Home ଜିଲ୍ଲା ପରିକ୍ରମା ଜଳ ନିଷ୍କାସନ ଓ ଟ୍ରାଫିକ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ

ଜଳ ନିଷ୍କାସନ ଓ ଟ୍ରାଫିକ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ

6

ଭଦ୍ରକ, ୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରର ମୋଟେଲ ଛକ ନିକଟରେ ମଠସାହି ମୌଜାରେ ଥିବା ଏକ ନର୍ସିଂହୋମର ମାଲିକଙ୍କ ବେପରୁଆ ମନୋଭାବ ଓ ପୌରସଂସ୍ଥାର ଦାୟିତ୍ୱହୀନ କାର୍ଯ୍ୟକୁ ନେଇ ଜଳ ନିଷ୍କାସନ ସମସ୍ୟା ସହ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି ବୋଲି ଜିଲ୍ଲାପାଳଙ୍କ ନିକଟରେ ବୁଧବାର ଦିନ ଅଭିଯୋଗ ହୋଇଛି।ସ୍ଥାନୀୟ ଅଧିବାସୀମାନଙ୍କ ଦ୍ୱାରା ଲିଖିତ ଭାବେ ଦିଆଯାଇଥିବା ଅଭିଯୋଗକୁ ସମାଜସେବିକା ତଥା ବିଜେପି ନେତ୍ରୀ ସୁମିତ୍ରା ପାଣି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟଙ୍କୁ ଭେଟି ଏହି ଦାବିପତ୍ର ପ୍ରଦାନ କରିଛନ୍ତି।ଏଥିରେ ଦର୍ଶାଯାଇଛି ଯେ କ୍ଷୀରୋଦ ଦାସ ନାମକ ଜନୈକ ବ୍ୟକ୍ତି ମୋଟେଲ ଛକ ନିକଟରେ ଚଳାଇଥିବା ନର୍ସିଂ ହୋମ ଯୋଗୁ ସ୍ଥାନୀୟ ଜନବସତି ଓ ପରିବେଶ ଉପରେ କୁପ୍ରଭାବ ପଡ଼ିବା ସହ ଜଳ ନିଷ୍କାସନ ସମସ୍ୟା ପ୍ରଭାବିତ ହେଉଛି।ଏଣୁ ବର୍ଷା ହେଲେ ନର୍ସିଂ ହୋମର ସମ୍ମୁଖରେ ତାଙ୍କ ଦ୍ୱାରା ନିର୍ମାଣ ହେଉଥିବା ଅନ୍ୟ ଏକ ତ୍ରିତଳ ଗୃହର ଆବର୍ଜନା ଯୋଗୁ ଜଳ ନିଷ୍କାସନ ପଥ ବନ୍ଦ ହୋଇ ସମସ୍ୟା ସୃଷ୍ଟି ହେଉଥିବାରୁ ରାସ୍ତା ବୁଡ଼ିବା ସହ କେତେକ ଘର ଭିତରକୁ ପାଣି ପଶୁଛି।ପୌରସଂସ୍ଥା ନିକଟରେ ଏଥିପାଇଁ ଅଭିଯୋଗ ହୋଇଛି।ଏପରିକି ନିୟମ ଉଲ୍ଲଂଘନ କରାଯାଇ ଟାଉନ ପ୍ଲାନିଂ କିପରି ଗୃହ ନିର୍ମାଣ ପାଇଁ ଅନୁମୋଦନ ଦେଇଛି ତାହା ମଧ୍ୟ ପ୍ରଶ୍ନବାଚି ହୋଇଛି।ସେହିପରି ରାଜଘାଟ ଛକରୁ ମୋଟେଲଛକ ସହ ସଂଯୁକ୍ତ ରାସ୍ତାରେ ଦୀର୍ଘ ସମୟ ଧରି ନର୍ସିଂହୋମକୁ ଆସୁଥିବା ଗାଡ଼ିସବୁ ରାସ୍ତାରେ ପାର୍କିଂ ହେଉଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି।ଏହିସବୁ ଅଭିଯୋଗର ତଦନ୍ତ କରି ଜିଲ୍ଲା ପ୍ରଶାସନ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବିପତ୍ରରେ ସୁମିତ୍ରା ପାଣି,ସିଦ୍ଧାର୍ଥ ବାରିକ, ରାମ ଦାସ,ଧନେଶ୍ୱର ବେହେରା, କାଦମ୍ବିନୀ ମହାନ୍ତି,ବିଶ୍ୱଜିତ ନାୟକ ଦୀପକ ନାୟକ ଦୀପ୍ତିମୟୀ ସାହୁ, ଧୀରେନ୍ଦ୍ର ଜେନା, ଇଂ କିଶୋର କୁମାର ସାହୁ ସୁଶାନ୍ତ ସାହୁ ପ୍ରମୁଖଙ୍କ ସ୍ୱାକ୍ଷର ସମ୍ବଳିତ ଦାବିପତ୍ରରେ ଦର୍ଶାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.