Home ଜିଲ୍ଲା ପରିକ୍ରମା ଭଦ୍ରକରେ ସରକାରୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଘୋଷଣା ପାଇଁ ବିଦ୍ୟାର୍ଥୀ ବିକାଶ ମଂଚ ତରଫରୁ ସରକାରଙ୍କୁ କୃତଜ୍ଞତା

ଭଦ୍ରକରେ ସରକାରୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଘୋଷଣା ପାଇଁ ବିଦ୍ୟାର୍ଥୀ ବିକାଶ ମଂଚ ତରଫରୁ ସରକାରଙ୍କୁ କୃତଜ୍ଞତା

7

ଭଦ୍ରକ, ୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ଥାନୀୟ ବାଗୁରାଇ ଆଦିବାସୀ କଲୋନୀରେ ବିଦ୍ୟାର୍ଥୀ ବିକାଶ ମଂଚ, ଭଦ୍ରକ ଏକ ଦିବସବ୍ୟାପୀ ଜନଜାଗରଣ ଓ ବିଦ୍ୟାର୍ଥୀ ପୁରସ୍କାର ବିତରଣ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସଭାପତି ଲକ୍ଷ୍ମୀଧର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଭଦ୍ରକବାସୀଙ୍କର ଦୀର୍ଘ ଦିନର ଆଶା ତଥା ବିଦ୍ୟାର୍ଥୀ ବିକାଶ ମଂଚ ଓ ଅନ୍ୟ ଅନେକ ସଂଗଠନର ନିରନ୍ତର ଆନ୍ଦୋଳନ ଓ ପ୍ରୟାସ ପରେ ଗତକାଲି ଭଦ୍ରକରେ ଏକ ସରକାରୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ସାରା ଭଦ୍ରକରେ ଖୁସିର ଲହରୀ ଖେଳି ଯାଇଛି। ଏହି ପରିପ୍ରେକ୍ଷୀରେ ଉକ୍ତ ମୋହନ ସରକାରଙ୍କ ନିଜ ଶପଥ ଗ୍ରହଣର ଏକ ବର୍ଷ ପୂରଣ ହେବା ପୂର୍ବରୁ ଏହି ଘୋଷଣା କରିଥିବାରୁ ଉକ୍ତ ଅନୁଷ୍ଠାନ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର ଉଚ୍ଚ ଶିକ୍ଷାମନ୍ତ୍ରୀ ତଥା ରାଜ୍ୟ ସରକାରଙ୍କୁ ଗଭୀର କୃତଜ୍ଞତା ଜଣାଇ ଦିଆଯାଇଛି। ଏଥି ସହିତ ଏହି ସଫଳତା ପଛରେ ଥିବା ଓଡ଼ିଶା ରାଜନୀତିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କୁ ମଧ୍ୟ କୃତଜ୍ଞତା ଅର୍ପଣ କରାଯାଇଛି। ଉକ୍ତ ଅନୁଷ୍ଠାନ ତରଫରୁ ଭଦ୍ରକରେ ବିଶ୍ୱବିଦ୍ୟାଳୟ ପ୍ରସଂଗରେ ୨ଟି ନିବେଦନ ଯଥା ଉକ୍ତ ବିଶ୍ୱବିଦ୍ୟାଳୟର ନାମ ‘ପଲ୍ଲୀ ଭାରତୀ ବିଶ୍ୱ ବିଦ୍ୟାଳୟ’ ରଖାଯାଉ ଓ ଏହାକୁ ଭଦ୍ରକ ସହରର ଅତି ନିକଟସ୍ଥ ରାନ୍ଦିଆ ପଂଚାୟତର ଅମରଗଡ଼ିଆ ମୌଜାରେ ଥିବା ୨୧ ଏକରରୁ ଉର୍ଦ୍ଧ୍ୱ ସରକାରୀ ଜାଗାରେ କରାଯିବାକୁ ଅନୁରୋଧ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର କାତିର୍କ ନାଥ ମଣ୍ଡଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତି ବିଦ୍ୟାର୍ଥୀମାନଙ୍କୁ ପୁରସ୍କାର ଏବଂ ମାନପତ୍ର ପ୍ରଦାନ କରିଥିଲେ। ଏଥି ସହିତ ବିପନ୍ନଙ୍କୁ ନିଃଶୁଳ୍କ ଖାଦ୍ୟ ଅର୍ପଣ କରୁଥିବା ଭଦ୍ରକ ହ୍ୟାପିହୋମ୍ କ୍ଲବର ମୁଖ୍ୟ ଅଜିତ ରାଉତଙ୍କୁ ଅନୁଷ୍ଠାନ ତରଫରୁ ମୁଖ୍ୟ ଉପଦେଷ୍ଟା ପ୍ରଫେସର ଡ. ଦେବେନ୍ଦ୍ର ନାଥ ରାଉତ ବରିଷ୍ଠ ଉପଦେଷ୍ଟା ଡାକ୍ତର ରବିନ୍ଦ୍ର କୁମାର ନାୟକ, ପ୍ରାଧ୍ୟାପିକା ରାଧାରାଣୀ ମହାପାତ୍ର ରୋଟାରିଆନ ଅଭିଜିତ୍ ନାୟକ, ପ୍ରାଧ୍ୟାପକ ସଂଗ୍ରାମ ମହାନ୍ତି, ପ୍ରାଧ୍ୟାପକ ଗୋଲକ ବିହାରୀ ସାହୁ, ଶ୍ରୀହର୍ଷ ସ୍ୱାଇଁ, ମଧୁସ୍ମିତା ମହାନ୍ତି, ଯୋଗଗୁରୁ ସୁରେନ୍ଦ୍ର ଦାସ, ଅକ୍ଷୟ କୁମାର ନାୟକ, ଉପଦେଷ୍ଟା ରବିନ୍ଦ୍ର ମହାରଣା, ବସନ୍ତ ବେହେରା, ପ୍ରାଧ୍ୟାପକ ସଂଗ୍ରାମ ମହାନ୍ତି, ପ୍ରାଧ୍ୟାପକ ଲକ୍ଷ୍ମୀଧର ରାଉତ, ଉଦ୍ୟାନବିତ୍ ବିଚିତ୍ରାନନ୍ଦ ମହାନ୍ତି, ପ୍ରାଧ୍ୟାପକ ବିଶ୍ୱନାଥ ନାୟକ, ସମାଜସେବୀ ନାରାୟଣ ପାଢ଼ୀ, ପ୍ରାକ୍ତନ ଶିକ୍ଷକ କିଶୋର ଧଳ ଓ ଅନ୍ୟମାନେ ପୁରସ୍କାର, ମାନପତ୍ର ପ୍ରଦାନ କରିବା ସହିତ ବିପନ୍ନ ବସ୍ତି ବାସିନ୍ଦାଙ୍କୁ ମାଗଣାରେ ଚାଉଳ ବଂଟନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.