Home ଜିଲ୍ଲା ପରିକ୍ରମା ଭଦ୍ରକରେ ବିଶ୍ୱ କର୍ତବ୍ୟ ଦିବସ ପାଳିତ

ଭଦ୍ରକରେ ବିଶ୍ୱ କର୍ତବ୍ୟ ଦିବସ ପାଳିତ

6

ଭଦ୍ରକ, ୩୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଅପରାହ୍ନ ୪ ଘଟିକା ସମୟରେ ଏଲଖା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଶ୍ୱ କର୍ତବ୍ୟ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ଅତିଥିମାନଙ୍କ ଦ୍ୱାରା ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତତ୍ପରେ ଏକ ସାଧାରଣ ସଭା ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ମୁଖ୍ୟ ଅତିଥିଭାବେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ଼. ରାମଚନ୍ଦ୍ର ପଣ୍ଡା, ମୁଖ୍ୟ ବକ୍ତା ଭାବେ କୃଷି କବି ଇଂ ଅରୁଣ ପାତ୍ର, ସମ୍ମାନିତ ଅତିଥି ଭାବରେ ସମାଜସେବୀ ଜଗନ୍ନାଥ କର, କଳିଙ୍ଗ ଟି.ଭି.ର ଜିଲ୍ଲା ପ୍ରତିନିଧି ନରେନ୍ଦ୍ର ସାମଲ ଯୋଗଦେଇଥିଲେ । ଉକ୍ତ ଦିବସର ପ୍ରତିଷ୍ଠାତା ସ୍ୱର୍ଗତ ରାଧାକାନ୍ତ ତ୍ରିପାଠୀଙ୍କର ବହୁମୂଖୀ କାର୍ଯ୍ୟାବଳି ମଧ୍ୟରୁ ଉକ୍ତ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ବକ୍ତାମାନେ ଆଲୋଚନା କରିଥିଲେ । ସମଗ୍ର ମାନବ ସମାଜ ନିଜର ଅଧିକାର ପ୍ରତି ଯେତେ ସଚେତନ କର୍ତବ୍ୟ ପ୍ରତି ସେତେ ଯତ୍ନଶୀଳ ନୁହେଁ ବୋଲି ବିବିଧ ଉଦାହରଣ, ଗଳ୍ପ ଦ୍ୱାରା ସମବେତ ଜନତାଙ୍କୁ ସମ୍ବୋଧିତ କରିଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ନିରଞ୍ଜନ ସେଠୀ ସଭାପତିତ୍ୱ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପରିଚାଳନା କମିଟିର ସଭାପତି ରମେଶ ଜେନା, ସଦସ୍ୟ ମଦନ ମୋହନ ଜେନା, ତ୍ରିଲୋଚନ ବେହେରା, ନିଖିତ୍ କାଦ୍ରି, ବୁଟର୍ ନିଶା, କାଉନ୍‌ସିଲର ଅଞ୍ଜନ କୁମାର ଜେନା ଉପସ୍ଥିତ ଥିଲେ । ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀମାନେ ସଭା ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଶିକ୍ଷୟିତ୍ର ଯଶୋଦା ନାଥ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.