Home ଜିଲ୍ଲା ପରିକ୍ରମା କମାରିଆ ବଜାର ସୁନା ଦୋକାନରୁ ଚୋରି, ସାଇଂଟିଫିକ୍ ଟିମ୍‌ର ତଦନ୍ତ

କମାରିଆ ବଜାର ସୁନା ଦୋକାନରୁ ଚୋରି, ସାଇଂଟିଫିକ୍ ଟିମ୍‌ର ତଦନ୍ତ

11

ଭଦ୍ରକ, ୨୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧୀନ କମାରିଆ ବଜାରରେ ଥିବା ଏକ ସୁନା ଦୋକାନରୁ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ସୁନା ଦୋକାନୀ ନୂଆନନ୍ଦ ଗ୍ରାମର ମାୟାଧର ସାହୁଙ୍କ ଅଭିଯୋଗ କ୍ରମେ ପୁଲିସ ୧୭୪/୨୫ରେ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି। ବୁଧବାର ଭଦ୍ରକ ସାଇଂଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଂଚି ତଦନ୍ତ କରି ଫେରିଥିବା ଜଣାପଡ଼ିଛି। ପ୍ରକାଶ ଯେ, ମାୟାଧର ଦୀର୍ଘ ୮ବର୍ଷ ଧରି କମାରିଆ ବଜାରରେ ସୁନା ଦୋକାନ କରିଥିଲେ। ସେ ପ୍ରତିଦିନ ଦୋକାନ ବନ୍ଦ କରି ଘରକୁ ଯାଇ ପୁଣି ସକାଳୁ ଆସି ଦୋକାନ ଖୋଲନ୍ତି। ମାତ୍ର ବୁଧବାର ଦିନ ସକାଳୁ ଆସି ଦେଖିଲେ ଯେ, ତାଙ୍କ ଦୋକାନର ଗ୍ରିଲ୍ ଭାଙ୍ଗି ତାଲା କାଟି ଦୁର୍ବୁତ ମାନେ ଦୋକାନ ଭିତରକୁ ପଶି ୮ହଳ ସୁନା ଶାଙ୍ôଖ ନେଇ ଯାଇଥିବା ଜାଣିବାକୁ ପାଇଥିଲେ। ଯାହାର ମୂଲ୍ୟ ୧ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏ ସମ୍ପର୍କରେ ମାୟାଧର ଥାନାରେ ଜଣାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.