Home ଜିଲ୍ଲା ପରିକ୍ରମା ଆଜୀବନ ସଂଗ୍ରାମୀ ନିରାକାର ସ୍ମୃତି ସଂସଦ ବୈଠକ

ଆଜୀବନ ସଂଗ୍ରାମୀ ନିରାକାର ସ୍ମୃତି ସଂସଦ ବୈଠକ

7

ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ବିଶିଷ୍ଟ ସାମ୍ୟବାଦୀ ନେତା ତଥା ଆଜୀବନ ସଂଗ୍ରାମୀ ନିରାକାର ଜେନା ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗଠିତ “ଆଜୀବନ ସଂଗ୍ରାମୀ ନିରାକାର ସ୍ମୃତି ସଂସଦ’ ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଭଦ୍ରକ ଜିଲ୍ଲା ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ସଂଗ୍ରାମୀ ନିରାକାର ଜେନାଙ୍କ ଅମ୍ଳାନ ସ୍ମୃତି କୁ ସବୁଦିନ ପାଇଁ ଉଜ୍ଜୀବିତ ରଖିବା ପାଇଁ ଭଦ୍ରକ ସହରର ଏକ ସର୍ବସାଧାରଣ ସ୍ଥାନରେ ନିରାକାର ଜେନା ଙ୍କ ପ୍ରତିମୂର୍ତି ସ୍ଥାପନ, ନିଶାନିବାରଣ ପାଇଁ ପଦକ୍ଷେପ ତଥା ଜିଲ୍ଲାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରଗତିମୂଳକ କାର୍ଯରେ ସରକାରଙ୍କୁ ସହଯୋଗ କରିବା ପାଇଁ “ଆଜୀବନ ସଂଗ୍ରାମୀ ନିରାକାର ସ୍ମୃତି ସଂସଦ’ ର ଏକ ପୂର୍ଣ୍ଣାଙ୍ଗ କମିଟି ଗଠନ କରାଯାଇଛି । ଏହି ସ୍ମୃତି ସଂସଦର ସଭାପତି ଭାବେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଓ ସଂପାଦକ ଭାବେ ବରିଷ୍ଠ ଅଧିବକ୍ତା ଗିରିଧାରୀ ନାଥ ନିର୍ବାଚିତ ହୋଇଛନ୍ତି । ଉପସଭାପତି ଭାବେ ବରିଷ୍ଠ ବାମପନ୍ଥୀ ନେତା ଚନ୍ଦ୍ରଶେଖର ନାୟକ, ଅଗଣି ଚରଣ ଜେନା,ଆଇନଜୀବୀ ତୁଷାରକାନ୍ତି ଯେନା, ଆଇନଜୀବୀ ପବନ କୁମାର ଶର୍ମା, ଭଦ୍ରକ ଓକିଲ ସଂଘ ସଭାପତି ସନ୍ତୋଷ ଆଚାର୍ଯ୍ୟ, ମହିଳା ନେତ୍ରୀ ମିତସ୍ମିତା ବଳ, ସମାଜସେବୀ ଏସ୍ ଏମ୍ ଫାରୁକ, ସମାଜସେବୀ ବାବୁଲାଲ ଦାସ, ପ୍ରଫେସର ଅଟଳ ବିହାରୀ ନାୟକ ,ଯୁଗ୍ମ ସଂପାଦକ ଭାବେ ଭଦ୍ରକ ପୌରଧ୍ୟକ୍ଷା ଗୁଲୁମୁକ୍କୀ ଦଲୱାଜି ହବିବ୍‌, ଯୁବ ନେତା ବିକାଶ ନାଥ, ଯୁବ ନେତା ନାସିରୁଦ୍ଦିନ ଖାନ୍‌, ଆଇନଜୀବୀ ବିଜନ ଯେନା ପ୍ରମୁଖ ନିର୍ବାଚିତ ହୋଇଛନ୍ତି । କୋଷାଧ୍ୟକ୍ଷ ଭାବେ ଶିକ୍ଷକ ନେତା ଚିତ୍ରଭାନୁ ଦାଶଙ୍କ ସମେତ ଏକ ୪୦ ଜଣିଆ କମିଟି ଗଠିତ ହୋଇଛି । ଆଜୀବନ ସଂଗ୍ରାମୀ ନିରାକାର ଜେନା ଙ୍କ ଚିନ୍ତା ଚେତନାର ଗବେଷଣା ପାଇଁ ଆଗାମୀ ଦିନରେ ଏକ ବୈଜ୍ଞାନିକ ଓ ପ୍ରଗତିଶୀଳ ଗବେଷଣା କେନ୍ଦ୍ର ସଂସଦ ପକ୍ଷରୁ ପ୍ରତିଷ୍ଠା କରାଯିବ ବୋଲି ସଂସଦ ବୈଠକରେ ନିଷ୍ପତି ହୋଇଥିଲା । ଏହି ବୈଠକରେ ଶତାଧିକ ବୁଦ୍ଧିଜୀବୀ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.