Home ଜିଲ୍ଲା ପରିକ୍ରମା ଆଜି ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଶିବବିବାହ,ବୈଦିକ ରୀତିନୀତିରେ ସମ୍ପନ୍ନ ହେଲା ମଙ୍ଗଳକୃତ୍ୟ,୧୦ଟାରେ ବରଧରା ଗମନ, ସନ୍ଧ୍ୟା ୭ଟାରେ...

ଆଜି ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଶିବବିବାହ,ବୈଦିକ ରୀତିନୀତିରେ ସମ୍ପନ୍ନ ହେଲା ମଙ୍ଗଳକୃତ୍ୟ,୧୦ଟାରେ ବରଧରା ଗମନ, ସନ୍ଧ୍ୟା ୭ଟାରେ ବରାନୁଗମନ ଶୋଭାଯାତ୍ରା

24

ଭଦ୍ରକ, ୩୦ା୫ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଶିବବିବାହ ପାଇଁ ଉତ୍ସବମୁଖର ଆରଡିପୀଠ। ଶନିବାର ବିବାହ ବନ୍ଧନରେ ବାନ୍ଧି ହେବ ଦେବଦମ୍ପତି। ବୈଦିକ ରୀତିନୀତି ଓ ଲୋକାଚାରରେ ମାନବୀୟ ଲିଳାରେ ଭାବେ ଶୁକ୍ରବାର ବରପିତା ଓ କନ୍ୟାପିତାଙ୍କ ପକ୍ଷରୁ ମଣିବାବାଙ୍କ ଚଳନ୍ତିପ୍ରତିମା ହର ଓ ମାତା ପାର୍ବତୀଙ୍କ ଚଳନ୍ତିପ୍ରତିମା ଗୌରୀଙ୍କୁ ଘଂଟାକିର୍ତନ, ଛତ୍ର ଆଲଟ ଚାମର ଦ୍ୱାରା ଏକ ସୁସଜ୍ଜିତ ପାଲିଙ୍କିରେ ନେବା ପରେ ୭ଜଣ ମହିଳାଙ୍କ ଦ୍ୱାରା ହଳଦୀ, ପଂଚାମୃତରେ ମଙ୍ଗଳକୃତ୍ୟ ନୀତି କରାଯାଇଥିଲା। ପରେ ଜାଇ ରଗଡା ଯିବା ସହ ହରଗୌରୀଙ୍କୁ ସୁସଜ୍ଜିତ କରାଯାଇ ଭୋଗ ଅର୍ପଣ କରାଯାଇଥିଲା। ଶନିବାର ସକାଳ ୧୦ଟାରେ ବରଧରା ଗମନ ଶୋଭାଯାତ୍ରା ଅନୁଷ୍ଠିତ ହେବା ସହ ଅପରାହ୍ଣରେ ମଣିବାବା ଓ ମାତା ପାର୍ବତୀ ରାଜରାଜେଶ୍ୱର ଓ ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେବେ ଭକ୍ତଙ୍କୁ। ସଂଧ୍ୟା ୭ଟାରେ ବରାନୁଗମନ ଶୋଭାଯାତ୍ରା ଅନୁଷ୍ଠିତ ହେବା ସହିତ ମଧ୍ୟରାତ୍ରରେ ଦେବଦମ୍ପତିଙ୍କ ବିବାହ କାର୍ଯ୍ୟ ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀକ୍ଷେତ୍ର ପୁରୀଧାମର ସାହିମେଢ ନୃତ୍ୟ, ଢେଙ୍କାନାଳର ଦୁଲୁଦୁଲି ବାଦ୍ୟ, ପଶ୍ଚିମବଙ୍ଗ ମେଦିନପୁରର ମୟୁରଚୂଳିଆ ବାଦ୍ୟ ଦଳଙ୍କ ସହ ବ୍ରହ୍ମପୁରର ଯୋଡିଶଙ୍ଖ ନୃତ୍ୟ ଦଳ ପୀଠ ପହଁଚିଯାଇଛନ୍ତି। ବାଜା, ବାଣ ରୋଷଣୀ ସହ ଲକ୍ଷାଧିକଭକ୍ତଙ୍କ ଗହଣରେ ଦେବଦମ୍ପତିଙ୍କ ବିବାହ ଉତ୍ସବ ସମ୍ପନ୍ନ ହେବ ବୋଲି ମନ୍ଦିରର ସେବାୟତ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.