Home ଜିଲ୍ଲା ପରିକ୍ରମା ଭଦ୍ରକରେ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ

ଭଦ୍ରକରେ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ

14

ଭଦ୍ରକ, ୨୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଆଜି ଦିବା ୧୧ଘଟିକା ସମୟ ରେ ଭାରତର ଅର୍ଥନୀତିର ଅନ୍ୟତମ ମହାନାୟକ ପି.ସି. ମହାଲୋନୋବିଶଙ୍କ ତଥା ଜାତୀୟ ପରିସଂଖ୍ୟାନ ଦିବସ ଜିଲ୍ଲାପାଳ ଦିଲିପ ରାଉତରାୟଙ୍କ ଅଧ୍ୟକ୍ଷତା ରେ ଜିଲ୍ଲା ସଦଭାବନା ସଭା ଗୃହରେ ପାଳିତ ହୋଇ ଯାଇଛି। ଏହି ସଭା ରେ ମୁଖ୍ୟ ଉନ୍ନୟନ ଅଧିକାରୀ,ଜିଲ୍ଲା ପରିଷଦ ଶୁଭେନ୍ଦ୍ର ସାମଲ, ଉପ ନିର୍ଦ୍ଦେଶକ ଡିପିଏମ୍‌ୟୁ ପ୍ରହ୍ଲାଦ ରଣା, ପରିସଂଖ୍ୟାନ ବିଭାଗର ପ୍ରଫେସର ବରାଳ ଓ ଜିଲ୍ଲା ପରିସଂଖ୍ୟାନ ଅଧିକାରୀ ସୌମ୍ୟ ରଂଜନ ନାୟକ ଅଂଶ ଗ୍ରହଣ କରିଥିଲେ। ଏହି ଅବସରରେ ପି ସି ମହାଲୋନୋବସଙ୍କ ଭାରତୀୟ ଅର୍ଥନୀତିରେ ଯୋଗଦାନ ତଥା ତାଙ୍କ ଜୀବନ ଉପରେ ଗଭୀର ଆଲୋକପାତ କରାଯାଇଥିଲା।ଦେଶର ପ୍ରଗତିରେ ଅର୍ଥନୀତିର ମହତ୍ୱପୂର୍ଣ୍ଣ ଯୋଗଦାନ ତଥା ପରିସଖ୍ୟାନ ଅପରିହାର୍ଯ୍ୟତାର ବିଶେଷତ୍ୱ ବିଷୟରେ ଅତିଥିମାନେ ଆଲୋକପାତ କରିଥିଲେ। ବିଭିନ୍ନ ବିଭାଗ ର ଅଧିକାରି ମାନେ ଏହି ସଭା ରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.