Home ଜିଲ୍ଲା ପରିକ୍ରମା ଅପରାହ୍ନ ପକ୍ଷରୁ ବିଶ୍ୱନାଥ କିଂକର ରାଉତଙ୍କୁ ସୃଜନଶ୍ରୀ ସମ୍ମାନ

ଅପରାହ୍ନ ପକ୍ଷରୁ ବିଶ୍ୱନାଥ କିଂକର ରାଉତଙ୍କୁ ସୃଜନଶ୍ରୀ ସମ୍ମାନ

8

ଭଦ୍ରକ, ୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ବାଲେଶ୍ୱରରୁ ପ୍ରକାଶିତ ଦୈନିକ ଖବର କାଗଜ ‘ଅପରାହ୍ନ’ର ବାର୍ଷିକ ଉତ୍ସବ ଓ ରାଜ୍ୟସ୍ତରୀୟ ସାରସ୍ୱତ ମହୋତ୍ସବରେ କବି ବିଶ୍ୱନାଥ କିଂକର ରାଉତଙ୍କୁ ସୃଜନଶ୍ରୀ ସମ୍ମାନ-୨୦୨୫ ପ୍ରଦାନ କରାଯାଇଛି। ଶନିବାର ବାଲେଶ୍ୱର ସ୍ଥିତ ଗାନ୍ଧି ସ୍ମୃତି ଭବନରେ ଅନୁଷ୍ଠିତ ଉତ୍ସବରେ ସମ୍ପାଦକ ବଂଶୀଧର ଜେନା ଓ ପ୍ରକାଶିକା ଲକ୍ଷ୍ମୀପ୍ରିୟା ଦାସଙ୍କ ସମେତ ଅତିଥିମାନେ ଏହି ସମ୍ମାନ ପ୍ରଦାନ କରିଥିଲେ। କବି ବିଶ୍ୱନାଥ ଜଣେ ଶିକ୍ଷାବିତ୍ ଓ ସୁସଂଗଠକ ଭାବେ ସ୍ୱତନ୍ତ୍ର ପରିଚୟ ଲାଭ କରିଛନ୍ତି। ରାଜ୍ୟର ବହୁ ସାହିତ୍ୟ ଅନୁଷ୍ଠାନ ସହିତ ପ୍ରତ୍ୟେକ୍ଷ ଓ ପରୋକ୍ଷା ଭାବେ ସମ୍ପୃକ୍ତ ଅଛନ୍ତି। ସେ ତିହିଡ଼ି ଓଡ଼ିଆ ସାହିତ୍ୟ ପରିବାରର ସମ୍ପାଦକ, ଭଦ୍ରକ କାନ୍ତକବି ସାହିତ୍ୟ ପରିଷଦର ରାଜ୍ୟ ସଂଯୋଜକ, ବସନ୍ତିଆର ମୋ ଭାଷା ମୋ ସାହିତ୍ୟ ସଂଗଠନର ସଭାପତି ଏବଂ ଯାଜପୁରର ଅଭିମନ୍ୟୁ ସାହିତ୍ୟ ସଂସ୍କୃତି ପରିଷଦର ସହସମ୍ପାଦକ ଭାବେ ରହି ଦାୟିତ୍ୱ ତୁଲାଉଛନ୍ତି। ତାଙ୍କର ‘କୃଷ୍ଣାଞ୍ଜଳି’ ନାମରେ ତ୍ରିଭାଷୀ କବିତା ଓ ଗଳ୍ପ ସଂକଳନ ମଧ୍ୟ ପ୍ରକାଶିତ ହୋଇଛି। ତାଙ୍କ ଜନ୍ମସ୍ଥାନ ଭଦ୍ରକ ଜିଲ୍ଲା ବେନ୍ତାଳ ଗ୍ରାମରେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.