Home ଜିଲ୍ଲା ପରିକ୍ରମା ପରମାନନ୍ଦପୁର ଗ୍ରାମରେ ଦୀର୍ଘ ୨୦ ବର୍ଷ ଧରି ଗାଁ ରାସ୍ତାରେ ଆଣ୍ଠୁଏ ପାଣି ଜମୁଛି

ପରମାନନ୍ଦପୁର ଗ୍ରାମରେ ଦୀର୍ଘ ୨୦ ବର୍ଷ ଧରି ଗାଁ ରାସ୍ତାରେ ଆଣ୍ଠୁଏ ପାଣି ଜମୁଛି

31

ଭଦ୍ରକ, ୨୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗାଁ ରାସ୍ତାରେ ଜମିଛି ପାଣି, ସମସ୍ୟା ଘେରରେ ଗ୍ରାମବାସୀ। ସୂଚନା ଥାଉକି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଷେଣ୍ଢତିରା ପଂଚାୟତର ପରମାନନ୍ଦପୁର ଗ୍ରାମରେ ଦୀର୍ଘ ୨୦ ବର୍ଷ ଧରି ଗାଁ ରାସ୍ତାରେ ଆଣ୍ଠୁଏ ପାଣି ଜମି ରହିଛି। ଜଳ ନିଷ୍କାସନ ନ ହେବା କାରଣରୁ ଗ୍ରାମର ୩୦ ରୁ ଉର୍ଧ୍ୱ ପରିବାର ସଂକ୍ରମଣ ଜନିତ ରୋଗରେ ଆକ୍ରାନ୍ତ ହେଉଛନ୍ତି। ସ୍କୁଲ ଛାତ୍ର ଛାତ୍ରୀମାନେ ସ୍କୁଲ ଟିଉସନ ଯିବା ପାଇଁ ନାନାଦି ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଏହି ପାଣି ସମସ୍ୟା ପାଇଁ ଗାଁର ପୁଅ ଝିଅ ବାହା ହେଇ ପାରୁନାହାନ୍ତି ବୋଲି ଅଭିଯୋଗ ହେଉଛି। ନିର୍ବାଚନ ଆସିଲେ ମାଳ ମାଳ ନେତା ବିଭିନ୍ନ ମିଛ ପ୍ରତିଶୃତି ଦେଇ ଭୋଟ ନେଲା ପରେ ପାଂଚ ବର୍ଷ ତାଙ୍କର ଦର୍ଶନ ମିଳୁନାହିଁ। ଏହି ଖବର ବିଭିନ୍ନ ଗଣ ମାଧ୍ୟମ ସଂସ୍ଥାରେ ପ୍ରଚାର ପ୍ରସାର ହୋଇଥିବା ବେଳେ ଜିଲ୍ଲାପାଳ ବିଡିଓ ଓ ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ଲିଖିତ ଭାବେ ଅବଗତ କରାଯାଇଥିଲେ ମଧ୍ୟ କୌଣସି ଫଳ ପ୍ରଦ ହୋଇ ନ ଥିଲା। ଆଗାମୀ ଦିନରେ ଯଦି ଏହି ପାଣି ସମସ୍ୟାର ସମାଧାନ କରା ନ ଯାଏ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ପ୍ରକାଶ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.