Home ଜିଲ୍ଲା ପରିକ୍ରମା ମାଟିକାନ୍ଥ ପଡି ମହିଳାଙ୍କର ମୃତ୍ୟୁ

ମାଟିକାନ୍ଥ ପଡି ମହିଳାଙ୍କର ମୃତ୍ୟୁ

13

ଭଦ୍ରକ, ୨୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଅପରାହ୍ନରେ ଜଣେ ୫୨ ବର୍ଷର ମହିଳା ଘରେ ଶୋଇଥିବାବେଳେ ମାଟି କାନ୍ଥ ପଡିଯିବାରୁ ତାଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାଟି ଘଟିଛି ଭଦ୍ରକ ଜିଲା ବାସୁଦେବପୁର ଥାନା ଅଧୀନସ୍ଥ ମନ୍ଦାରୀ ରାଧାନାଥପୁର ଗ୍ରାମରେ। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏହି ଗ୍ରାମର ଅମରେନ୍ଦ୍ର ମହାନ୍ତିଙ୍କର ଦୁଇଟି ଘର ରହିଛି। ପକ୍କାଘରଟିଏ ଥିଲେ ମଧ୍ୟ ପ୍ରବଳ ଗରମ ଯୋଗୁଁ ତାଙ୍କ ପତ୍ନୀ ବିଷ୍ଣୁପ୍ରିୟା ମଧ୍ୟାହ୍ନ ଭୋଜନ ପରେ ପାଖ ପୁରୁଣା ମାଟିକାନ୍ଥ ଘରେ ଶୋଇଥିଲେ। କିନ୍ତୁ ଦୁର୍ଭାଗ୍ୟକୁ ଉକ୍ତ କାନ୍ଥଟି ତାଙ୍କ ଉପରେ ଖସିପଡିଥିଲା। ପରିବାର ଲୋକେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ଆଣିଥିଲେ ମଧ୍ୟ ଡାକ୍ତରମାନେ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ସ୍ଥାନୀୟ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବାର ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.