
ଭଦ୍ରକ, ୩୦ା୫ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ରୋଟାରୀ କ୍ଳବ୍ ଏବଂ ରାଜ୍ୟ ରୋଟାରୀ ଗଭର୍ଣ୍ଣର ଯଜ୍ଞାଶୀଶ ମହାପାତ୍ର ଙ୍କ ଆହ୍ୱାନ କ୍ରମେ କନ୍ୟା ଯତ୍ନ ସୁରକ୍ଷା ପାଇଁ ଭଦ୍ରକ ଠାରେ ଏକ ସଚେତନତା ରାଲି ସହର ପରିକ୍ରମା ପୂର୍ବକ ଆୟୋଜିତ ହୋଇଥିଲା ।ଏହି ରାଲି କୁ ରୋଟାରିଆନ୍ ସରୋଜ କୁମାର ଦାସ, ରୋ ବିଘ୍ନେଶ୍ୱର ବେହେରା,ରୋ ଅମ୍ବିକା ବଲ୍ଲଭ ସ୍ୱାଇଁ,ରୋ ବସନ୍ତ କୁମାର ପାଣିଗ୍ରାହୀ,ରୋ ପ୍ରଣବ କୁମାର ସାହୁ,ରୋ ପ୍ରମୋଦ କୁମାର ଜେନା,ମାଙ୍ଗିଲାଲ ବଳଦେୱା,ରୋ ଉମାକାନ୍ତ ଜେନା,ରୋ ଗୟାଧର ପଣ୍ଡା ,ରୋ ନାସିର ବାକ୍ସ ,ରୋ କମଳା କାନ୍ତ ଜେନା,ରୋ ସୀତାକାନ୍ତ ଦାସ,କ୍ଳବ୍ ସଭାପତି ସନ୍ତୋଷ ନାୟକଙ୍କ ନେତୃତ୍ୱରେ ପରିଚାଳିତ ହୋଇଥିଲା। ଦିଶା ପବ୍ଲିକ ସ୍କୁଲର ଶିକ୍ଷୟିତ୍ରୀ ଏବଂ ଛାତ୍ରୀମାନେ ଏହି ” କନ୍ୟରତ୍ନ ଅମୂଲ୍ୟ ରତ୍ନ” ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଇ ଥିଲେ।







