Home ଜିଲ୍ଲା ପରିକ୍ରମା ଅଲ୍ ଓଡ଼ିଶା ପ୍ରାଇଭେଟ୍ ସ୍କୁଲ ଆସୋସିଏସନ୍ ପକ୍ଷରୁ ଜିଲାସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିର

ଅଲ୍ ଓଡ଼ିଶା ପ୍ରାଇଭେଟ୍ ସ୍କୁଲ ଆସୋସିଏସନ୍ ପକ୍ଷରୁ ଜିଲାସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିର

50

ଭଦ୍ରକ, ୩୦ା୫ (ଓଡିଆ ପୁଅ / ସ୍ନିଗ୍ଧା ରାୟ) -ପ୍ରତିଯୋଗିତାମୂଳକ ବ୍ୟବସାୟ ମନୋବୃତିରୁ ଉର୍ଦ୍ଧ୍ୱରେ ରହି ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଓ ନୀତି ନୈତିକତା ସଂସ୍କାର ମୂଲ୍ୟବୋଧ ଶିକ୍ଷା ଦେବା କ୍ଷେତ୍ରରେ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକ କେବଳ ଶିକ୍ଷାଦାନ କରୁନାହାଁନ୍ତି, ଶିକ୍ଷିତ ବେକାର ଯୁବକ/ଯୁବତୀଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରୁଛନ୍ତି। ଏହି ଶିକ୍ଷାନୁଷ୍ଠାନ ଗୁଡିକ ଦୀର୍ଘବର୍ଷ ଧରି ଯେଉଁ ବୈପ୍ଳବିକ ପରିବର୍ତନ ଆଣିଛନ୍ତି, ତାହା ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ। ଏହି ଘରୋଇ ଶିକ୍ଷାନୁଷ୍ଠାନରେ ଯେଉଁସବୁ ସମସ୍ୟା ଅଛି, ତାହାକୁ ଆଗାମୀ ଦିନରେ ସମାଧାନ କରିବାର ଚେଷ୍ଟା କରିବୁ। ଆଗାମୀ ଦିନରେ ଯେଭଳି ଏକ ଶୈକ୍ଷିକ ପରିବେଶରେ ଛାତ୍ରଛାତ୍ରୀମାନେ ଶିକ୍ଷା ଅର୍ଜନ କରିବେ, ଆଗାମୀକାଲିର ଭାରତର ଯେଉଁମାନେ ପ୍ରତିନିଧିତ୍ୱ କରିବେ କେବଳ ଶିକ୍ଷା ନୁହେଁ ଶାରୀରିକ ପ୍ରଶିକ୍ଷଣ ଓ ଗୁଣାତ୍ମକ ଶିକ୍ଷାର ଆବଶ୍ୟକତା ରହିଛି ବୋଲି ଆଜି ଅଲ୍ ଓଡ଼ିଶା ପ୍ରାଇଭେଟ୍ ସ୍କୁଲ ଆସୋସିଏସନ୍ ପକ୍ଷରୁ ଜିଲାସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିରରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଓ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ ଆହ୍ୱାନ ଦେଇଛନ୍ତି। ଭଦ୍ରକର ସହୀଦ ସ୍ମୃତି ଭବନରେ ଆୟୋଜିତ ଏହି ପ୍ରଶିକ୍ଷଣ ଶିବିରରେ ଅଲ୍ ଓଡ଼ିଶା ପ୍ରାଇଭେଟ୍ ସ୍କୁଲ ଆସୋସିଏସନ୍‌ର ସଭାପତି ଅଶୋକ କୁମାର ମହାନ୍ତି ଅଧ୍ୟକ୍ଷତା କରିଥିବାବେଳେ ସଂପାଦକ ପ୍ରହ୍ଲାଦ କର ସଂପାଦକୀୟ ବିବରଣୀ ପାଠ କରିଥିଲେ। ପୂର୍ଣ୍ଣଚନ୍ଦ୍ର ସେନଙ୍କ ଆବାହକତ୍ୱରେ ଆୟୋଜିତ ଏହି ସମାରୋହକୁ ପ୍ରାତଃ ୮ ଘଟିକାରେ ସଭାପତି ଶ୍ରୀ ମହାନ୍ତି ଫିତାକାଟି ଉଦ୍‌ଘାଟନ କରିଥିଲେ। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ତାଲିମ୍ ରଜତ ଦାସଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା। ଅପରାହ୍ନରେ ପଣ୍ଡିତ ବୀରେନ୍ଦ୍ର ପଣ୍ଡା ଉପସ୍ଥିତ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ଓ ତାଲିମ୍‌ର ଉତ୍କର୍ଷତା ସଂପର୍କରେ ବକ୍ତବ୍ୟ ରଖିଥିଲେ। ଶେଷରେ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ପ୍ରମାଣପତ୍ର ବଂଟନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.