Home ଜିଲ୍ଲା ପରିକ୍ରମା ଐତିହାସିକ ଗୋହିରାଟିକିରିରେ ନିର୍ମାଣ ହେବ ମୁକୁନ୍ଦଦେବଙ୍କ ଭବ୍ୟ ପ୍ରତିମୂର୍ତି ଓ ସଂଗ୍ରହାଳୟ, ନୂଆ ରୂପରେ ଝଲସିବ...

ଐତିହାସିକ ଗୋହିରାଟିକିରିରେ ନିର୍ମାଣ ହେବ ମୁକୁନ୍ଦଦେବଙ୍କ ଭବ୍ୟ ପ୍ରତିମୂର୍ତି ଓ ସଂଗ୍ରହାଳୟ, ନୂଆ ରୂପରେ ଝଲସିବ ପୀଠ

13

ଭଦ୍ରକ, ୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶେଷ ହିନ୍ଦୁ ରାଜା ମୁକୁନ୍ଦଦେବଙ୍କ ସ୍ମୃତି ପୀଠ ଧାମନଗର ବ୍ଲକ ମୁସ୍ତଫାପୁର ପଂଚାୟତ ଗୋହିରାଟିକିରି ପୀଠରେ ମୁକୁନ୍ଦଦେବ ସ୍ମାରକୀ ପାର୍କ ଓ ସୁବିଧା କେନ୍ଦ୍ର ନିର୍ମାଣ ହେବ । ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଶିଳାନ୍ୟାସ କରିଛନ୍ତି। ଦୀର୍ଘ ବର୍ଷ ଧରି ଅବହେଳିତ ହୋଇ ରହିଥିବା ପୀଠର ଉନ୍ନତିକରଣ ପାଇଁ ଦାବି ହୋଇ ଆସୁଥିଲା। । ତେବେ ପୀଠ ର ଉନ୍ନତୀ କରଣ ପାଇଁ ଧାମନଗର ର ଯୁବ ବିଧାୟକ ତଥା ଯୁବ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଘୋଷଣା କରିଛନ୍ତି। ଇତିହାସର ଗାରିମା ବହନ କରୁଥିବା, ବହୁ କିମ୍ବଦନ୍ତୀ ର ବାର୍ତାବହ ଓ ପୁରାଣ ବର୍ଣ୍ଣିତ ଗୋହିରାଟିକିରି ଚିର ଅବହେଳିତ ହୋଇ ରହି ଆସିଥିଲା। ଯାହା ଫଳରେ ଲୋକମାନେ ଏହାର ଗୁରୁତ୍ୱ କୁ ଉପଲବ୍ଧି କରିପାରୁନଥିଲେ। ଶେଷ ହିନ୍ଦୁ ରାଜା ମୁକୁନ୍ଦ ଦେବଙ୍କ ସ୍ମାରକୀ ପୀଠ ଭାବେ ବିକଶିତ କରାଗଲେ, ଓଡ଼ିଶାବାସୀ ଏହାର ମହତ୍ୱ ଜାଣିପାରିବେ। ତେବେ ମନ୍ତ୍ରୀ ସୂର୍ଯ୍ୟବଂଶୀ ଙ୍କ ପ୍ରଚେଷ୍ଟାରେ ଏହାକୁ ବିକାଶ କରିବା ଲାଗି ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ସୁଚନା ଥାଉକି ଗୋହିରାଟିକିରି ଠାରେ ୧୦ କୋଟି ଟଙ୍କା ବ୍ୟୟରେ ମୁକୁନ୍ଦଦେବ ସ୍ମାରକୀ ପାର୍କ ଓ ସୁବିଧା କେନ୍ଦ୍ର କରାଯିବ। ଏଥିରେ ୪ ଟି ପ୍ରକଳ୍ପ ସାମିଲ ଅଛି। ଗୋହିରାଟିକିରି ପର୍ଯ୍ୟଟନସ୍ଥଳୀର ପ୍ରବେଶ ଦ୍ୱାର ରେ ସୁଦୃଶ୍ୟ ତୋରଣ ଓ ସୁରକ୍ଷା ପ୍ରାଚୀର କରାଯିବ। ପ୍ରାୟ ୧ କୋଟି ଟଙ୍କା ବ୍ୟୟରେ ଶେଷ ସ୍ୱାଧୀନ ରାଜା ମୁକୁନ୍ଦଦେବଙ୍କ ଭବ୍ୟ ପ୍ରତିମୂର୍ତି ନିର୍ମାଣ ହେବ। ପ୍ରତିମୂର୍ତି କୁ ଲାଗିକି ଗୋଟିଏ ସ୍ମାର୍ଟ ପାର୍କ କରାଯିବ। ଏହାସହ ପୀଠରେ ଗୋଟିଏ ସଂଗ୍ରହାଳୟ ଏବଂ ପାର୍କିଂ ୟାର୍ଡ ନିର୍ମାଣ ହେବ। ତେବେ ୨୮ ନଭେମ୍ବର ୨୦୧୬ରେ ପୂର୍ବ ରାଜ୍ୟ ସରକାର ଗୋହିରାଟିକିରି କୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦେଇଥିଲେ। ଘୋଷଣା ର ୮ ବର୍ଷ ପରେ ବି ସେମିତି କିଛି ଆଖି ଦୃଶିଆ ବିକାଶମୂଳକ କାମ ହୋଇନାହିଁ। ଦୁଇ ବର୍ଷ ପୂର୍ବରୁ କେବଳ ଗୋଟିଏ କଲ୍ୟାଣ ମଣ୍ଡପ ନିର୍ମାଣ କରାଯାଇଛି। ଏହାଛଡ଼ା ଆଉ କିଛି ନାହିଁ। ପର୍ଯ୍ୟଟନସ୍ଥଳୀ ରେ ଲୋକ ରହିବା ପାଇଁ ସୁବିଧା ହୋଇନାହିଁ। ଶୌଚାଳୟ କି ପାନୀୟ ଜଳ ସୁବିଧା ନାହିଁ। ଯାତ୍ରୀଙ୍କ ପାଇଁ ଉପଯୁକ୍ତ ରହଣି ସ୍ଥଳ, ବିଶ୍ରାମ ଗୃହ, ପାନୀୟ ଜଳ ସୁବିଧା କରାଯାଇ ନାହିଁ। ଉକ୍ତ ପର୍ଯ୍ୟଟନସ୍ଥଳୀ କୁ ଏଯାଏ ଭଲ ରାସ୍ତା ହୋଇପାରିନାହିଁ। ଦୋବଲ ବଜାରରୁ ଗୋବିନ୍ଦାଗଡ଼ିଆ ଯାଏ ଲମ୍ବିଥିବା ଗେଙ୍ଗୁଟି ନଦୀବନ୍ଧ ଏକମାତ୍ର ଭରସାଯୋଗ୍ୟ ରାସ୍ତା। ହେଲେ ନଦୀବନ୍ଧ ରାସ୍ତାଟି ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡ଼ି ରହିଛି। ଆଉ ଗୋଟିଏ ପ୍ରମୁଖ ରାସ୍ତା ହେଉଛି, ଧାମନଗର ଦକ୍ଷିଣବାଡ଼ ଛକରୁ ଭଣ୍ଡାରିପୋଖରୀ ବ୍ଲକର କୁରିଗାଁ ହୋଇ ଗୋହିରାଟିକିରି ରାସ୍ତା। ହେଲେ ଏହି କଂକ୍ରିଟ ରାସ୍ତାଟି ବିପର୍ଯ୍ୟସ୍ତ ହୋଇପଡ଼ିଛି। ବିଳମ୍ୱ ରେ ହେଲେ ବି ସରକାର ଏହି ଐତିହାସିକ ପୀଠ କୁ ଲୋକ ଲୋଚନ ଆଣି ପାରିଛନ୍ତି ଯାହାକୁ ନେଇ ସ୍ଥାନୀୟ ଅଂଚଳ ର ଲୋକମାନେ ରାଜ୍ୟ ସରକାର ଙ୍କୁ କୃତଙ୍ଗ୍ୟତା ଜଣାଇଛନ୍ତି। ପ୍ରକାଶ ଥାଉ କି ଯେଉ ବରୁଣ ଗଛମୂଳେ ରାଜ ମୁକୁନ୍ଦ ଦେବ ବିଶ୍ରାମ ନେଇଥିଲେ ସେହି ଗଛ ଆଜିବି ବଂଚିଛି ,କେବଳ ଉପର ଡାଳ ଗୁଡିକ ଶୁଖି ଗଲାଣି ।ସେହି ଗଛ ମୂଳେ ଏବେ ପଥର ହନୁମାନ ପୂଜା ପାଉଛନ୍ତି । ସେହି ଗଛ ମୂଳେ ମୁକୁନ୍ଦଦେବ ଙ୍କ ଏକ ପଥର ମୂର୍ତି ନିର୍ମାଣ କରା ଯାଇଛି ଯାହାକି ଏବେ ଭାଙ୍ଗିରୁଜି ଗଲାଣି। ଏବେ ଉକ୍ତ ସ୍ଥାନ ରେ ସରକାର ଙ୍କ ଅନୁଦାନ ପ୍ରଦାନ ପରେ ପିଠ ଝଲସି ଉଠିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.