Home ଜିଲ୍ଲା ପରିକ୍ରମା ଦୀର୍ଘ ଦିନ ହେଲା ଚନ୍ଦବାଲିରେ ଏସଡିପିଓ ପଦବୀ ଖାଲି,କେବେ ହେବ ପଦବୀ ପୂରଣ

ଦୀର୍ଘ ଦିନ ହେଲା ଚନ୍ଦବାଲିରେ ଏସଡିପିଓ ପଦବୀ ଖାଲି,କେବେ ହେବ ପଦବୀ ପୂରଣ

16

ଭଦ୍ରକ, ୩୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଦୀର୍ଘ ଦିନ ହେଲା ଚନ୍ଦବାଲିର ରେ ଏସଡିପିଓ ପଦବୀ ଖାଲି ପଡିଛି। ଏସଡିପିଓ ପଦବୀ ବିଗତ ୮ ମାସ ହେବ ଖାଲି ପଡିଛି। ଚାନ୍ଦବାଲି ଏସଡିପିଓ ପଦବୀ ଖାଲି ପଡ଼ିଥିବା ହେତୁ ଧାମନଗର ଏସଡିପିଓ ତ୍ରିଲୋଚନ ସେଠୀ ଦାୟିତ୍ୱରେ ରହିଛନ୍ତି।ଚାନ୍ଦବାଲି ପୁଲିସ ଉପଖଣ୍ଡ ଅଧୀନରେ ଥିବା ଚାନ୍ଦବାଲି, ତିହିଡି, ଧାମରା, ବଂଶଡା, ପିରାହାଟ ଓ ଧାମରା ମେରାଇ ୬ଟି ଥାନା ସମେତ ୪ ଟି ଫାଣ୍ଡି ଆରଡ଼ି,ମତୋ ଘେଂଟଶ୍ୱର ଓ କରଞ୍ଜନ ରହିଛି। ମୋଟା ମୋଟୀ ଭାବେ ଚାନ୍ଦବାଲି ଓ ଧାମନଗର ର ୧୧ ଟି ଥାନା ଓ ୬ ଟି ଫାଣ୍ଡି ଶ୍ରୀ ସେଠୀ ଙ୍କ ଦାୟିତ୍ୱରେ ଥିବାରୁ ସେ ସବୁ ବେଳେ ଚାନ୍ଦବାଲି ଆସିପାରୁନାହାନ୍ତି। ଚାନ୍ଦବାଲି ଏସଡିପିଓ ପଦବୀ ପାଇଁ ଫେବୃଆରୀ ୭ ରେ ରାଜ୍ୟ ସରକାରଙ୍କ ଦ୍ୱାରା ବାହାରି ଥିବା ପୁଲିସ ଅଧିକାରୀ ଅଦଳବଦଳ ଲିଷ୍ଟରେ ଇଓଡବ୍ଲୁରେ କାର୍ଯ୍ୟରତ ମୟୁରଭଞ୍ଜର ରମେଶ ଚନ୍ଦ୍ର ସିଂଙ୍କୁ ଚାନ୍ଦବାଲି ଏସ୍‌?ଡିପିଓ ଭାବେ ଘୋଷଣା ହେଇଥିଲେ ମଧ୍ୟ ପରବର୍ତୀ ସମୟରେ ତାଙ୍କର ଅଡର କୁ ବାତିଲ କରି ଦିଆଯାଇଥିଲା। ତେଣୁ ଚାନ୍ଦବାଲି ଏସଡିପିଓ ଓ ପଦ ଦୀର୍ଘ ଦିନ ଖାଲି ପଡ଼ିଥିବା ହେତୁ ଆଇନି ଶୁଙ୍ଖଳା ୍େୱବସ୍ତା ଦିନଙ୍କୁ ଦିନ ବିପର୍ଯ୍ୟସ୍ଥ ହେବାକୁ ଲାଗିଛି।ତେବେ ଅଞ୍ଚଳ ବାସି ଯଥା ଶୀଘ୍ର ପଦବୀ ପୂରଣ କରିବାକୁ ଦାବି କରିଲେଣି।ତେଣୁ ତୁରର ଅଂଚଳ ବାସି ଦାବି କୁ ଦୁଷ୍ଟିରେ ରଖି ରାଜ୍ୟ ସରକାର ଏଠାରେ ଏସଡିପିଓ ପଦବୀ ପୂରଣ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.