Home ଜିଲ୍ଲା ପରିକ୍ରମା ଲକ୍ଷପତି ଦିଦି ଯୋଜନାରେ ଭଦ୍ରକ ଜିଲା ତୃତୀୟ ସ୍ଥାନ

ଲକ୍ଷପତି ଦିଦି ଯୋଜନାରେ ଭଦ୍ରକ ଜିଲା ତୃତୀୟ ସ୍ଥାନ

17

ଭଦ୍ରକ, ୨୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହିଳା ସଶକ୍ତିକରଣ ଯୋଜନାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ କେନ୍ଦ୍ର ସରକାରଙ୍କ ଏକ ଅଭିନବ ପ୍ରୟାସ ଲକ୍ଷପତି ଦିଦି ଯୋଜନାରେ ଭଦ୍ରକ ଜିଲା ତୃତୀୟ ସ୍ଥାନ ଅଧିକାର କରିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଦ୍ୱାରା ଆଜି ଲୋକସଭା ସଦନରେ ପ୍ରାୟୋଜିତ ‘ଜାତୀୟ ଲକ୍ଷପତି ଦିଦି କନକ୍ଲେଭ’ ରେ ଭଦ୍ରକ ଜିଲା ପ୍ରଶାସନ ତରଫରୁ ମୁଖ୍ୟ ଜିଲା ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲ ଓ ମିଶନ ଶକ୍ତି ଜିଲା ପ୍ରକଳ୍ପ ସଂଯୋଜକ ଅଭୀକ ନାରାୟଣ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ। ଏହି ଉତ୍ସବରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଡେଭଲପମେଂଟ କମିଶନରଙ୍କ ସହ ରାଜ୍ୟର ବହୁ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି କନକ୍ଲେଭ୍‌ରେ ସବୁ ରାଜ୍ୟର ପ୍ରଶାସନିକ ଅଧିକାରୀମାନେ ଯୋଗଦେଇ ମହିଳା ସଶକ୍ତିକରଣ ଦିଗରେ ନେଇଥିବା ପଦକ୍ଷେପ ଗୁଡିକ ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ସେହିପରି ବିଭିନ୍ନ ରାଜ୍ୟରୁ ଆସିଥିବା ଲକ୍ଷପତି ଦିଦିମାନେ ଏହି ଯୋଜନାରେ ଉପକୃତ ହୋଇଥିବା ସଫଳତାର ବିବରଣୀମାନ ପ୍ରଦାନ କରିଥିଲେ। ସୂଚନାଯୋଗ୍ୟ ଗତ ତା ୨୬.୦୫.୨୦୨୫ ରିଖ ସୁଦ୍ଧା ଭଦ୍ରକ ଜିଲାରେ ୮୩ ହଜାର ୫୭୩ ଲକ୍ଷପତି ଦିଦି ସୃଷ୍ଟି କରାଯାଇଥିବାର ମିଶନ ଶକ୍ତି ଜିଲା ପ୍ରକଳ୍ପ ସଂଯୋଜକ ଅଭୀକ ନାରାୟଣ ସୂଚନା ଦେଇଛନ୍ତି। ରାଜ୍ୟରେ କଟକ ଓ ଜଗତସିଂହପୁର ଜିଲା ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.