Home ଜିଲ୍ଲା ପରିକ୍ରମା ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକ ଫଳ ପ୍ରକାଶ

ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକ ଫଳ ପ୍ରକାଶ

10

ଭଦ୍ରକ, ୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ର ସ୍ନାତକ ବାର୍ଷିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ସ୍ନାତକ ରେ ୧୦୧୫ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ଥିଲା ବେଳେ ୭୮୬ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଚଳିତ ବର୍ଷ ପାସ ହାର ୭୭.୪% ହୋଇଛି। କଳା ବିଭାଗ ରେ ୮୭.୪%, ବାଣିଜ୍ୟ ବିଭାଗ ରେ ୬୫.୫% ,ବିଜ୍ଞାନ ବିଭାଗ ରେ ୭୨.୭% ଏବଂ ସେଲ୍ଫ ଫାଇନାନ୍ସ ବିଭାଗ ରେ ୮୧.୧% ପାସ ହାର ହୋଇଛି। କଳା ବିଭାଗ ରେ ଗୃହ ବିଜ୍ଞାନ ଛାତ୍ରୀ ଶୁଭଲକ୍ଷ୍ମୀ ବେହେରା ୮୭.୭% ,ବିଜ୍ଞାନ ବିଭାଗ ରେ ରସାୟନ ବିଭାଗର ଛାତ୍ରୀ ସୁଶ୍ରୀ ଦେବୀଦତା ଦିବ୍ୟଜ୍ୟୋତି ୮୯.୧୩% ,ବାଣିଜ୍ୟ ବିଭାଗ ରେ ଅନୁଶ୍ରୀ ଗୁପ୍ତା ୮୮.୪୪% ଏବଂ ସେଲ୍ଫ ଫାଇନାନ୍ସ ବିଭାଗ ରେ ବିସିଏ ବିଭାଗ ର ଛାତ୍ର ରୁଦ୍ରଦେବ ବେହେରା ୮୬.୧୮% ରଖି ଟପ୍ପର ହୋଇଛନ୍ତି ଓ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ରେ ଶ୍ରେଷ୍ଠ ସ୍ନାତକ ଭାବରେ ବିଜ୍ଞାନ ବିଭାଗ ର ରସାୟନ ବିଭାଗ ଛାତ୍ରୀ ସୁଶ୍ରୀ ଦେବୀଦତା ଦିବ୍ୟଜ୍ୟୋତି ବିବେଚିତ ହୋଇଛନ୍ତି ବୋଲି ଅଧ୍ୟକ୍ଷ ଡ଼ ଦୁର୍ଗା ଶଙ୍କର ଦାସ ସୂଚନା ଦେଇଛନ୍ତି। ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ମୃତ୍ୟୁଞ୍ଜୟ ଦାସ, ଉପ ପରୀକ୍ଷା ନିୟନ୍ତ୍ରକ ଡ଼ ଅଜିତ୍ କୁମାର ଦାସ, ଡ଼ ପ୍ରତାପ ଚନ୍ଦ୍ର ସାହୁ, ଡ଼ ପଦ୍ମନାଭ ମହାନ୍ତି, ରସାୟନ ବିଭାଗ ର ମୁଖ୍ୟ ଡ଼ ପଦ୍ମନାଭ ପତ୍ରୀ, ଡ଼ ଲକ୍ଷ୍ମୀକାନ୍ତ ନାୟକ, ଡ଼ ସନ୍ତୋଷ କୁମାର ସେଠୀ, ଡ଼ କମଳା କାନ୍ତ ଜେନା, ସୁରେଶ ଚନ୍ଦ୍ର ରାଉତ ,ମଦନ ମୋହନ ବିନ୍ଧାଣୀ, ସତ୍ୟଶିବ ସୁନ୍ଦର ସାମଲ ଓ ରାଜେନ୍ଦ୍ର କୁମାର ଦାସ ପ୍ରମୁଖ ପରୀକ୍ଷା ଫଳ ପ୍ରକାଶ ସମୟ ରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.