Home ଜିଲ୍ଲା ପରିକ୍ରମା ଧାମରାରେ ୯କୋଟି ବ୍ୟୟ ଅଟକଳରେ ବହୁ ପ୍ରତୀକ୍ଷିତ ମଡେଲ ବସଷ୍ଟାଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

ଧାମରାରେ ୯କୋଟି ବ୍ୟୟ ଅଟକଳରେ ବହୁ ପ୍ରତୀକ୍ଷିତ ମଡେଲ ବସଷ୍ଟାଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

9

ଭଦ୍ରକ, ୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରାରେ ୯କୋଟି ଟଙ୍କାରେ ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ବସଷ୍ଟାଣ୍ଡ ଆଜି ଲୋକାର୍ପିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭାର୍ଚୁଆଲ ମୋଡରେ ଏହି ବସଷ୍ଟାଣ୍ଡ ଟିକୁ ଲୋକାର୍ପିତ କରିଥିଲେ। ଏହି ଶୁଭ ଉଦଘାଟନ କୁ ନେଇ ଦୀର୍ଘ ଦିନ ହେବ ଛକାପଂଝା ଚାଲିଥିଲା ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଏହାକୁ ଆଜି ଲୋକାର୍ପିତ କରିଥିବା ପରିପ୍ରେକ୍ଷୀରେ ଚାନ୍ଦବାଲି ତହସିଲଦାର ଭବତୋଷ ମଲିକ ଆସି ଏଠାରେ ପହଂଚିଥିଲେ। ଏହା ଏକ ସରକାରୀ କାର୍ଯ୍ୟକ୍ରମ ହୋଇଥିବା ବେଳେ ଧାମରା ଅଂଚଳର ବହୁ ଜନସାଧାରଣ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ସହ ଭାର୍ଚୁଆଲ ମୋଡରେ ଏହି ଉତ୍ସବକୁ ଦେଖିବାର ସୁଯୋଗ ପାଇଥିଲେ। ଶତାଧିକ ଲୋକଙ୍କ ଉପସ୍ଥିତିରେ ଏହି କାର୍ଯ୍ୟର୍କ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଧାମରା ଥାନାଧିକାରୀ ଶୋଭନ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ୩ପ୍ଲାଟୁନ ପୁଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଥିଲା।ଆଜିର ଏହି ଉତ୍ସବରେ ଧାମରାଇ ମଣ୍ଡଳ ସଭାପତି ତ୍ରିଦିବେଶ ପ୍ରଧାନ, ଧାମରା ସମିତିସଭ୍ୟ ପ୍ରିୟରଞ୍ଜନ ଜେନା,ବାଂଶଡା ପଂଚାୟତର ପିତାମ୍ବର ଦାସ, କିଶୋର ନାୟକ,ଚାନ୍ଦବାଲିର ଚନ୍ଦନ ରାଉତ, ସମାଜସେବୀ ଅଭିମନ୍ୟୁ ରାଉତ, ଦୋସିଙ୍ଗା ପଂଚାୟତର ଦେବେନ୍ଦ୍ର ନାୟକ,ସଞ୍ଜୁକ୍ତା ଦାସ, ସୁବାଶ ଦାସ, ସନ୍ଦୀପ ମହାନ୍ତି, ରୁଦ୍ର ମହାନ୍ତି, ଅଭୟ ବଳ,ମାନସ ଜେନା ଙ୍କ ସମେତ ବହୁ ଜନସାଧାରଣ ଉପସ୍ଥିତ ରହିବା ସହ ଏହି ଲୋକାର୍ପିତ ଉତ୍ସବରେ ଅଂଶ ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.