Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲାରୁ ଆରଏମ୍‌ଏସ୍ ସ୍ଥାନାନ୍ତର ପ୍ରତିବାଦରେ ଜିଲା ସର୍ବୋଦୟ ମଣ୍ଡଳ ପକ୍ଷରୁ ମହା ଡାକପାଳଙ୍କୁ ଦାବିପତ୍ର

ଭଦ୍ରକ ଜିଲାରୁ ଆରଏମ୍‌ଏସ୍ ସ୍ଥାନାନ୍ତର ପ୍ରତିବାଦରେ ଜିଲା ସର୍ବୋଦୟ ମଣ୍ଡଳ ପକ୍ଷରୁ ମହା ଡାକପାଳଙ୍କୁ ଦାବିପତ୍ର

11

ଭଦ୍ରକ, ୨୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ରୁ ଆରଏମ୍‌ଏସ ସ୍ଥାନାନ୍ତର ପ୍ରତବାଦରେ ଭଦ୍ରକ ଜିଲ୍ଲା ସର୍ବୋଦୟ ମଣ୍ଡଳ ଓ ଜନସାଧାରଣ ଙ୍କ ତରଫରୁ ଜିଲ୍ଲା ସଭାପତି ଅମର କୁମାର ପାଣିଗ୍ରାହୀ ଙ୍କ ନେତୃତ୍ୱରେ ମହା ଡାକପାଳ ଓଡ଼ିଶା ନିର୍ମଳଜିତ୍ ସିଂହ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଶ୍ରୀ ପାଣିଗ୍ରାହୀଙ୍କ ସହିତ ସର୍ବୋଦୟ ମଣ୍ଡଳ ରାଜ୍ୟ ସଂପାଦକ ରମାକାନ୍ତ ମଣ୍ଡଳ, ସୌରି କିଶୋର ମହାନ୍ତି, ବିଜୟ ଜେନା ମିଳିତ ଭାବେ ଆଲୋଚନା ରେ ଭାଗନେଇ ଭଦ୍ରକ ଜିଲ୍ଲାରେ ପୃଥକ୍ ଭାବେ ଆଇସିଏଚ୍ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଅନୁରୋଧ କରିଛନ୍ତି। ମହା ଡାକ ପାଳ ସକାରାତ୍ମକ ଦୃଷ୍ଟିକୋଣ ଆଶା ପ୍ରକାଶ କଚ୍ଛନ୍ତି। ଭଦ୍ରକ ଜିଲ୍ଲା ଜନସାଧାରଣ ଙ୍କ ସୁବିଧା ଦୃଷ୍ଟିରୁ ଚିଠି ପତ୍ର ର ଆଦାନ ପ୍ରଦାନ ପାଇଁ ୧୯୮୦ ମସିହାରେ ଚରମ୍ପା ରେଳ ଷ୍ଟେସନରେ ଆରଏମ୍‌ଏସ ପ୍ରତିଷ୍ଠା କରାଯାଇଥିଲା ଏବଂ ଦୀର୍ଘ ୪୫ଧରି ନିରନ୍ତର ସେବା ଯୋଗାଇ ଆସୁଛି । ଯଦ୍ୱାରା ରେଜିଷ୍ଟ୍ରି ଚିଠି, ପାର୍ସଲ, ସ୍ପିଡ ପୋଷ୍ଟ ତଥା ସାଧାରଣ ଚିଠି ପତ୍ର ୫୬ ଟି ଉପ ଡାକ ଘର ମାଧ୍ୟମରେ ଜନସାଧାରଣ ଉପକୃତ ହେଉଥିଲେ। ମାତ୍ର ଅତି ଦୁଃଖର ବିଷୟ ୨୦୧୮ ମସିହରେ ପାର୍ସଲ ଯାଜପୁର ରୋଡ କୁ ସ୍ଥାନାନ୍ତର ହୋଇଥିଲା ।୨୦୧୯ ରେ ସ୍ପିଡପୋଷ୍ଟ ବାଲେଶ୍ୱର କୁ ସ୍ଥାନାନ୍ତର ହୋଇଥିଲା। ଯାହା କିଛି ଥିଲା ରେଜିଷ୍ଟ୍ରି ଚିଠି ପତ୍ର ତାହା ପୁନଶ୍ଚ ୨୦୨୪ ଡିସେମ୍ବର ଶେଷରେ ବାଲେଶ୍ୱର କୁ ଉଠିଗଲା। ଯଦ୍ୱାରା ପ୍ରତ୍ୟେକ ଚିଠି ପତ୍ର ପାଇବାରେ ଅଧିକ ୪ରୁ ୫ଦିନ ଲାଗୁଅଛି। ଜନସାଧାରଣ ଙ୍କ ହିତ ଦୃଷ୍ଟିରୁ ଦୁଇଥର ମଧ୍ୟ ଅମର କୁମାର ପାଣିଗ୍ରାହୀ ଙ୍କ ନେତୃତ୍ୱରେ ସମାଜ ସେବୀ ମାନେ ମୁଖ୍ୟ ମହା ଡାକ ପାଳ ଙ୍କୁ ଅବଗତ କରିଥଲେ । କୌଣସି ସକାରାତ୍ମକ ପଦକ୍ଷେପ ନେଇ ନ ଥିବାରୁ ଆଜି ତୃତୀୟ ଥର ପାଇଁ ଶ୍ରୀ ପାଣିଗ୍ରାହୀ ସଭାପତି ଉତ୍କଳ ସର୍ବୋଦୟ ମଣ୍ଡଳ ଭଦ୍ରକ ଜିଲ୍ଲା ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ମୁଖ୍ୟ ମହା ଡାକ ପାଳ ଙ୍କୁ ସାକ୍ଷାତ ଆଲୋଚନା ଯଥାଶୀଘ୍ର ଭଦ୍ରକ ଆରଏମ୍‌ଏସରେ ଏକ ଆଇସିଏଚ୍ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଅନୁରୋଧ କରିଛନ୍ତି। ମହା ଡାକ ପାଳ ନିର୍ମଳ ଜିତ୍ ସିଂହ ଭଦ୍ରକ ଜିଲ୍ଲା ବାସୀଙ୍କର ଅସୁବିଧା ବିଷୟରେ ଜାଣିବା ପରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶୃତି ଦେଇଛନ୍ତି। ଯଦି ରେଜିଷ୍ଟ୍ରି, ସ୍ପିଡ ପୋଷ୍ଟ ପାର୍ସଲ ସେବା ପୂର୍ବ ଭଳି ଭଦ୍ରକ ଆର ଏମ ଏସ ରେ ନ ଚାଲେ ତାହେଲେ ଏକ ବିରାଟ ଆନ୍ଦୋଳନ ହୋଇପାରେ ବୋଲି ଚେତାଇ ଦେଇଛନ୍ତି। ସର୍ବୋଦୟ ମଣ୍ଡଳ ରାଜ୍‌ଯ ସଂପାଦକ ରମାକାନ୍ତ ମଣ୍ଡଳ, ଶୌରି କିଶୋର ମହାନ୍ତି, ବିଜୟ କୁମାର ଜେନା ମିଳିତ ଭାବେ ଆଲୋଚନା ରେ ଭାଗନେଇ ଆର ଏମ ଏସ ର ପୁନରୁଦ୍ଧାର ସହିତ ଆଇସିଏଚ୍ କେନ୍ଦ୍ର ପ୍ରତିଷ୍ଠା ଭଦ୍ରକ ଜିଲ୍ଲା ଚରମ୍ପା ରେଳ ଷ୍ଟେସନରେ ସ୍ଥାପନ ଲାଗି ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.