ଗ। ପ୍ରାୟ ଶତାଧିକ ତଳୁ ଏହି କାଳୀପୂଜା ଭଦ୍ରକ ତଥା ଆଖପାଖ ଜିଲ୍ଲାର ଲୋକଙ୍କ ଏକ ଆକର୍ଷଣୀୟ ପର୍ବର ମାନ୍ୟତା ପାଇ ଆସିଛି। ଦୀପାବଳି ଅମାବାସ୍ୟା ଠାରୁ ୭/୯ଦିନ ପର୍ଯ୍ୟନ୍ତ ଚରମ୍ପା ଅଂଚଳରେ ଏହି ସାଂସ୍କୃତିକ ସମାରୋହରେ ନାଂହି ନଥିବା ଭିଡ଼ ଲାଗି ରହେ। ଅମାବାସ୍ୟାର ଦୁଇଦିନ ପରେ ଭକ୍ତଙ୍କ ଭିଡ଼ ଲାଗିରହେ। ବିଶେଷ କରି ସନ୍ଧ୍ୟା ପର ଠାରୁ ଅର୍ଦ୍ଧରାତି ଜାଂଏ ଜନଗହଳି ନିଅନ୍ତ୍ରଣ ବାହାରକୁ ଚାଲିଯାଏ।ତେବେ ଓଡିଶା ପ୍ରସିଦ୍ଧ ଏହି କାଳୀପୂଜା ର ସମାରୋହ ଟି ମୁଖ୍ୟତଃ ଏକ ବିପ୍ପଣୀ ର ମେଳା। ଭଦ୍ରକ ରେଳଷ୍ଟେସନ ନିକଟରେ ଏହି ଉତ୍ସବ ଟି ପାଳିତ ହେଉଥିବାରୁ ରେଳପଥରେ ସୁବିଧାରେ ରାଜ୍ୟ ଓ ରାଜ୍ୟ ବାହାରୁ ବ୍ୟବସାୟୀ ମାନେ ଏହି ମେଳାରେ ନିଜର ବିପ୍ପଣୀ ଖୋଲନ୍ତି।ପଶ୍ଚିମବଙ୍ଗ, ଝାରଖଣ୍ଡ ବିହାର ଅଂଚଳର କେତକ ବ୍ୟବସାୟୀ ବଂସାନୁକ୍ରମିକ ଭାବେ ଏକ ନିର୍ଦିଷ୍ଟ ବ୍ୟବସାୟ ନେଇ ଆସିଥାନ୍ତି। କାଳୀପୁଜାରେ ଦିଅଁ ଦେଖା ହୁଏ କିଣାବିକା ବି ହୁଏ।ସାଂସ୍କୃତିକ ଚେତନା ସହ ବାଣିଜ୍ୟକ ପରମ୍ପରା ଏହି ମେଳା ସହ ଜଡିତ। ବିଶେଷକରି ବିଭିନ୍ନ ପ୍ରକାର ଘରକରଣା ଜିନିଷ ଏହି ଯାତ୍ରାର ମୁଖ୍ୟ ଆକର୍ଷଣ। ସମୟ ଥିଲା ଯେଉଁ ଦୁଷ୍ପାପ୍ୟ ଭଦ୍ରକରେ ମିଳୁନଥିଲା ତାହା ଲୋକମାନେ ଏହି ଯାତ୍ରାରୁ କିଣି ନେଉଥିଲେ। ଘରକରଣା ଠାରୁ ଆରମ୍ଭକରି ବିବାହ ବ୍ରତ ପର୍ଯ୍ୟନ୍ତ ଆବଶକ୍ୟୟ ସମସ୍ତ ଜିନିଷ ଏହି ଯାତ୍ରାରୁ କିଣା ଯାଉଥିଲା। ଶିଳ ଶିଳପୁଆ, ପେଶା, ପନିକି, ଦା କତା, କରେଇ ଖଡ଼ିକା ଭଳି ଲୁହା ଲକଡ଼ ସହ ଠାକୁରଙ୍କ ଘଂଟି ଘଂଟା ନୋଟା ଆଦି ପିତଳ ର ପୂଜା ଉପକରଣ ଓ କଂସା ବାସନ, ଶଙ୍ଖ ପଥର ତିଆରି ସାମଗ୍ରୀ ଏହି ମେଳା ରୁ ସହଜରେ ମିଳେ। ଏହାଛଡା ମହିଳା ମାନଙ୍କ ପାଇଁ ମନୋହାରୀ ସାମଗ୍ରୀ ର ଏକ କାଳୀନ ଲମ୍ବାଧାଡି ମେଳାକୁ ବେଶ ଆକର୍ଷିତ କରିଥାଏ। ଗୋଟିଏ ଜାଗାରୁ ଏତେ ଗୁଡ଼ାଏ ଜିନଷ ଏକ ସାଙ୍ଗରେ କିଣିବାରେ ଗ୍ରାହକ ଆଗ୍ରହ ମାନେ ଖୁସି ହେଇଥାନ୍ତି। ଏହି କାଳୀପୂଜାର ମାହୌଲକୁ ରଂଗାରଙ୍ଗ କରିଥାଏ ଶିଶୁ ଓ କିଶୋରମାନଙ୍କ ମନୋରଂଜନ ପାଇଁ ଚିଡିଆଖାନା, ଛୋଟ ଛୋଟ ସର୍କସ, ରାମଦୋଳି, ଯାଦୁ, ଉଡାଜାହାଜ, ପାଣିଜାହାଜ, ଘୋଡା ଗାଡି ଭିନ୍ନ ଭିନ୍ନ ଅତ୍ୟାଧୁନିକ ଖେଳ କସରତ। ପୁଣି ଏହି ମେଳାରେ ମିଳୁଥିବା ଭିନ୍ନ ରୁଚିର ଫାଷ୍ଟଫୁଡ୍ ସହ କଟକ ଠୁଙ୍କା ପୁରୀ, ଆଳୁଦମ୍ ଚାର୍ଟ ଅନ୍ୟ ଏକ ଆକର୍ଷଣ। ସମୟ ବଦଳିଛି। ଗମନାଗମନ ର ସୁଭିଦା ପରେ ଏବେ କିନ୍ତୁ ଏସବୁ ବେପାର ମାନ୍ଦା ହୋଇପଡିଛି। ଭଦ୍ରକ ସହର ସମେତ ଜିଲ୍ଲାର ଛୋଟ ବଡ଼ ସହରାଂଚଳରେ ଏବେ ସବୁ ଜିନିଷ ମିଳୁଥିବାରୁ କାଳୀପୁଜାରେ ଏହି ପାରମ୍ପରିକ ଜିନିଷର ଚାହିଦା କମିଯାଇଛି ବୋଲି କୁହନ୍ତି ଭଦ୍ରକ ବାଣିଜ୍ୟ ସଙ୍ଘର ପ୍ରମୁଖ ଗୌରାଙ୍ଗ ପଣ୍ଡା। ବିଗତ ବର୍ଷମାନଙ୍କ ଭଳି ଏହି ଦୂର ଦୂରାନ୍ତରୁ ବ୍ୟବସାୟୀମାନେ ଭଦ୍ରକ କାଳୀପୂଜାକୁ ଆସିଛନ୍ତି। ଏହି କାଳୀପୂଜାରେ ବିପ୍ପଣୀ ଖୋଲିଥିବା କଲିକତା ଦୀଘା ଅଂଚଳର ବ୍ୟବସାୟୀ ଜୟନ୍ତ ଦତ, ଅନୁପ ନନ୍ଦୀ କହନ୍ତି ପ୍ରାୟ ୨୦ ବର୍ଷରୁ ଉର୍ଦ୍ଧ୍ୱ ଶଙ୍ଖ ବ୍ୟବସାୟ ଏହି କାଳୀପୂଜାରେ ଶଙ୍ଖ ଓ ଶାମୁକାରେ ନିର୍ମିତ ଲକେଟ୍, ଅଙ୍ଗୁଠି, କାନଫୁଲ ଓ ଅନ୍ୟାନ୍ୟ ଘର ସାଜସଜ୍ଜା ସାମଗ୍ରୀ ନେଇ ଆସିଛି। ମୁଁ ପିଲାଟି ବେଳୁ ବାପାଙ୍କ ସାଙ୍ଗରେ ଏହି ଶଙ୍ଖ ଜିନିଷ ନେଇ ଆସେ। ଏବେବି ଆସିଛି। ତେବେ ଆଗ ବେପାର ଏବେ ନାହିଁ। ତଥାପି ବଂଶାନୁକ୍ରମିକ ଭାବେ ଏହି ମେଳାକୁ ଆସି ପରମ୍ପରା ବଜାୟ ରଖିଛି।








