Home ଜିଲ୍ଲା ପରିକ୍ରମା ଗବସାହି ଲେବେଲ କ୍ରସିଂରେ ରେଳ ଫ୍ଲାଏ ଓଭରବ୍ରିଜ ନିର୍ମାଣ ଦାବି

ଗବସାହି ଲେବେଲ କ୍ରସିଂରେ ରେଳ ଫ୍ଲାଏ ଓଭରବ୍ରିଜ ନିର୍ମାଣ ଦାବି

47

ଭଦ୍ରକ, ୨୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରକୁ ସଂଯୋଗ କରୁଥିବା ଗୁରୁତ୍ୱପୂର୍ଣ ଗବସାହି ଲେବଲ କ୍ରସିଂ ଉପରେ ଏକ ରେଳ ଫ୍ଲାଏ ଓଭରବ୍ରିଜ ନିର୍ମାଣ ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ। ଏହି ରାସ୍ତା ଦେଇ ଦୈନିକ ସହଶ୍ରାଧିକ ଲୋକ ଯାତାୟତ କରିଥାନ୍ତି ।କ୍ଷ ଗବସାହି ଲେବଲ କ୍ରସିଂ ଦେଇ ଗେଲଟୁଆ, ଜଳଙ୍ଗା,ବଗମରା, ଚଢ଼େଇଆ,ଶାସନ,କୁଆପଦା,ଜହତା, କାଉପୁର, ବରଦା ସହିତ ଆଗରପଡା, କୁପାରୀ, ଖଇରା ପ୍ରଭୁତି ଅଂଚଳ ର ଲଖ୍ୟାଧିକ ଲୋକ ଯାତାୟତ କରିଥାନ୍ତି । କାଉପୁର ଠାରୁ ଭଦ୍ରକ ସହର ସହିତ ଗୁରୁତ୍ୱପୂର୍ଣ ମୋଟଲ ଛକକୁ ସଂଯୋଗ କରୁଥିବା ଏହି ରାସ୍ତା ପ୍ରଶସ୍ତି କରଣ ପରେ ଏହି ରାସ୍ତାର ଗୁରୁତ୍ୱ ବୃଦ୍ଧି ପାଇଛି । ଏହି ରାସ୍ତା ଦେଇ ଦୈନିକ ସ୍କୁଲ କଲେଜ ବସ ସହିତ ଆମ୍ବୁଲାନ୍ସ, ଅଗ୍ନିଶମ ଗାଡି ସହିତ ବିଭିନ୍ନ ମାଲବାହୀ ଏବଂ ଯାତ୍ରୀ ବାହୀ ଗାଡି ଅନବରତ ଚଳାଚଳ ହେଉଛି । ଏହି ରାସ୍ତାରେ ଭଦ୍ରକ ଜିଲ୍ଲପାଳ, ଏସପି, ଜିଲ୍ଲା ଜର୍ଜ ଅତିରିକ୍ତ ଜିଲ୍ଲପାଳ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଏବଂ ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀଙ୍କ ଆବାସିକ କାର୍ଯ୍ୟଳୟ ରହିଛି । ତେବେ ସହରକୁ ସଂଯୋଗ କରିବା ଠିକ ପୂର୍ବରୁ ରହିଥିବା ଗବସାହି ରେଳ ଫାଟକ ଗମନା ଗମନ କ୍ଷେତ୍ରରେ ବଡ଼ ଅନ୍ତରାୟ ସୃଷ୍ଟି କରୁଛି । ରୋଗୀ ହୁଅନ୍ତୁ କି ଅଗ୍ନିଶମ ଗାଡି ହେଉ ଘଡ଼ିସନ୍ଧି ମୁହୂର୍ତରେ ରେଳଫାଟକ ପଡ଼ିଥିବା ବେଳେ ଲୋକଙ୍କୁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡୁଛି । ତାଛଡ଼ା ଏବେ ରେଳସେବା ରେ ଯାତ୍ରୀ ଏବଂ ମାଲବାହୀ ଟ୍ରେନ ଦ୍ରୁତ ବୃଦ୍ଧି ପାଇଛି । ଗାଡି ମୋଟର ଭଳି ପ୍ରତି ୧୦/୧୫ ମିନିଟ ବ୍ୟବଧାନରେ ରେଳ ଟ୍ରାକରେ ରେଳ ଗଡୁଛି । ଫଳରେ ଗୁରୁତ୍ୱପୂର୍ଣ କାମ କାର୍ଯ୍ୟରେ ବାହାରିଥିବା ଲୋକଙ୍କୁ ଅଯଥାରେ ରେଳ ଫାଟକ ନିକଟରେ ଦୀର୍ଘ ସମୟ ଧରି ଛିଡା ହେବାକୁ ପଡୁଛି । ଆବଶ୍ୟକତା କୁ ଦୃଷ୍ଟିରେ ରଖି ଗତ କିଛିବର୍ଷ ତଳେ ଏଠାରେ ଏକ ପାସେଞ୍ଜର ହଲ୍ଟ କରିବାକୁ ସ୍ତାନୀୟ ଲୋକଙ୍କ ପକ୍ଷରୁ ପ୍ରବଳ ଦାବି ହୋଇଥିଲା । ଲୋକଙ୍କ ଏହି ଦାବି ସମ୍ପର୍କରେ ପୂର୍ବତନ ଭଦ୍ରକ ସାଂସଦ ଅର୍ଜୁନ ସେଠୀ ରେଳ ମନ୍ତ୍ରଣାଳୟ ଦୃଷ୍ଟି ମଧ୍ୟ ଆକର୍ଷଣ କରିଥିଲେ । ହେଲେ ସରକାରୀ ଫାଇଲ ତଳେ ହଜିଗଲା ଲୋକଙ୍କ ଏହି ଦାବି । ତେବେ ସରକାର ଏଠାରେ ପାସେଞ୍ଜର ହଲ୍ଟ ନକଲେ ନାହିଁ କିନ୍ତୁ ସମୟର ଏବଂ ଲୋକଙ୍କ ଆବଶ୍ୟକତା କୁ ଦୃଷ୍ଟିରେ ରଖି ତୁରନ୍ତ ଏଠାରେ ଏକ ରେଳ ଫ୍ଲାଏ ଓଭର ବ୍ରିଜ ନିର୍ମାଣ ପାଇଁ ଦାବି କରିଛନ୍ତି । ସଂଯୋଗ ବଶତଃ ଏବେ ପୂର୍ବତନ ସାଂସଦ ଅର୍ଜୁନ ସେଠୀଙ୍କ ପୁଅ ଅଭିମନ୍ୟୁ ସେଠୀ ଭଦ୍ରକ ସାଂସଦ ଅଛନ୍ତି ବାପାଙ୍କ ଅଧୁରା ସ୍ୱପ୍ନ ଏଠାରେ ଏକ ପାସେଞ୍ଜର ହଲ୍ଟ ପ୍ରତିଷ୍ଠା ହୋଇନପାରିଲେ ମଧ୍ୟ ଲୋକଙ୍କ ଜରୁରୀ ଆବଶ୍ୟକତା ପାଇଁ ଏଠାରେ ଏକ ରେଳ ଫ୍ଲାଏ ଓଭରବ୍ରିଜ ପ୍ରତିଷ୍ଠା ଦିଗରେ ବଳିଷ୍ଟ ପଦକ୍ଷେଫ ଗ୍ରହଣ କରିବାକୁ ଜନସାଧାରଣ ଙ୍କ ପକ୍ଷରୁ ଦାବି ହେଉଛି । ସ୍ତାନୀୟ ଲୋକ ଏବଂ ବୁଦ୍ଧିଜୀବୀ ଜନସାଧାରଣ ଙ୍କୁ ନେଇ ଗଠିତ ଆଂଚଳିକ ବିକାଶ ପରିଷଦ ପକ୍ଷରୁ ଏନେଇ ଖୁବ ଶୀଘ୍ର ସାଂସଦଙ୍କ ଜରିଆରେ ରେଳ ମନ୍ତ୍ରଣାଳୟ ନିକଟରେ ବିଧିବଧ ଭାବେ ଦାବି ଉପସ୍ଥାପନ କରାଯିବ ବୋଲି ବରିଷ୍ଠ ଆଇନଜୀବୀ ଦିବ୍ୟସିଂହ ନାୟକ, ରାଧା ଦାସ, ସମାଜସେବୀ, ମୁକ୍ତିକାନ୍ତ ମଲ୍ଲିକ, ଶିକ୍ଷବିତ ଗୋବର୍ଧନ ସାମଲ, ସମାଜସେବୀ ଗୋପାଳ କୃଷ୍ଣ ଦାସ,ବାରିଦ ବରଣ ଦାସ,ପ୍ରସନ୍ନ ଦାସ, ମହେଶ ଦାସ, ରାଧା ଦାସ, ଶମ୍ଭୁନାଥ ନାୟକ, ଅମୀୟ ମହାନ୍ତି ପ୍ରମୁଖ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.