Home ଜିଲ୍ଲା ପରିକ୍ରମା ଆଖଣ୍ଡଳମଣିଙ୍କ ଶିବବିବାହ ପାଇଁ ପୀଠ ଚଳଚଂଚଳ, ଆଜି ମଙ୍ଗନ; କାଲି ବାହାଘର, ବରାନୁଗମନ ଶୋଭାଯାତ୍ରାରେ ଯୋଗ...

ଆଖଣ୍ଡଳମଣିଙ୍କ ଶିବବିବାହ ପାଇଁ ପୀଠ ଚଳଚଂଚଳ, ଆଜି ମଙ୍ଗନ; କାଲି ବାହାଘର, ବରାନୁଗମନ ଶୋଭାଯାତ୍ରାରେ ଯୋଗ ଦେବେ ଲକ୍ଷାଧିକ ଭକ୍ତ

13

ଭଦ୍ରକ, ୨୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ପଂଚମୀ ତଥି ଅର୍ଥାତ ଆସନ୍ତା ଶନିବାର ଦିନ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଅନୁଷ୍ଠିତ ହେବ ଶିବବିବାହ ଉତ୍ସବ। ଏଥିପାଇଁ ଚଳଚଂଚଳ ହୋଇ ଉଠିଛି ସମଗ୍ର ପୀଠ। ବରପିତା ଓ କନ୍ୟାପିତାଙ୍କ ସହ ସମସ୍ତଙ୍କ ଘରେ ବନ୍ଧୁପରିଜନଙ୍କ ଭିଡ ଜମିଲାଣି। ଦେବଦମ୍ପତିଙ୍କ ବିବାହ ବୈଦିକ ରୀତିନୀତି ଓ ଲୋକାଚାରରେ ହେଉଥିବାରୁ ଶୁକ୍ରବାର ମଙ୍ଗଳକୃତ୍ୟ ଓ ହଳଦୀ ସ୍ନାନ ନୀତି ସମ୍ପନ୍ନ ହେବା ସହ ଶନିବାର ବିବାହ ବନ୍ଧନରେ ବାନ୍ଧି ହେବେ ଦେବଦମ୍ପତି। ମାନବିୟ ଭାବେ ବାବାମଣିଙ୍କ ଚଳନ୍ତିପ୍ରତିମା ହର , ମାତା ପାର୍ବତୀଙ୍କ ଚଳନ୍ତିପ୍ରତିମା ଗୌରୀଙ୍କୁ ବରପିତା ଓ କନ୍ୟାପିତା ନିଜ ଘରକୁ ନେବେ। ବିବାହ ନିମନ୍ତେ ମନ୍ଦିର ସମୁଖରେ କାରିଗରୀଙ୍କ ପକ୍ଷରୁ ବେଦୀ ନିର୍ମାଣ ଚାଲିଥିବା ବେଳେ ତୋରଣ ଓ ଆଲୋକ ସଜା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି। ସେହିପରି ପିରାହାଟସ୍ଥିତ ପ୍ରଦେଶ ସେବା ସଂଘଠନ ପକ୍ଷରୁ ମାଙ୍ଗଳିକ ଚିତ୍ର କରାଯାଇଛି। ବିବାହ ଉତ୍ସବରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ଆଶଙ୍କା ଥିବାରୁ ଜିଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯିବ ପୀଠରେ। ସେହିପରି ଜଳପଥ ଓ ସ୍ଥଳପଥରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି ଧାମନଗର ଏସଡିପିଓ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.