Home ଜିଲ୍ଲା ପରିକ୍ରମା ଆଇନ ସମ୍ରାଟ ବିମାନ ଚନ୍ଦ୍ର ରାୟଙ୍କ ପ୍ରତିମୂର୍ତି ଉନ୍ମୋଚିତ,ନ୍ୟାୟପାଳିକା ସ୍ୱାଧୀନତାର ସୁରକ୍ଷା ପାଇଁ ଲଢେଇ ଜରୁରୀ

ଆଇନ ସମ୍ରାଟ ବିମାନ ଚନ୍ଦ୍ର ରାୟଙ୍କ ପ୍ରତିମୂର୍ତି ଉନ୍ମୋଚିତ,ନ୍ୟାୟପାଳିକା ସ୍ୱାଧୀନତାର ସୁରକ୍ଷା ପାଇଁ ଲଢେଇ ଜରୁରୀ

16

ଭଦ୍ରକ, ୩୦ା୫ (ଓଡିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲାର ଆଇନ ସମ୍ରାଟ ଭାବେ ପରିଚିତ ଭଦ୍ରକ ଜିଲ୍ଲା ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ବିମାନ ଚନ୍ଦ୍ର ରାୟଙ୍କ ମୃତ୍ୟୁ ବାର୍ଷିକ ପାଳନ ଅବସରରେ ତାଙ୍କ ଓ ତାଙ୍କ ସ୍ତ୍ରୀ କାନନ ବାଳା ମହାନ୍ତିଙ୍କ ପ୍ରତିମୂର୍ତି ଭଦ୍ରକ ସହର ଅସ୍ତଳ ସ୍ଥିତ ବାସଭବନ ପରିସରରେ ଉନ୍ମୋଚିତ ହୋଇଛି । ଅଲଇଣ୍ଡିଆ ଲୟର୍ସ ୟୁନିୟନ ରାଜ୍ୟ ସଭାପତି ଲକ୍ଷ୍ମୀଧର ପଙ୍ଗାରୀ, ଅଲଇଣ୍ଡିଆ ଲୟର୍ସ ୟୁନିୟନ ରାଜ୍ୟ ସଂପାଦକ ଦୀପକ ମହାପାତ୍ର ଓ ଭଦ୍ରକ ପୌରଧ୍ୟକ୍ଷା ଗୁଲୁମୁକ୍କୀ ଦଲୱାଜି ହବିବ୍ ମିଳିତ ଭାବେ ତାଙ୍କ ଓ ତାଙ୍କ ସ୍ତ୍ରୀ କାନନ ବାଳା ମହାନ୍ତି ଙ୍କ ପ୍ରତିମୂର୍ତି ଉନ୍ମୋଚନ କରିଥିଲେ । ଭାରତୀୟ ନ୍ୟାୟ ବ୍ୟବସ୍ଥାର ସ୍ୱାଧୀନତା ଓ ନିରପେକ୍ଷତା ର ସୁରକ୍ଷା ପାଇଁ ଭଦ୍ରକବାସୀ ଏକ ହୋଇ ଲଢିଲେ ବିମାନ ଚନ୍ଦ୍ର ରାୟଙ୍କ ଙ୍କ ସ୍ମୃତି ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ ହେବ ବୋଲି ମୁଖ୍ୟ ଅତିଥି ଶ୍ରୀ ପଙ୍ଗାରୀ ପ୍ରକାଶ କରିଥିଲେ । ଭାରତର ରାଷ୍ଟ୍ରପତି ସୁପ୍ରିମକୋର୍ଟଙ୍କୁ ୧୦ ଟି ପ୍ରଶ୍ନ ପଚାରି ସୁପ୍ରିମକୋର୍ଟଙ୍କ ଗାରିମାକୁ କ୍ଷୁର୍ଣ୍ଣ କରିଛନ୍ତି ଓ ବିଭିନ୍ନ ସମୟରେ ବିଜେପି ର ସାଂସଦ, ବିଧାୟକ ଓ ନେତା ମାନେ ଭାରତୀୟ ବିଚାର ବ୍ୟବସ୍ଥାର ନିରପେକ୍ଷତା ବିରୁଦ୍ଧରେ ବୟାନ ଦେବାକୁ ସେ ବିରୋଧ କରିଥିଲେ । ଭାରତର ଏକତା, ଭାଇଚାରା, ଅଖଣ୍ଡତା ଓ ସାର୍ବଭୌମତ୍ୱ ର ସୁରକ୍ଷା ପାଇଁ ଭଦ୍ରକବାସୀ ଲଢେଇ କଲେ ବିମାନ ଚନ୍ଦ୍ର ରାୟଙ୍କ ସ୍ମୃତି ପ୍ରତି ଅନନ୍ୟ ଶ୍ରଦ୍ଧାଞ୍ଜଳୀ ହେବ ବୋଲି ପ୍ରକାଶ କରିଥିଲେ । ମାର୍କ୍ସବାଦ ଓ ଲେନିନବାଦ ପ୍ରତି ତାଙ୍କ ର ଶେଷ ସମୟ ପର୍ଯ୍ୟନ୍ତ ଶ୍ରଦ୍ଧା ଥିଲ। ଜୀବନର ଶେଷ ସମୟ ପର୍ଯ୍ୟନ୍ତ ସେ ମାର୍କ୍ସବାଦୀ ଦର୍ଶନରେ ଦୀକ୍ଷିତ ଥିଲେ । ଭଦ୍ରକ ଜିଲ୍ଲା ଜଜସିପରେ ବିମାନ ଚନ୍ଦ୍ର ରାୟ ଗରିବ ଲୋକଙ୍କ ପାଇଁ ଖୁବ୍ କମ୍ ପାଉଣା ରେ ଲଢୁଥିଲେ ବୋଲି ସ୍ମୃତି ଚାରଣ ସଭା ରେ ଯୋଗଦେଇଥିବା ବକ୍ତା ମାନେ ପରିପ୍ରକାଶ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ସ୍ୱର୍ଗତଃ ୍ର ରାୟ ଓ ତାଙ୍କ ସ୍ତ୍ରୀ କାନନ ବାଳା ମହାନ୍ତି ଙ୍କ ପ୍ରତିମୂର୍ତି ଉନ୍ମୋଚନ, ପ୍ରତିମୂର୍ତି ରେ ପୁଷ୍ପମାଳା ଅର୍ପଣ ପରେ ୨ ମିନିଟ୍ ନିରବତା ଅବଲମ୍ବନ କରାଯାଇ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ଅଧିବକ୍ତା ଗିରିଧାରୀ ନାଥ ଓ ଯୁବ ଆଇନଜୀବୀ ହେମନ୍ତ ନାୟକ ଙ୍କ ମିଳିତ ଆବାହାକତ୍ୱରେ ଏହି ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା । ଯୁବ ଆଇନଜୀବୀ ବିକାଶ ନାଥ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଆଇନଜୀବୀ ଅଶୋକ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସ୍ମୃତି ଚାରଣ ସଭା ରେ ସମ୍ମାନିତ ଅତିଥି ଭାବେ ଭଦ୍ରକ ପୌରଧ୍ୟକ୍ଷା ଗୁଲୁମୁକ୍କୀ ଦଲୱାଜି ହବିବ୍‌,ଓଡିଶା ଷ୍ଟେଟ ବାର୍ କାଉନସିଲ ର ଉପସଭାପତି ରାଜୀବ ମହାନ୍ତି, ଅଲଇଣ୍ଡିଆ ଲୟର୍ସ ୟୁନିୟନ ରାଜ୍ୟ ସଂପାଦକ ତଥା ଓଡିଶା ଉଚ୍ଚ ନ୍ୟାୟାଳୟ ର ରାଜ୍ୟ ସଂପାଦକ ଦୀପକ ମହାପାତ୍ର,ଅବସରପ୍ରାପ୍ତ ପ୍ରଫେସର ଅଟଳ ବିହାରୀ ନାୟକ, ଭଦ୍ରକ ଓକିଲ ସଂଘର ସଂପାଦକ ସୂର୍ଯ୍ୟକାନ୍ତ କୁଅଁର, ଭଦ୍ରକ ଓକିଲ ସଂଘର ପୂର୍ବତନ ସଂପାଦକ ଦିବ୍ୟସିଂହ ନାୟକ, ପୂର୍ବତନ ସଭାପତି ବିଷ୍ଣୁ ମୋହନ ମହାପାତ୍ର, ବରିଷ୍ଠ ଆଇନଜୀବୀ ରଞ୍ଜନ ନାୟକ, ଶ୍ରୀକାନ୍ତ ତ୍ରିପାଠୀ, ରାଧାନାଥ ଦାସ, ପ୍ରଫୁଲ୍ଲ ପାଢୀ, ଗଦାଧର ବଳ, ଯାମିନକାନ୍ତ ନାୟକ, ଅଗଣି ଚରଣ ଜେନା, ଯୁବ ଆଇନଜୀବୀ ଉଜ୍ୱଳ ଜେନା, ପୂର୍ଣ୍ଣଚନ୍ଦ୍ର ମହାନ୍ତି ପ୍ରମୁଖ ସ୍ମୃତି ଚାରଣ କରିଥିଲେ । ଏହି ସ୍ମୃତି ଚାରଣ ସଭାରେ ବିମାନ ଚନ୍ଦ୍ର ରାୟଙ୍କ ଜ୍ୟୋଷ୍ଠ କନ୍ୟା ତଥା ନୟାଗଡ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ରିଜା ରାୟ ଙ୍କ ସମେତ ସମସ୍ତ ଝିଅ, ପୁଅ, ପରିବାର ବର୍ଗ , ବନ୍ଧୁବାନ୍ଧବ ଓ ବିମାନ ଚନ୍ଦ୍ର ରାୟ ଙ୍କୁ ଭଲପାଉଥିବା ଭଦ୍ରକ ଜିଲ୍ଲାର ବହୁ ଓକିଲ, ମହକିଲ ଓ ସାଧାରଣ ଜନତା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.